ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ ୧୭୫ ନିମନ୍ତ୍ରିତ ଅତିଥି, ନେପାଳରୁ ଆସିବେ ସାଧୁସନ୍ଥ
Advertisement

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ ୧୭୫ ନିମନ୍ତ୍ରିତ ଅତିଥି, ନେପାଳରୁ ଆସିବେ ସାଧୁସନ୍ଥ

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ୧୭୫ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।   

ରାମ ମନ୍ଦିର ଭୂମି ପୂଜନ କାର୍ଯ୍ୟକ୍ରମରେ ଯୋଗଦେବେ ୧୭୫ ନିମନ୍ତ୍ରିତ ଅତିଥି, ନେପାଳରୁ ଆସିବେ ସାଧୁସନ୍ଥ

ଅଯୋଧ୍ୟା: ଅନେକ ପ୍ରତୀକ୍ଷାର ଅନ୍ତ ଘଟାଇ ଧର୍ମ ନଗରୀ ଅଯୋଧ୍ୟାରେ ନିର୍ମିତ ହେବାକୁ ଯାଉଛି ଭବ୍ୟ ରାମ ମନ୍ଦିର। ଏହାର ନିର୍ମାଣ ପୂର୍ବରୁ ଅଗଷ୍ଟ ୫ ତାରିଖରେ ହେବାକୁ ଯାଉଛି ଭୂମି ପୂଜନ କାର୍ଯ୍ୟକ୍ରମ। ଏହି ସମାରୋହରେ ଯୋଗ ଦେବା ଲାଗି ୧୭୫ ଜଣ ବିଶିଷ୍ଟ ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି।   

ଏନେଇ ମତ ରଖି ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ ଗଣମାଧ୍ୟମକୁ କହିଛନ୍ତି ରାମ ମନ୍ଦିର ଆନ୍ଦୋଳନ ସହ ଜଡିତ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ ଏବଂ ସୁପ୍ରିମକୋର୍ଟରେ ରାମଲାଲଙ୍କ ପକ୍ଷରୁ କେସ ଲଢୁଥିବା ବରିଷ୍ଠ ଓକିଲ କେ  ପରାସରନଙ୍କ ଏବଂ ଅନ୍ୟ ମାନ୍ୟଗଣ ବ୍ୟକ୍ତିଙ୍କ ସହ ଆଲୋଚନା ପରେ କାର୍ଯ୍ୟକ୍ରମରେ ଯୋହେ ଦେବାକୁ ଥିବା ଅତିଥିଙ୍କ ତାଲିକା ପ୍ରସ୍ତୁତ କରାଯାଇଥିଲା।   

ଏହା ସହିତ ଆହୁରି କହିଛନ୍ତି ନିମନ୍ତ୍ରିତ ହୋଇଥିବା ୧୭୫ ଅତିଥିଙ୍କ ମଧ୍ୟରୁ ୧୩୫ ସାଧୁସନ୍ଥ ରହିଛନ୍ତି। ଯେଉଁମାନେ ବିଭିନ୍ନ ଆଧ୍ୟାତ୍ମିକ ପରମ୍ପରା ସହିତ ଜଡିତ ଅଛନ୍ତି ଏବଂ ସେମାନେ ସମସ୍ତେ ଭୂମି ପୂଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ। ସେମାନଙ୍କ ବ୍ୟତୀତ ସହରର କିଛି ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ମଧ୍ୟ ଏହି ସମାରୋହରେ ଯୋଗଦେବା ଲାଗି ନିମନ୍ତ୍ରଣ କରାଯାଇଛି। ଏହା ସହିତ ନେପାଳର ସାଧୁସନ୍ଥଙ୍କୁ ମଧ୍ୟ  ଆମନ୍ତ୍ରଣ କରାଯାଇଛି। କାରଣ ଧାର୍ମିକ ଦୃଷ୍ଟିକୋଣରୁ ଜନକପୁରର ବିହାର, ଉତ୍ତରପ୍ରଦେଶ ଏବଂ ଅଯୋଧ୍ୟା ସହିତ ମଧ୍ୟ ସମ୍ପର୍କ ରହିଛି।

ମନ୍ଦିରର ଡିଜାଇନ୍ ଉପରେ ଆଧାରିତ ଏକ ଡାକଘର ଷ୍ଟାମ୍ପ ମଧ୍ୟ ରାଜ୍ୟ ସରକାର ଜାରି କରିବେ। ରାମ ଜନ୍ମଭୂମି ପରିସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାରିଜାତ ବୃକ୍ଷ ମଧ୍ୟ ଲଗାଇବେ। ଭୂମି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଦିନିକିଆ ଅଯୋଧ୍ୟା ଗସ୍ତରେ ଆସୁଛନ୍ତି ସେ। ଏହା ବ୍ୟତୀତ ଅଯୋଧ୍ୟ ଆନ୍ଦୋଳନ ସହ ଜଡିତ କେତେକ କରସେବକଙ୍କ ପରିବାରର ସଦସ୍ୟଙ୍କୁ ମଧ୍ୟ ଭୂମି ପୂଜନ କାର୍ଯ୍ୟକ୍ରମରେ  ଯୋଗ ଦେବା ଲାଗି ଆମନ୍ତ୍ରଣ କରାଯାଇଛି। ଏହା ସହିତ ବାବ୍ରି ମସଜିଦ-ରାମ ଜନ୍ମଭୂମି ମାମଲାରେ ଅନ୍ୟତମ ପକ୍ଷକାର ଇକବାଲ ଅନସାରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି।   

ରାମ ମନ୍ଦିର ଆନ୍ଦୋଳନର ପ୍ରମୁଖ ଚେହେରା ଭାବେ ଜଣାଶୁଣା ଲାଲକୃଷ୍ଣ ଆଡଭାନୀ, ମୂରଲୀ ମନୋହର ଯୋଶୀ, ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କଲ୍ୟାଣ ସିଂହ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହେବେ ନାହିଁ। ଅନ୍ୟପଟେ ବିଜେପିର ଫାୟାରବ୍ରାଣ୍ଡ ନେତ୍ରୀ ତଥା ଏହି ଆନ୍ଦୋଳନ ସହ ଜଡିତ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମା ଭାରତୀ ଯଦିଓ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଅଯୋଧ୍ୟାରେ ଉପସ୍ଥିତ ରହିବେ, ହେଲେ କୋଭିଡ୧୯ ପ୍ରକୋପକୁ ଦୃଷ୍ଟିରେ ରଖି ଭୂମି ପୂଜନରେ ଅଂଶଗ୍ରହଣ କରିବେ ନାହିଁ।