ବିଶାଖାପଟନମ ବନ୍ଦର ପରିସରରେ ଅଘଟଣ, କ୍ରେନ ଭୁଶୁଡି ପଡିବାରୁ ୧୦ ମୃତ

ବିଶାଖାପଟନମ ବନ୍ଦର ପରିସରରେ କ୍ରେନ  ଭୁଶୁଡି ପଡିବାରୁ ୧୦ ଶ୍ରମିକଙ୍କ ମୃତ୍ୟୁ ଘଟିଛି। 

ବିଶାଖାପଟନମ ବନ୍ଦର ପରିସରରେ ଅଘଟଣ, କ୍ରେନ ଭୁଶୁଡି ପଡିବାରୁ ୧୦ ମୃତ

ବିଶାଖାପଟନମ: ଶନିବାର(ଅଗଷ୍ଟ ୧, ୨୦୨୦) ଆନ୍ଧ୍ର ପ୍ରଦେଶର ବିଶାଖାପଟ୍ଟନମସ୍ଥିତ ବନ୍ଦର ପରିସରରେ କ୍ରେନ ଭୁଶୁଡି ପଡିବାରୁ ୧୦ ଜଣ ନିର୍ମାଣ ଶ୍ରମିକଙ୍କ ମୃତ ଘଟିବା ସହ ଜଣେ ଆହତ ହୋଇଛନ୍ତି । ଏଠାକାର ହିନ୍ଦୁସ୍ତାନ ସିପୟାର୍ଡ ଲିମିଟେଡ (Hindustan Shipyard Limited) ଠାରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ଏ ଘଟଣା ବାବଦରେ ସ୍ପଷ୍ଟ କରିଛନ୍ତି ଡିସିପି ସୁରେଶ ବାବୁ । ଭୁଶୁଡି ପଡିଥିବା କ୍ରେନ ଅଧିକ ଓଜନଦାର ବୋଲି ଜଣାପଡିଛି। ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ବଢିବାରେ ବୋଲି କୁହାଯାଉଛି । ଅଧିକ ଖବରକୁ ଅପେକ୍ଷା କରାଯାଇଛି।