)
ଛତିଶଗଡ଼: ଗରିଆବନ୍ଧ ଜିଲ୍ଲା ଭାଲୁଡ଼ିହି ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ମୁହାଁମୁହିଁ ହୋଇଛନ୍ତି ସୁରକ୍ଷାକର୍ମୀ ଏବଂ ମାଓବାଦୀ । ସୁରକ୍ଷାକର୍ମୀଙ୍କ ଗୁଳିରେ ୧୦ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମାଓ କମାଣ୍ଡର ବାଳକ୍ରିଷ୍ଣା ଓରଫ ଭାସ୍କର ମୃତ୍ୟୁବରଣ କରିଥିବା ଖବର ଆସିଛି । ମୃତ ବାଳକ୍ରିଷ୍ଣା ଓଡ଼ିଶା ପୋଲିସ ପାଇଁ ମଧ୍ୟ ମୋଷ୍ଟ ୱାଣ୍ଟେଡ୍ ଥିଲା । କନ୍ଧମାଳ-କଳାହାଣ୍ଡି-ବୌଦ୍ଧ-ନୟାଗଡ଼ (KKBN) ପାଇଁ କାମ କରୁଥିଲା ।
ଅନ୍ୟପଟେ, ଦନ୍ତେୱାଡ଼ା ଜିଲ୍ଲାରେ ମାଓବାଦୀଙ୍କ IED ବିସ୍ଫୋରଣ କାରଣରୁ ଦୁଇ CRPF ଯବାନ ଗୁରୁତର ହୋଇଛନ୍ତି । ଉଭୟଙ୍କୁ ଦନ୍ତେୱାଡ଼ା ମେଡିକାଲ୍ରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ଉକ୍ତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜୋରଦାର କରାଯାଇଛି । କିଛି ମାଓବାଦୀ ଆଖପାଖ ଅଞ୍ଚଳରେ ଲୁଚି ରହିଥିବା କୁହାଯାଉଛି ।