• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ପାଇଁ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
  • ଭର୍ଚୁଆଲ ରାଲିରେ ସମ୍ବୋଧନ କରିବେ ଧର୍ମେନ୍ଦ୍ର
  • IPL 2020: ଆଜି ଆଇପିଏଲରେ CSK ଓ MI ମ୍ୟାଚ
  • ବଙ୍ଗୋପସାଗରରେ ପାରାଦୀପ ଠାରୁ ୯୦ କିମି ଦୂରରେ ବଡ଼ ଅବପାତ, ୪ ଜିଲ୍ଲାରୁ ରେଡ ଆର୍ଲଟ
  • ଅପରାହ୍ନରେ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ମୁହାଁ ହେବ ଅବପାତ ।
  • ଦକ୍ଷିଣ ମୁମ୍ୱାଇସ୍ଥିତ ସିଟିସେଣ୍ଟର ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ...

IPL 2020: ପ୍ରଥମ ବିଜୟ ଲକ୍ଷ୍ୟରେ କୋଲକାତା ଓ ହାଇଦ୍ରାବାଦ

କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ।

IPL 2020: ପ୍ରଥମ ବିଜୟ ଲକ୍ଷ୍ୟରେ କୋଲକାତା ଓ ହାଇଦ୍ରାବାଦ

ଆବୁଧାବି: ଚଳିତ ଆଇପିଏଲର ଅଷ୍ଟମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯିବ। ଉଭୟ କୋଲକାତା ଓ ହାଇଦ୍ରାବାଦ ପରାଜୟରୁ ଆଇପିଏଲରେ ଅଭିଯାନ ଆରମ୍ଭ କରିଛନ୍ତି। କେକେଆର ଏକ ବୃହତ ବ୍ୟବଧାନରେ ମୁମ୍ବାଇ ଠାରୁ ପରାଜୟ ବରଣ କରିଥିବା ବେଳେ ବାଙ୍ଗାଲୋର ଠାରୁ ହାଇଦ୍ରାବାଦ ପରାଜୟ ବରଣ କରିଥିଲା। ତେବେ ଏହି ମ୍ୟାଚରେ ବିଜୟ ଲକ୍ଷ ନେଇ ମୈଦାନକୁ ଓହ୍ଲାଇବେ ଦୁଇ ଦଳ। ଉଭୟ ଦଳ ନିଜର ପୂର୍ବ ତ୍ରୁଟିକୁ ସୁଧାରି ମଇଦାନକୁ ଓହ୍ଲାଇବେ। ପୂର୍ବ ମ୍ୟାଚରେ ହାଇଦ୍ରାବାଦ ବ୍ୟାଟିଂ ବିଫଳତା ପାଇଁ ପରାଜୟର ସମ୍ମୁଖିନ ହୋଇଥିଲା। ତେବେ ଉଭୟଙ୍କ ମଧ୍ୟରେ ଏକ ସଂଘର୍ଷ ପୂର୍ଣ୍ଣ ମ୍ୟାଚ ଦେଖିବାକୁ ମିଳିବ। 

ସେପଟେ ଆଇପିଏଲରେ ହାଇଦ୍ରାବାଦ ବିପକ୍ଷରେ କୋଲକାତାର ରେକର୍ଡ ଭଲ ରହିଛି। ଆଇପିଏଲରେ ମୋଟ ୧୭ ଥର ମୁହାଁମୁହିଁ ହୋଇଛନ୍ତି ଏହି ଦୁଇଦଳ। ୧୭ଟି ମ୍ୟାଚରୁ କୋଲକାତା ସର୍ବାଧିକ ୧୦ ଥର ବିଜୟ ଲାଭ କରିଥିବା ବେଳେ ହାଇଦ୍ରାବାଦ ମୋଟ ୭ଥର ବିଜୟ ଲାଭ କରିଛି। ତେବେ ଶେଷ ୫ଟି ମ୍ୟାଚର ଫଳାଫଳରେ କିନ୍ତୁ ହାଇଦ୍ରାବାଦ ବାଜି ମାରିନେଇଥିଲା। ମୋଟ ୩ଟି ହାଇଦ୍ରାବାଦ ବିଜୟ ହାସଲ କରିଥିବା ବେଳେ କୋଲକାତା ୨ଟିରେ ବିଜୟ ହାସଲ କରିଥିଲା। ସେପଟେ ଚଳିତ ସଂସ୍କରଣରେ ମୁମ୍ବାଇ ବିପକ୍ଷ ମ୍ୟାଚରେ କେକେଆର ପରାଜୟ ବରଣ କରିଥିଲା। ସବୁ ବିଭାଗରେ ବିଫଳ ପରାଜୟର କାରଣ ଥିଲା। 

