Advertisement
Article Detail0/zeeodisha/odisha682068
Zee OdishaOdisha National-Internationalଫେରିଲେଣି ୧୧ ଲକ୍ଷ...

ଫେରିଲେଣି ୧୧ ଲକ୍ଷ...

୧ ମଇରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା କରିଛି ଭାରତୀୟ ରେଳ ବିଭାଗ । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ପ୍ରବାସୀ ଶ୍ରମିକ ଘରକୁ ପଳାଉଥିବା ଦେଖି ରେଳ ସେବା ଆରମ୍ଭ କରାଯାଇଥିଲା । ୧ ମଇରୁ ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା କରିଛି ଭାରତୀୟ ରେଳ ବିଭାଗ । ତେବେ ଶୁକ୍ରବାର ସୁଦ୍ଧା ସମୁଦାୟ ୯୩୨ ଶ୍ରମିକ ଟ୍ରେନ ଯାତ୍ରା କଲାଣି । ଯେଉଁଥିରେ ୧୧ଲକ୍ଷରୁ ଉର୍ଦ୍ଧ୍ୱ ପ୍ରବାସୀ ଶ୍ରମିକ ନିଜ ନିଜ ଗୃହରାଜ୍ୟକୁ ଫେରିଛନ୍ତି । ଭାରତୀୟ ରେଳ ବିଭାଗର ଜଣେ ଅଧିକାରୀଙ୍କ ଦ୍ୱାରା ଏହି ସୂଚନା ମିଳିଛି ।  

ଶ୍ରମିକ ଟ୍ରେନ ଉତ୍ତର ପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ପଶ୍ଚିମ ବଙ୍ଗ, ହିମାଚଳ ପ୍ରଦେଶ, ଜମ୍ମୁ କାଶ୍ମୀର, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର, ମଣିପୁର, ମିଜୋରାମ, ଓଡ଼ିଶା, ତାମିଲନାଡ଼ୁ, ତେଲେଙ୍ଗାନା, ତ୍ରିପୁରା ଏବଂ ଉତ୍ତରାଖଣ୍ଡ ଇତ୍ୟାଦି ରାଜ୍ୟକୁ ଯାତ୍ରା କରିଛି । ଲକ୍ଷ ଲକ୍ଷ ଶ୍ରମିକ ନିଜ ନିଜ ରାଜ୍ୟକୁ ଫେରିଛନ୍ତି । କେବଳ ଗତକାଲି ୧୪୫ ଶ୍ରମିକ ଟ୍ରେନ ଯାତ୍ରା କରିଥିବା ଜଣାପଡ଼ିଛି । 

ସେହିପରି ଅଧିକାଂଶ ଟ୍ରେନ ଉତ୍ତର ପ୍ରଦେଶ ଏବଂ ବିହାର ଅଭିମୁଖେ ଯାତ୍ରା କରୁଛି । ଏପର୍ଯ୍ୟନ୍ତ ଯାତ୍ରା କରିଥିବା ୯୩୨ ଟ୍ରେନ ମଧ୍ୟରୁ ୨୧୫ ଟ୍ରେନ ରାସ୍ତାରେ ଅଛି । ଅର୍ଥାତ ଗନ୍ତବ୍ୟ ସ୍ଥଳରେ ପହଞ୍ଚିନାହିଁ । ଅନ୍ୟପଟେ ୭୧୭ ଟ୍ରେନ ବିଭିନ୍ନ ଷ୍ଟେସନରେ ପହଞ୍ଚିସାରିଛି । ସେହିପରି ଶ୍ରମିକ ଟ୍ରେନରେ ୧୨ଶହ ସ୍ଥାନରେ ୧୭ଶହ ଶ୍ରମିକଙ୍କୁ ନିଆଯାଉଛି । ଯେପରି ଅଧିକ ସଂଖ୍ୟକ ଶ୍ରମିକ ନିଜ ନିଜ ରାଜ୍ୟରେ ପହଞ୍ଚିପାରିବେ, ସେଉପରେ ଗୁରୁତ୍ୱ ଦିଆଯାଉଛି । ଶ୍ରମିକମାନଙ୍କୁ ବେଶ୍ ସତର୍କତାର ସହ ରାଜ୍ୟ ସରକାରମାନେ କ୍ୱାରେଣ୍ଟାଇନ ସେଣ୍ଟରକୁ ପଠାଇଛନ୍ତି । 

Add Zee News as a Preferred Source
About the Author