Advertisement
Article Detail0/zeeodisha/odisha707234

ରାଜଧାନୀରେ ୧ ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୮୨୩ କୋରୋନା ମାମଲା ସାମ୍ନାକୁ ଆସିଛି ।  ଏହାସହ ଏଠାରେ ଏପର୍ଯ୍ୟନ୍ତ ୩,୧୧୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । 

ରାଜଧାନୀରେ ୧ ଲକ୍ଷ ଟପିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢ଼ି ବଢ଼ି ଚାଲିଛି କୋରୋନା ଭୂତାଣୁର ଆତଙ୍କ । ଭାରତରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଏହାସହ ଦେଶରେ ଏପର୍ଯ୍ୟନ୍ତ ପ୍ରାୟ ୨୦ ହଜାର କୋରୋନା ସଂକ୍ରମିତ ଲୋକ ପ୍ରାଣ ହରାଇଛନ୍ତି । ଏହି ସମୟରେ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଅତିକ୍ରମ କରିଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧,୩୭୯ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଏହାସହ ୪୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । 

ଏହା ସହିତ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୧ ଲକ୍ଷ ୮୨୩ କୋରୋନା ମାମଲା ସାମ୍ନାକୁ ଆସିଛି ।  ଏହାସହ ଏଠାରେ ଏପର୍ଯ୍ୟନ୍ତ ୩,୧୧୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏଠାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୪୯ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦିଲ୍ଲୀରେ ଆରୋଗ୍ୟ ହୋଇଥିବା ରୋଗୀଙ୍କ ସଂଖ୍ୟା ୭୨,୦୮୮କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଛନ୍ତି ଯେ, କୋରୋନା ମାମଲା ପ୍ରାୟ ଏକ ଲକ୍ଷରେ ପହଞ୍ଚିଛି । କିନ୍ତୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ । କାରଣ ସୁସ୍ଥ ହେଉଥିବା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୭୨ ହଜାରରେ ପହଞ୍ଚିଛି । ଗତ ସପ୍ତାହରେ କୋରୋନା ଅବସ୍ଥାରେ ଅଧିକ ସୁଧାର ଆସିଛି । ଠିକ୍ ଯେପରି ଆମେ ଜୁନ୍ ମାସରେ ପରୀକ୍ଷା କରୁଥିଲୁ, ପ୍ରତି ୧୦୦ କୋରୋନା ରୋଗୀଙ୍କ ମଧ୍ୟରୁ ୩୫ ଜଣ ବାହାରକୁ ଆସୁଥିଲେ । ବର୍ତ୍ତମାନ ୧୦୦ କୋରୋନା ରୋଗୀଙ୍କ ମଧ୍ୟରୁ ୧୧ ଜଣ ସଂକ୍ରମିତ ବାହାରକୁ ଆସୁଛନ୍ତି ।

Add Zee News as a Preferred Source
About the Author