ଦଳରେ ସୁନୀଲ ନାରିନ, ଶୁବମନ ଗିଲ, ଏଅନ ମୋର୍ଗାନ ଭଳି ବ୍ୟଟ୍ସମ୍ୟାନ ରହିଥିଲେ ମଧ୍ୟ ସେଭଳି ପ୍ରଦର୍ଶନ କରିପାରିନଥିଲେ। ସେହିଭଳି ବୋଲିଂ ବିଭାଗ ମଧ୍ୟ ବିଫଳ ହୋଇଥିଲା। ବିପକ୍ଷ ମୁମ୍ବାଇକୁ ବଡ଼ ସ୍କୋର କରିବାରରୁ ଅଟକାଇପାରିନଥିଲେ କୋଲକାତା ବୋଲର।  ଆଜିର ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ କୋଲକାତାକୁ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ସୁଧାର ଆଣିବାକୁ ପଡ଼ିବ। 

ସେପଟେ ହାଇଦ୍ରାବାଦ ମଧ୍ୟ ବେଶ ଦୁର୍ବଳ ରହିଛି ପ୍ରଦର୍ଶନରେ। ଆରସିବି ନିକଟରୁ ଗତ ମ୍ୟାଚରେ ପରାୟଜ ବରଣ କରିଥିଲା। ବ୍ୟାଟିଂ ବିଭାଗରେ ଦୁର୍ବଳତା ପାଇଁ ଏହି ପରାଜୟର ସାମ୍ନା କରିଥିଲା ଦଳ। ଦଳର ଷ୍ଟାର ବ୍ୟାଟସମ୍ୟାନ ଡେଭିଡ ଓ୍ୱାର୍ଣ୍ଣର ବଡ଼ ଇନିଂସ ଖେଳିବାରୁ ବଞ୍ଚିତ ହୋଇଥିଲେ। ଦଳ ପାଇଁ ଆହତ ସମସ୍ୟା ଚିନ୍ତାର ବିଷୟ ପାଲଟିଛି। ଅଭିଜ୍ଞ ଖେଳାଳି କେନ ଓ୍ୱିଲମସନ ଓ ମିଚେଲ ମାର୍ସ ଆହତ ହୋଇଛନ୍ତି। ଏହି ଦୁଇ ଜଣ ଦ୍ୱିତୀୟ ମ୍ୟାଚରେ ଖେଳିବା ନେଇ ଆଶଙ୍କା ରହିଛି। ତେବେ ଅନ୍ୟତମ ଅଲରାଉଣ୍ଡର ମହମ୍ମଦ ନବିଙ୍କୁ ମଧ୍ୟ ସ୍ଥାନ ମିଳିପାରେ। ପେସ ବୋଲର ଖଲିଲ ଅହମ୍ମଦଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିବା ନେଇ ଯ଼ଥେଷ୍ଟ ସମ୍ଭାବନା ରହିଛି। 

କୋଲକାତା ନାଇଟ ରାଇଡର୍ସ(ସମ୍ଭାବ୍ୟ ଏକାଦଶ): ସୁନୀଲ ନାରାଏନ, ଶୁବମନ ଗିଲ, ଦିନେଶ କାର୍ତ୍ତିକ(ଅଧିନାୟକ, ଓ୍ୱିକେଟ କିପର), ନୀତିଶ ରାଣା, ଇଅନ ମୋର୍ଗାନ, ଆନ୍ଦ୍ରେ ରସେଲ, ନିଖିଲ ନାଏକ, ପାଟ କମିନ୍ସ, ଶିବମନ ମାଭି, ଏସ। ସନ୍ଦିପ ଓ୍ୱାରିୟର, କୁଲଦୀପ ଯାଦବ

ସନରାଇଜର୍ସ ହାଇଦ୍ରାବାଦ(ସମ୍ଭାବ୍ୟ ଏକାଦଶ): ଜନି ବେୟାରଷ୍ଟୋ(ଓ୍ୱିକେଟ କିପର), ଡାଭିଡ ଓ୍ୱାର୍ଣ୍ଣର(ଅଧିନାୟକ), ମନୀଷ ପାଣ୍ଡେ, ବିଜୟ ଶଙ୍କର, ଅଭିଷେକ ଶର୍ମା, ପ୍ରିୟମ ଗର୍ଗ, ମହମ୍ମଦ ନବି, ରସିଦ ଖାନ, ଭୁବନେଶ୍ୱର କୁମାର, ସନ୍ଦିପ ଶର୍ମା, ଟି। ନଟରାଜନ