ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହାର ପୃଷ୍ଟି କରିଛି । ଆଜି କୋରୋନା ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଉଛନ୍ତି କାଶିଫ ଭଟ୍ଟୀ, ମହମ୍ମଦ ହାସନେନ, ଫଖର ଜମାନ, ମହମ୍ମଦ ରିଜୱାନ, ଇମ୍ରାନ ଖାନ, ହାଫିଜ ଏବଂ ରିଆଜ ।
Trending Photos
)
ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ଇଂଲଣ୍ଡ ଗସ୍ତରେ ଯିବ ପାକିସ୍ତାନ କ୍ରିକେଟ ଦଳ । ଏହା ପୂର୍ବରୁ ଦଳକୁ ଲାଗିଛି ବଡ଼ ଝଟକା । ଇଂଲଣ୍ଡ ଗସ୍ତ ପାଇଁ ମନୋନୀତ ହୋଇଥିବା ଆଉ ୭ ଜଣ ପାକିସ୍ତାନ କ୍ରିକେଟର କୋରୋନା ପଜିଟିଭ ହୋଇଛନ୍ତି ବୋଲି ଜଣାପଡ଼ିଛି । ଏହା ପୂର୍ବରୁ ଗତକାଲି(ସୋମବାର) ୩ ଜଣ ପାକିସ୍ତାନ କ୍ରିକେଟର ଶାଦାୱ ଖାନ, ହାରିସ ରଉଫ ଏବଂ ହାଇଦର ଅଲିଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ବର୍ତ୍ତମାନ ଯାଏ ୧୦ ଜଣ ପାକ୍ କ୍ରିକେଟର କୋରୋନା ସଂକ୍ରମିତ ହୋଇଛନ୍ତି । ପାକିସ୍ତାନ କ୍ରିକେଟ୍ ଦଳ ଜୁନ୍ ୨୮ରେ ଇଂଲଣ୍ଡ ଗସ୍ତକୁ ଯିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ପାକିସ୍ତାନ ଦଳ ପାଇଁ ଏପରି ଖରାପ ଖବର ଆସିଛି ।
ମଙ୍ଗଳବାର ପାକିସ୍ତାନ କ୍ରିକେଟ୍ ବୋର୍ଡ(ପିସିବି) ଏହାର ପୃଷ୍ଟି କରିଛି । ଆଜି କୋରୋନା ସଂକ୍ରମିତ ହୋଇଥିବା ଖେଳାଳିମାନେ ହେଉଛନ୍ତି କାଶିଫ ଭଟ୍ଟୀ, ମହମ୍ମଦ ହାସନେନ, ଫଖର ଜମାନ, ମହମ୍ମଦ ରିଜୱାନ, ଇମ୍ରାନ ଖାନ, ହାଫିଜ ଏବଂ ରିଆଜ । ସୋମବାର ଶାଦବ ଖାନ, ହାଇଦର ଅଲି ଏବଂ ହରିସ ରାଉଫଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଥିଲା । ଫଳରେ ପାକିସ୍ତାନର ୧୦ ଖେଳାଳି ଏହି ସଂକ୍ରମଣର ଶିକାର ହୋଇଛନ୍ତି । ଯାହା ପରେ ଲୋକମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି । ଅନେକ ୟୁଜର ଇଂଲଣ୍ଡ ଗସ୍ତ ବାତିଲ କରିବାକୁ ପରାମର୍ଶ ଦେଇଛନ୍ତି । ସମସ୍ତ ଖେଳାଳିଙ୍କ ଶୀଘ୍ର ସୁସ୍ଥ ପାଇଁ କେହି କେହି ପ୍ରାର୍ଥନା କରିଛନ୍ତି ।
ପିସିବି ସିଇଓ ୱାସିମ ଖାନ ଏକ ଗଣମାଧ୍ୟମରେ କହିଛନ୍ତି ଯେ, ଏହା ଏକ ଭଲ ପରିସ୍ଥିତି ନୁହେଁ । ଏମାନେ ୧୦ ଫିଟ୍ ଓ ଯୁବ ଖେଳାଳି । ଯଦି ଏହା ଏହି ଖେଳାଳିଙ୍କ ସହିତ ହୋଇପାରେ । ତେବେ କେହି ବି ଏହାର ଶିକାର ହୋଇପାରିବେ ।