Advertisement
Article Detail0/zeeodisha/odisha663261
Zee OdishaOdisha National-Internationalଦେଶରେ କୋରୋନା ଯୋଗୁଁ ୧୧ ହଜାର ମୃତ୍ୟୁ, କିନ୍ତୁ ସ୍ପେନର ଏହି ସହରରେ ଜଣେ ବି ନାହାଁନ୍ତି ଆକ୍ରାନ୍ତ

ଦେଶରେ କୋରୋନା ଯୋଗୁଁ ୧୧ ହଜାର ମୃତ୍ୟୁ, କିନ୍ତୁ ସ୍ପେନର ଏହି ସହରରେ ଜଣେ ବି ନାହାଁନ୍ତି ଆକ୍ରାନ୍ତ

ସିଏନଏନ ରିପୋର୍ଟ ଅନୁସାର, ଜହାରା ଡି ଲା ସିଏରା ଦକ୍ଷିଣ ସ୍ପେନ ସ୍ଥିତ ଏକ ସହର । ମାର୍ଚ୍ଚ ୧୪ରେ ଯେତେବେଳେ ସମଗ୍ର ସ୍ପେନରେ ଚେତାବନୀ ଜାରି କରାଯାଇଥିଲା ସେତେବେଳେ ଏହି ସହରର ମେୟର ସେଣ୍ଟିୟାଗୋ ଗାଲ୍ବନ ୫ଟି ରାସ୍ତାରୁ ୪ଟିକୁ ବନ୍ଦ କରିଦେଇଥିଲେ ।

ଦେଶରେ କୋରୋନା ଯୋଗୁଁ ୧୧ ହଜାର ମୃତ୍ୟୁ, କିନ୍ତୁ ସ୍ପେନର ଏହି ସହରରେ ଜଣେ ବି ନାହାଁନ୍ତି ଆକ୍ରାନ୍ତ

ନୂଆଦିଲ୍ଲୀ: ସ୍ପେନରେ କୋରୋନା ଭୂତାଣୁ ଯୋଗୁଁ ବର୍ତ୍ତମାନ ଯାଏ ୧୧ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ହୋଇ ସାରିଛି । ଅନ୍ୟପଟେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ୍ୱ ରହିଛନ୍ତି । କିନ୍ତୁ ସ୍ପେନର ଏକ ଏପରି ସହର ରହିଛି, ଯେଉଠାରେ କୋରୋନା ମାମଲା ଶୂନ୍ୟ ରହିଛି । ଜହାରା ଡି ଲା ସିଏରା ସ୍ପେନର ଏକ ପାହାଡ଼ିଆ ସହର । କୋରୋନା ସଂକ୍ରମଣସ ଆରମ୍ଭ ହେବା ପରେ ଏହି ସହର ବାହ୍ୟ ଜଗତରୁ ନିଜକୁ ବିଚ୍ଛନ୍ନ କରି ନେଇଥିଲା । ଏହି କାରଣରୁ ସ୍ପେନରେ କୋରୋନା ସ୍ଥିତି ଅତି ଭୟଙ୍କର ଥିବା ବେଳେ ଏଠାକାର ସ୍ଥିତି ସାମାନ୍ୟ ରହିଛି । 

fallback

ସିଏନଏନ ରିପୋର୍ଟ ଅନୁସାର, ଜହାରା ଡି ଲା ସିଏରା ଦକ୍ଷିଣ ସ୍ପେନ ସ୍ଥିତ ଏକ ସହର । ମାର୍ଚ୍ଚ ୧୪ରେ ଯେତେବେଳେ ସମଗ୍ର ସ୍ପେନରେ ଚେତାବନୀ ଜାରି କରାଯାଇଥିଲା ସେତେବେଳେ ଏହି ସହରର ମେୟର ସେଣ୍ଟିୟାଗୋ ଗାଲ୍ବନ ୫ଟି ରାସ୍ତାରୁ ୪ଟିକୁ ବନ୍ଦ କରିଦେଇଥିଲେ । ସହରର ଅଧିକାଂଶ ରାସ୍ତା ବନ୍ଦ ହେବାରୁ ସ୍ପେନରେ ୧ ଲକ୍ଷ ୧୯ ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଏହି ସହରରେ କୋରୋନାର କୌଣସି ଚିହ୍ନ ବର୍ଣ୍ଣ ନାହିଁ ।

Add Zee News as a Preferred Source

fallback

ଜହାରା ଡି ଲା ସିଏରାର ଜନସଂଖ୍ୟା ହେଉଛି ପ୍ରାୟ ୧୪୦୦ । ସହରକୁ ଯିବା  ପାଇଁ କେବଳ ଗୋଟିଏ ରାସ୍ତା ଖୋଲା ରହିଛି । ସେଠାରେ କେବଳ ଜଣେ ପୋଲିସ ଅଧିକାରୀଙ୍କୁ କାର୍ଯ୍ୟରେ ଲଗାଯାଇଛି । ଯେଉ ଗାଡ଼ି ଏହି ସହରରେ ଆସିଥାଏ, ପ୍ରୋଟେକ୍ଟିବ କପଡ଼ା ପିନ୍ଧି ୨ ବ୍ୟକ୍ତି ସେହି ଗାଡ଼ି ଉପରେ ସ୍ପ୍ରେ କରନ୍ତି । ଯାହା ଦ୍ୱାରା ସଂକ୍ରମଣର ବିପଦ କମ୍ ହୋଇଯାଇଥାଏ । ସମସ୍ତ ଗାଡ଼ିର ଟାୟରକୁ ମଧ୍ୟ ସଂକ୍ରମଣ ମୁକ୍ତ କରାଯାଇଥାଏ । 

About the Author