୨୩୦ ଟ୍ରେନ ପାଇଁ ବମ୍ପର ବୁକିଂ, ୨୪ ଘଣ୍ଟାରେ ବିକ୍ରି ହେଲା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ
Advertisement

୨୩୦ ଟ୍ରେନ ପାଇଁ ବମ୍ପର ବୁକିଂ, ୨୪ ଘଣ୍ଟାରେ ବିକ୍ରି ହେଲା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ

ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଏହି ୨୩୦ ଟ୍ରେନ୍ ପାଇଁ ୧୩ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇଛି । ରେଳବାଇ ମେ ୨୧ ଅର୍ଥାତ ଗୁରୁବାର ଦିନ ସମସ୍ତ ୨୩୦ ଯାତ୍ରୀବାହୀ ଟ୍ରେନ୍ ପାଇଁ ସମସ୍ତ ବର୍ଗରେ ବୁକିଂର ୱିଣ୍ଡୋ ଖୋଲିଥିଲା​​ । ରେଳବାଇ କାଉଣ୍ଟରରୁ ଟିକେଟ୍ ବୁକିଂ ସୁବିଧା ମଧ୍ୟ ଆରମ୍ଭ କରାଯାଇଛି 

୨୩୦ ଟ୍ରେନ ପାଇଁ ବମ୍ପର ବୁକିଂ, ୨୪ ଘଣ୍ଟାରେ ବିକ୍ରି ହେଲା ୧୩ ଲକ୍ଷରୁ ଉର୍ଦ୍ଧ୍ୱ ଟିକେଟ

ନୂଆଦିଲ୍ଲୀ: ଭାରତୀୟ ରେଲୱେ ଜୁନ ୧ରୁ ୨୩୦ ଯାତ୍ରୀବାହୀ ଟ୍ରେନ୍ ଚଳାଇବାକୁ ଘୋଷଣା କରିଛି । ଏଥିପାଇଁ ଟିକେଟ୍ ବୁକିଂ ଗୁରୁବାର ଠାରୁ ଆରମ୍ଭ ହୋଇଛି । ଆଶ୍ଚର୍ଯ୍ୟଜନକ କଥା ହେଉଛି ଗତ ୨୪ ଘଣ୍ଟା ମଧ୍ୟରେ ଏହି ୨୩୦ ଟ୍ରେନ୍ ପାଇଁ ୧୩ ଲକ୍ଷରୁ ଅଧିକ ଟିକେଟ୍ ବୁକ୍ ହୋଇଛି । ରେଳବାଇ ମେ ୨୧ ଅର୍ଥାତ ଗୁରୁବାର ଦିନ ସମସ୍ତ ୨୩୦ ଯାତ୍ରୀବାହୀ ଟ୍ରେନ୍ ପାଇଁ ସମସ୍ତ ବର୍ଗରେ ବୁକିଂର ୱିଣ୍ଡୋ ଖୋଲିଥିଲା​​ । ରେଳବାଇ କାଉଣ୍ଟରରୁ ଟିକେଟ୍ ବୁକିଂ ସୁବିଧା ମଧ୍ୟ ଆରମ୍ଭ କରାଯାଇଛି ।

ଶୁକ୍ରବାର ରେଳବାଇ କହିଛି ଯେ, ଦେଶର ବିଭିନ୍ନ ଷ୍ଟେସନକୁ ସଂଯୋଗ କରୁଥିବା ୨୩୦ଟି ଯାତ୍ରୀବାହୀ ଟ୍ରେନରେ ସମସ୍ତ ପ୍ରକାର ବର୍ଗ ପାଇଁ ରେଳ ଟିକେଟ ବୁକିଂ ଖୋଲାଯାଇଛି । ଅନଲାଇନ୍ ବୁକିଂ ଓ ରେଳ ସଂରକ୍ଷଣ କାଉଣ୍ଟର ମାଧ୍ୟମରେ ସଂରକ୍ଷଣ ଟିକେଟ୍ ବୁକ୍ କରାଯାଇପାରିବ । ଗତକାଲି ଠାରୁ ୧୩ ଲକ୍ଷରୁ ଅଧିକ ଯାତ୍ରୀ ଟିକେଟ୍ ବୁକ୍ କରିଛନ୍ତି । ଏହାପୂର୍ବରୁ ଗୁରୁବାର ଟିକେଟ୍ ବୁକିଂ ଆରମ୍ଭ ହେବା ମାତ୍ରେ ପ୍ରଥମ ଘଣ୍ଟାରେ ୧.୫ ଲକ୍ଷ ଟିକେଟ୍ ବୁକ୍ କରାଯାଇଥିଲା । ଏଥି ସହିତ ପ୍ରଥମ ଅଢ଼େଇ ଘଣ୍ଟା ମଧ୍ୟରେ ୪ ଲକ୍ଷ ଟିକେଟ୍ ବୁକ୍ କରାଯାଇଥିଲା ।

କେଉଁଠାରେ ହେବ ବୁକିଂ ?

ଏହି ୨୩୦ ଟ୍ରେନ୍ ପାଇଁ ରେଳବାଇ ଟିକେଟ୍ କାଉଣ୍ଟର ଖୋଲିଛି । ଏହା ବ୍ୟତୀତ ଯାତ୍ରୀମାନେ IRCTCର ଅଫିସିଆଲ୍ ୱେବସାଇଟ୍ କିମ୍ବା ମୋବାଇଲ୍ ଆପ୍ ମାଧ୍ୟମରେ ଅନଲାଇନରେ ଟିକେଟ ବୁକ୍ କରିପାରିବେ । କେବଳ ଏତିକି ନୁହେଁ ଡାକଘର, ଯାତ୍ରୀ ଟିକେଟ୍ ସୁବିଧା କେନ୍ଦ୍ର (YTSK), ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) ଏବଂ ସାଧାରଣ ସେବା କେନ୍ଦ୍ରରୁ ମଧ୍ୟ ଟିକେଟ ବୁକ୍ କରାଯାଇପାରିବ ।