ସିଏନଏନ ରିପୋର୍ଟ ଅନୁସାର, ଜହାରା ଡି ଲା ସିଏରା ଦକ୍ଷିଣ ସ୍ପେନ ସ୍ଥିତ ଏକ ସହର । ମାର୍ଚ୍ଚ ୧୪ରେ ଯେତେବେଳେ ସମଗ୍ର ସ୍ପେନରେ ଚେତାବନୀ ଜାରି କରାଯାଇଥିଲା ସେତେବେଳେ ଏହି ସହରର ମେୟର ସେଣ୍ଟିୟାଗୋ ଗାଲ୍ବନ ୫ଟି ରାସ୍ତାରୁ ୪ଟିକୁ ବନ୍ଦ କରିଦେଇଥିଲେ ।
Trending Photos
ନୂଆଦିଲ୍ଲୀ: ସ୍ପେନରେ କୋରୋନା ଭୂତାଣୁ ଯୋଗୁଁ ବର୍ତ୍ତମାନ ଯାଏ ୧୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ୍ୱ ରହିଛନ୍ତି । କିନ୍ତୁ ସ୍ପେନର ଏକ ଏପରି ସହର ରହିଛି, ଯେଉଠାରେ କୋରୋନା ମାମଲା ଶୂନ୍ୟ ରହିଛି । ଜହାରା ଡି ଲା ସିଏରା ସ୍ପେନର ଏକ ପାହାଡ଼ିଆ ସହର । କୋରୋନା ସଂକ୍ରମଣସ ଆରମ୍ଭ ହେବା ପରେ ଏହି ସହର ବାହ୍ୟ ଜଗତରୁ ନିଜକୁ ବିଚ୍ଛନ୍ନ କରି ନେଇଥିଲା । ଏହି କାରଣରୁ ସ୍ପେନରେ କୋରୋନା ସ୍ଥିତି ଅତି ଭୟଙ୍କର ଥିବା ବେଳେ ଏଠାକାର ସ୍ଥିତି ସାମାନ୍ୟ ରହିଛି ।
ସିଏନଏନ ରିପୋର୍ଟ ଅନୁସାର, ଜହାରା ଡି ଲା ସିଏରା ଦକ୍ଷିଣ ସ୍ପେନ ସ୍ଥିତ ଏକ ସହର । ମାର୍ଚ୍ଚ ୧୪ରେ ଯେତେବେଳେ ସମଗ୍ର ସ୍ପେନରେ ଚେତାବନୀ ଜାରି କରାଯାଇଥିଲା ସେତେବେଳେ ଏହି ସହରର ମେୟର ସେଣ୍ଟିୟାଗୋ ଗାଲ୍ବନ ୫ଟି ରାସ୍ତାରୁ ୪ଟିକୁ ବନ୍ଦ କରିଦେଇଥିଲେ । ସହରର ଅଧିକାଂଶ ରାସ୍ତା ବନ୍ଦ ହେବାରୁ ସ୍ପେନରେ ୧ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସହରରେ କୋରୋନାର କୌଣସି ଚିହ୍ନ ବର୍ଣ୍ଣ ନାହିଁ ।
ଜହାରା ଡି ଲା ସିଏରାର ଜନସଂଖ୍ୟା ହେଉଛି ପ୍ରାୟ ୧୪୦୦ । ସହରକୁ ଯିବା ପାଇଁ କେବଳ ଗୋଟିଏ ରାସ୍ତା ଖୋଲା ରହିଛି । ସେଠାରେ କେବଳ ଜଣେ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି । ଯେଉ ଗାଡ଼ି ଏହି ସହରରେ ଆସିଥାଏ, ପ୍ରୋଟେକ୍ଟିବ କପଡ଼ା ପିନ୍ଧି ୨ ବ୍ୟକ୍ତି ସେହି ଗାଡ଼ି ଉପରେ ସ୍ପ୍ରେ କରନ୍ତି । ଯାହା ଦ୍ୱାରା ସଂକ୍ରମଣର ବିପଦ କମ୍ ହୋଇଯାଇଥାଏ । ସମସ୍ତ ଗାଡ଼ିର ଟାୟରକୁ ମଧ୍ୟ ସଂକ୍ରମଣ ମୁକ୍ତ କରାଯାଇଥାଏ ।