ଆଜି ସ୍ୱଦେଶ ଫେରୁଛନ୍ତି ୧୭୯ ପାକିସ୍ତାନୀ ନାଗରିକ
Advertisement
Article Detail0/zeeodisha/odisha687049

ଆଜି ସ୍ୱଦେଶ ଫେରୁଛନ୍ତି ୧୭୯ ପାକିସ୍ତାନୀ ନାଗରିକ

ଏହି ୧୭୯ ଜଣ ପାକିସ୍ତାନୀ ନାଗରିକ ଗୁଜୁରାଟ, ମହାରାଷ୍ଟ୍ର, ଏମପି, ଚଣ୍ଡିଗଡ଼, ଦିଲ୍ଲୀ, ହରିୟାଣା, ୟୁପି ଏବଂ ପଞ୍ଜାବ ଇତ୍ୟାଦି ସ୍ଥାନରେ ଫସି ରହିଥିଲେ ।  

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: କୋରୋନା ଭାଇରସ୍ କାରଣରୁ ଗତ ମାର୍ଚ୍ଚ ୨୫ରୁ ଦେଶ ଲକଡାଉନରେ ରହିଛି । ଆଉ ଏହି ସମୟରୁ ଭାରତରେ ଫସି ରହିଥିଲେ ୧୭୯ ପାକିସ୍ତାନୀ ନାଗରିକ । ଆଜି ଏମାନେ ସ୍ୱଦେଶ ଫେରିବେ । ସମସ୍ତ ପାକିସ୍ତାନୀ ନାଗରିକଙ୍କୁ ସକାଳ ୧୦ଟାରେ ପଞ୍ଜାବ ଅମୃତସରରୁ ଅଟାରୀ-ୱାଘା ବୋର୍ଡରେ ଛଡ଼ାଯିବ । ତେବେ ଏହି ