Advertisement
Article Detail0/zeeodisha/odisha2779130
Zee OdishaOdisha National-InternationalRoad Accident: ସିକ୍କିମରେ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ, ୧୧ ମୃତ ସୂଚନା

Road Accident: ସିକ୍କିମରେ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ, ୧୧ ମୃତ ସୂଚନା

Road Accident: ସିକ୍କିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ସୂଚନା ରହିଛି। ୧୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡ଼ି (SK03J650) ଗତକାଲି ଗୁରୁବାର ଉତ୍ତର ସିକ୍କିମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। 

Road Accident: ସିକ୍କିମରେ ତୀର୍ଥଯାତ୍ରୀ ଗାଡି ଦୁର୍ଘଟଣା ଗ୍ରସ୍ତ, ୧୧ ମୃତ ସୂଚନା

Road Accident: ସିକ୍କିମରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପ୍ରାୟ ୧୧ ଜଣଙ୍କ ପ୍ରାଣହାନୀ ଘଟିଥିବା ନେଇ ସୂଚନା ରହିଛି। ୧୦ ଜଣ ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ଗାଡ଼ି (SK03J650) ଗତକାଲି ଗୁରୁବାର ଉତ୍ତର ସିକ୍କିମ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଚୁଙ୍ଗଥାଙ୍ଗ-ମୁନସିଥାଙ୍ଗ ମଧ୍ୟରେ ପ୍ରାୟ ୧ ହଜାର ଫୁଟ ତଳକୁ ତିସ୍ତା ନଦୀରେ ଖସିପଡିଥିଲା ଏହି ପର୍ଯ୍ୟଟକଙ୍କ ଗାଡି। ତେବେ ଏହି ଦୁର୍ଘଟଣାରେ ଆଇଟିବିପିର ଯବାନମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ। 

ସେପଟେ ଏହି ଘଟଣାରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଃଖ ପ୍ରକାଶ କରିଛନ୍ତି। ଏହି ବସ୍ ରେ ଓଡ଼ିଶାର ଅନେକ ଯାତ୍ରୀ ଥିବାର ସୂଚନା ମିଳିବା ପରେ ମୁଖ୍ୟମନ୍ତ୍ରୀ ସିକିମ ସରକାରଙ୍କ ସହ  ଆଲୋଚନା କରିଛନ୍ତି।  ଓଡ଼ିଶାର ଦୁର୍ଘଟଣାଗସ୍ତ ଯାତ୍ରୀ ମାନଙ୍କର ଉଦ୍ଧାର, ଚିକିତ୍ସା ଓ ଓଡ଼ିଶାକୁ ଆଣିବା ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବା ସହିତ ଓଡ଼ିଶାରୁ ଅଧିକାରୀ ମାନଙ୍କ ଏକ ସ୍ବତନ୍ତ୍ର ଟିମ୍ ଏହାର ସୁପରିଚାଳନା ପାଇଁ ସିକ୍କିମ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେପଟେ ଦୁର୍ଘଟଣା ସମ୍ପର୍କରେ ଖବର ପାଇଁ ସ୍ଥାନୀୟ ଲୋକେ ପୋଲିସ ଓ ଇଣ୍ଡୋ-ତିବତ ସୀମା ସୁରକ୍ଷା ବଳଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇଁ ସଙ୍ଗେ ସଙ୍ଗେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଏହି ଉଦ୍ଧାର କାର୍ଯ୍ୟରେ ଯବାନଙ୍କୁ ସ୍ଥାନୀୟ ବାସିନ୍ଦା ସହଯୋଗ କରିଥିଲେ। ଗୁରୁତରମାନଙ୍କୁ ସଙ୍ଗେ ସଙ୍ଗେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

Add Zee News as a Preferred Source
About the Author