)
ନୂଆଦିଲ୍ଲୀ: ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ କୋରୋନା ଆକ୍ରାନ୍ତ ଚିହ୍ନଟ । ଅର୍ଥାତ ଆଜି ପର୍ଯ୍ୟନ୍ତ ଦେଶରେ ଦିନକୁ ଯେତେ କୋରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ, ଗତ ୨୪ ଘଣ୍ଟା ମଧ୍ୟରେ ଏହି ସଂଖ୍ୟା ସବୁଠୁ ଅଧିକ ରହିଛି । ପାଖାପାଖି ୫ ହଜାର କୋରୋନା ଆକ୍ରାନ୍ତ ଦିନକରେ ଚିହ୍ନଟ ହୋଇଛନ୍ତି । ସେହିପରି ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ପାର କରିଛି । କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୪୯୮୭ଟି ନୂଆ ମାମଲା ସାମ୍ନାକୁ ଆସିଛି । ସେହିପରି ଏହି ସମୟ ମଧ୍ୟରେ ୧୨୦ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି ।
#COVID19: 120 deaths have occurred in the last 24 hours, Ministry of Health and Family Welfare https://t.co/GLgYHOHWyj
— ANI (@ANI) May 17, 2020
ଏପର୍ଯ୍ୟନ୍ତ ଦେଶରେ ୯୦ ହଜାର ୯୨୭ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୮୭୨ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ଅନ୍ୟପଟେ ୩୪୧୦୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ୫୩୯୪୬ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାରୁ ଏହାକୁ ନିୟନ୍ତ୍ରଣକୁ ଆଣିବା ବଡ଼ ଚ୍ୟାଲେଞ୍ଜ ପାଲଟିଛି । ଆଉ ଏହାରି ଭିତରେ ଆଜି ଲକଡାଉନ ୪.O ନେଇ ଗାଇଡଲାଇନ ଜାରି କରିବେ କେନ୍ଦ୍ର ସରକାର ।