ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ଛୁଇଁଲା ୧୦୦
Advertisement
Article Detail0/zeeodisha/odisha672605

ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ଛୁଇଁଲା ୧୦୦

ଅନ୍ୟପକ୍ଷେ ବର୍ତ୍ତମାନ ରାଜ୍ୟରେ ୬୫ କୋରୋନା ମାମଲା ସକ୍ରିୟ ରହିଛି । ୩୪ ଜଣ ଆକ୍ରାନ୍ତ ମହାମାରୀ କୋରୋନାକୁ ମାତ୍ ଦେବାରେ  ସଫଳ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ରାଜ୍ୟରେ ୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

ରାଜ୍ୟରେ ପୁଣି ୬ କୋରୋନା ଆକ୍ରାନ୍ତ ଚିହ୍ନଟ, ପଜିଟିଭ ସଂଖ୍ୟା ଛୁଇଁଲା ୧୦୦

ଭୁବନେଶ୍ୱର: ବିଶ୍ୱ ସମେତ ସମଗ୍ର ଦେଶରେ କୋରୋନା ଭାଇରସ ମହାମାରୀ ସଙ୍କଟ ଦେଖାଦେଇଛି । ଏହି କୋରୋନା ମୁକାବିଲା ପାଇଁ ସାରା ଦେଶରେ ଲକଡାଉନ କରାଯାଇଛି । ଅନ୍ୟପକ୍ଷେ ଦେଶରେ କ୍ରମାଗତ ବଢ଼ି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା  । ଏହି କ୍ରମରେ ଓଡ଼ିଶାରେ ମଧ୍ୟ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା  । ଗତକାଲି(ଏପ୍ରିଲ ୨୫)ରେ ରାଜ୍ୟରେ ଆଉ ୬ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହି ସମସ୍ତ କୋରୋନା ଆକ୍ରାନ୍ତଙ୍କ ଘର ଯାଜପୁର ବୋଲି ଜଣାପଡ଼ିଛି । ଫଳରେ ବର୍ତ୍ତମାନ ଯାଏ ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଛୁଇଁଲା ୧୦୦ । ଯାହାର ସୂଚନା ଓଡ଼ିଶା ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଦିଆଯାଇଛି । 

ସୂଚନା ମୁତାବକ, ଯାଜପୁର ଦଶରଥପୁର ବ୍ଲକ ଅଞ୍ଚଳରୁ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛି । ୪ ଆକ୍ରାନ୍ତ କଟିକଟା ଅଞ୍ଚଳର, ଜଣେ ମଳିକାପୁର ପଞ୍ଚାୟତ ମହାନ୍ତିପାଟଣା ଅଞ୍ଚଳର ଓ ଷଷ୍ଠ ଆକ୍ରାନ୍ତଙ୍କ ଘର ଦଶରଥପୁରର ବିରଜାପୁରର ବୋଲି ଜଣାପଡ଼ିଛି । ଯାଜପୁରର ଏହି ୬ କୋରୋନା ଆକ୍ରାନ୍ତ ପଶ୍ଚିମବଙ୍ଗର କୋଲିକତାରୁ ଫେରିଥିଲେ । ଆକ୍ରାନ୍ତମାନେ ସମସ୍ତେ ହେଉଛନ୍ତି ପୁରୁଷ । ଏମାନଙ୍କ ବୟସ ଯଥାକ୍ରମେ ୫୨ ବର୍ଷ, ୨୩ ବର୍ଷ, ୪୯ ବର୍ଷ, ୫୭ ବର୍ଷ, ୩୯ ବର୍ଷ ଓ ୫୦ ବର୍ଷ ।

ଅନ୍ୟପକ୍ଷେ ବର୍ତ୍ତମାନ ରାଜ୍ୟରେ ୬୫ କୋରୋନା ମାମଲା ସକ୍ରିୟ ରହିଛି । ୩୪ ଜଣ ଆକ୍ରାନ୍ତ ମହାମାରୀ କୋରୋନାକୁ ମାତ୍ ଦେବାରେ  ସଫଳ ହୋଇଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ରାଜ୍ୟରେ ୨ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।

;