ନୂଆଦିଲ୍ଲୀ: ଲାତରେ ନୁହେଁ ଭାରତରେ ମରିବ ଡ୍ରାଗନ। ମହଙ୍ଗା ପଡୁଛି ଆମେରିକା ସହ ଟ୍ରେଡୱାର। ଚୀନରେ ନିବେଶ ପାଇଁ ମୁହଁମୋଡିଲେଣି ବିଦେଶୀ କମ୍ପାନୀ। ତେବେ ସେମାନେ ଭାରତରେ ଆସିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।
ଆମେରିକା-ଚୀନ ଟ୍ରେଡୱାରରେ ଅତିଷ୍ଟ ହେଲେଣି ବେଜିଂରେ ଅବସ୍ଥିତ ବିଦେଶୀ କମ୍ପାନୀ। ସେମାନେ ଚୀନ ଛାଡି ଭାରତ ମୁହାଁ ହେଉଛନ୍ତି। ଭାରତରେ ନିବେଶ ପାଇଁ ସେମାନଙ୍କୁ ଶସ୍ତା ଓ ଉପକୂଳ ପରିବେଶ ଟାଣୁଛି। ବର୍ତ୍ତମାନ ସୁଦ୍ଧା ବିଶ୍ୱର ପ୍ରାୟ ୧୫୦ଟି କମ୍ପାନୀ ଭାରତ ଆସିବାକୁ ସରକାରଙ୍କ ନିକଟକୁ ପ୍ରସ୍ତାବ ଦେଇଛନ୍ତି।
ସେଥିମଧ୍ୟରେ ୩୬ଟି ପ୍ରମୁଖ କମ୍ପାନୀ ଚୀନରେ ରହିଛନ୍ତି। ୧୯ଟି କମ୍ପାନୀ ଭାରତରେ ୧୦୦୦ରୁ ୧୨୦୦ କୋଟି ନିବେଶ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଆପଲ, ସାମସଙ୍ଗ, ୱାଲମାର୍ଟ, ଇଣ୍ଟେଲ ଭଳି ଅଗ୍ରଣୀ କମ୍ପାନୀ ବି ଭାରତ ଆସିବାକୁ ଅଗ୍ରହ ଦେଖାଇଛନ୍ତି। ଯଦି ସରକାର ଅନୁମତି ଦିଅନ୍ତି ତେବେ ଭାରତୀୟ ବଜାରରେ ଅଧିକ ପୁଞ୍ଚି ନିବେଶ କରିବେ ବୋଲି କହିଛନ୍ତି।
କେବଳ ସଫୱେର ନୁହେଁ ଶକ୍ତି, ଇକମର୍ସ, ଇଲେକ୍ଟ୍ରୋନିକ୍ସ, ଗ୍ୟାସ ଓ ତୈଳ, ସେବା ଯୋଗାଣକାରୀ କମ୍ପାନୀ ବି ଭାରତ ଆସିବାକୁ ପ୍ରସ୍ତାବ ଦେଇଛନ୍ତି। ବର୍ତ୍ତମାନେ ସେମାନଙ୍କ ଆବେଦନ ପିଡିସିରେ ବିଚରାଧିନ ଅଛି। ଯଦି ଭାରତ ସରକାର ଏହାକୁ ମଞ୍ଜୁରୀ ଦିଅନ୍ତି ତେବେ ଦେଶରେ ୨୦୦୦ କୋଟିରୁ ଊର୍ଦ୍ଧ୍ୱ ଡଲାର ନିବେଶ ହେବ। ଫଳରେ ହଜାର ହଜାର ଯୁବକ ଯୁବତି ନିଯୁକ୍ତି ପାଇବେ।