Advertisement
Article Detail0/zeeodisha/odisha696871

ପାଲଘରରେ ସାଧୁଙ୍କ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ କୋରୋନା

ନିକଟରେ ୱାଡାର ପୋଲିସ ଲକଅପରେ ୧୭ ଜଣ ଅଭିଯୁକ୍ତଙ୍କ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ୧୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

ପାଲଘରରେ ସାଧୁଙ୍କ ହତ୍ୟା ମାମଲା: ୧୧ ଅଭିଯୁକ୍ତଙ୍କୁ କୋରୋନା

ପାଲଘର: ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଭିଡ଼ ଦ୍ୱାରା ଦୁଇ ଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିବା ମାମଲାରେ ୧୧ ଜଣ ଅଭିଯୁକ୍ତ କୋରୋନା ଭାଇରସରେ ସଂକ୍ରମିତ ହୋଇଥିବା ଜଣାପଡିଛି । ମଙ୍ଗଳବାର ପୋଲିସ ଏହି ସୂଚନା ଦେଇଛି । ଜିଲ୍ଲାର ଗଢ଼ଚିଞ୍ଚଲେ ଗ୍ରାମରେ ଭିଡ଼ ମୁମ୍ବାଇରୁ ସୁରଟକୁ ଯାଉଥିବା ଦୁଇଜଣ ସାଧୁ ଏବଂ ସେମାନଙ୍କ ଡ୍ରାଇଭରଙ୍କୁ ପିଟିପିଟି ହତ୍ୟା କରିଥିଲେ । ଏହି ମାମଲାରେ ସମୁଦାୟ ୧୫୬ ଜଣଙ୍କୁ ଗିରଫ କରାଯାଇଥିଲା । ପାଲଘର ପୋଲିସ ଷ୍ଟେସନର ଜଣେ ଅଧିକାରୀ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି । କିନ୍ତୁ ପାଲଘର ଜେଲରେ କାମ ଚାଲିଥିବାରୁ ସେମାନଙ୍କୁ ବିଭିନ୍ନ ପୋଲିସ ହେପାଜତରେ ରଖାଯାଇଛି ।

ସେ କହିଛନ୍ତି ଯେ, ନିକଟରେ ୱାଡାର ପୋଲିସ ଲକଅପରେ ୧୭ ଜଣ ଅଭିଯୁକ୍ତଙ୍କ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ୧୧ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟ ୬ ଜଣଙ୍କ ଅନୁସନ୍ଧାନର ଫଳାଫଳକୁ ଅପେକ୍ଷା କରିଛନ୍ତି । ସେ କହିଛନ୍ତି ଯେ, ସଂକ୍ରମିତ ହୋଇଥିବା ଲୋକଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେମାନଙ୍କ ସହ ଯୋଗାଯୋଗ କରିଥିବା ଲୋକଙ୍କୁ ଚିହ୍ନଟ କରାଯାଉଛି । ପୂର୍ବରୁ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଅତି କମରେ ଦୁଇ ଜଣ ସଂକ୍ରମିତ ହୋଇଥିବା ଜଣାପଡିଛି ।

Add Zee News as a Preferred Source
About the Author