୧୪ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ....

 ଏହି ସିରିୟଲ ବ୍ଲାଷ୍ଟରେ ୧୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ ।

୧୪ ବର୍ଷ ପୂର୍ବେ ଠିକ୍ ଆଜିର ଦିନରେ....

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଆତଙ୍କବାଦର ଦମନ ବଡ଼ ବଡ଼ ଶକ୍ତିଶାଳୀ ଦେଶ ପାଇଁ ମଧ୍ୟ ଚ୍ୟାଲେଞ୍ଜ ହୋଇଛି । ତେବେ ୧୪ ବର୍ଷ ପୂର୍ବ ଅର୍ଥାତ ୨୦୦୬ ମସିହା ଠିକ ଆଜିର ଦିନରେ(୧୧.୦୭) ମୁମ୍ବାଇରେ ହୋଇଥିଲା ସିରିୟଲ ବ୍ଲାଷ୍ଟ । ଏକ ଲୋକାଲ ଟ୍ରେନରେ ଗୋଟିଏ ପରେ ଗୋଟିଏ ବୋମା ଫୁଟାଉଥିଲେ ଆତଙ୍କବାଦୀ । ଏହି ସିରିୟଲ ବ୍ଲାଷ୍ଟରେ ୧୮୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଶହରୁ ଉର୍ଦ୍ଧ୍ୱ ଲୋକ ଗୁରୁତର ଆହତ ହୋଇଥିଲେ । ଏହି ଆତଙ୍କବାଦୀ ଆକ୍ରମଣରେ ସମଗ୍ର ଦେଶ ଦୋହଲିଯାଇଥିଲା । 

ତେବେ ଇତିହାସରେ ଆଜିର ଦିନରେ ଦ୍ୱିତୀୟ ବଡ଼ ଘଟଣା ମଧ୍ୟରେ 'ବିଶ୍ୱ ଜନସଂଖ୍ୟା ଦିବସ' ରହିଛି । ୧୯୮୯ରୁ ପ୍ରତ୍ୟେକ ବର୍ଷ ୧୧ ଜୁଲାଇକୁ  'ବିଶ୍ୱ ଜନସଂଖ୍ୟା ଦିବସ' ଭାବେ ପାଳନ କରାଯାଉଛି । 

ସେହିପରି ଆଜିର ଦିନଟି ମଙ୍ଗୋଲିଆ ପାଇଁ ମଧ୍ୟ ବେଶ୍ ଗୁରୁତ୍ୱବହନ କରୁଛି । ୧୯୨୧ ମସିହାରେ ଚୀନରୁ ସ୍ୱାଧିନତା ପାଇଁଥିଲା ମଙ୍ଗୋଲିଆ । 

ସେହିପରି ଆଜିର ଦିନରେ ୧୯୩୦ ମସିହାରେ ଲଡସ୍ ମୈଦାନରେ ୩୦୯ ରନ୍ କରିଥିଲେ ଡାନ ବ୍ରେଡମ୍ୟାନ । ଏହି ମ୍ୟାଚ ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିଲା । 

୧୯୭୩ ମସିହା ଆଜିର ଦିନରେ ବ୍ରାଜିଲର ବୋଇଙ୍ଗ ବିମାନ ପ୍ୟାରିସରେ ଦୁର୍ଘଟଣାଗସ୍ତ ହୋଇଥିଲା । ଏହି ବିମାନ ଦୁର୍ଘଟଣାରେ ୧୨୨ ଯାତ୍ରୀ ପ୍ରାଣ ହରାଇଥିଲେ । 

ଆଜିର ଦିନରେ ଭିଏତନାମା ଓ ଆମେରିକା ମଧ୍ୟରେ କୂଟନୈତିକ ସମ୍ପର୍କର ଆରମ୍ଭ ହୋଇଥିଲା । ଯୁଦ୍ଧ ପରେ ୧୯୯୫ ମସିହା ଆଜିର ଦିନରେ ଉଭୟ ଦେଶ କୂଟନୈତିକ ସମ୍ପର୍କ ସ୍ଥାପନ କରିଥିଲେ ।