ଲିଗ୍ନାଇଟ ପ୍ଲାଣ୍ଟ ବଏଲର ବିସ୍ଫୋରଣରେ ୧୭ ଆହତ

ତାମିଲନାଡୁର ନେଭେଲିସ୍ଥିତ ଲିଗ୍ନାଇଟ୍ ପ୍ଲାଣ୍ଟ ବଏଲରରେ ହୋଇଥିବା ବିସ୍ଫୋଣରେ ୧୭ ଆହତ ହୋଇଛନ୍ତି | 

ଲିଗ୍ନାଇଟ ପ୍ଲାଣ୍ଟ ବଏଲର ବିସ୍ଫୋରଣରେ ୧୭ ଆହତ

ଚେନ୍ନାଇ: ତାମିଲନାଡୁର ନେଭେଲିସ୍ଥିତ ଲିଗ୍ନାଇଟ୍ ପ୍ଲାଣ୍ଟ ବଏଲରରେ ହୋଇଥିବା ବିସ୍ଫୋଣରେ ୧୭ ଆହତ ହୋଇଛନ୍ତି | ଆହତଙ୍କୁ ସେଠାକାର ଏନଏଲସି ଲିଗ୍ନାଇଟ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ଏହା ସହିତ ପ୍ଲାଣ୍ଟରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି | ବିଗତ ଦୁଇ ମାସ ମଧ୍ୟରେ ଏହି ପ୍ଲାଣ୍ଟରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ହୋଇଛି |

ଗତ ମେ ୭ ତାରିଖରେ ନେଭେଲିସ୍ଥିତ ଲିଗ୍ନାଇଟ୍ ପ୍ଲାଣ୍ଟରେ ହୋଇଥିବା ବଏଲର ବିସ୍ଫୋରଣରେ ୮ ଜଣ କର୍ମଚାରୀ ଆହତ ହୋଇଥିଲେ | ଏହା ପଛରେ ଏକ କାରଣ ରହିଥିଲା | ସ୍ୱାଭାବିକ ଠାରୁ ବଏଲରରର ତାପମାତ୍ରା ବୃଦ୍ଧି ପାଇବା କାରଣରୁ ଏହି ବିସ୍ଫୋରଣ ହୋଇଥିଲା | ଦ୍ୱିତୀୟ ପାୱାର ପ୍ଲାଣ୍ଟର ଷଷ୍ଠ ୟୁନିଟରେ ଏହି ବିସ୍ଫୋରଣ ଘଟିଥିଲା ଏବଂ ନିକଟରେ ଗଚ୍ଛିତ ହୋଇଥିବା ରହିଥିବା ତେଲ ଏହି କାରଣରୁ ଜଳି ଯାଇଥିଲା | ଏହାର ଉତ୍ପାଦନ କ୍ଷମତା 210 ମେଗାୱାଟ |

ଏନଏଲସି ଇଣ୍ଡିଆ ଲିମିଟେଡ୍ ହେଉଛି ଭାରତର ଜୀବାଶ୍ମ ଇନ୍ଧନ ଖଣି କ୍ଷେତ୍ରରେ ଏବଂ ତାପଜ ବିଦ୍ୟୁତ୍ ଉତ୍ପାଦନରେ ଭାରତର ଏକ 'ନବରତ୍ନ' କମ୍ପାନୀ | ଏହା ପ୍ରତିବର୍ଷ ରାଜ୍ୟର ନେଭେଲିରେ ଥିବା ଓପନକାଷ୍ଟ ଖଣିରୁ ପ୍ରାୟ 30 ନିୟୁତ ଟନ୍ ଲିଗ୍ନାଇଟ୍ ଉତ୍ପାଦନ କରିଥାଏ |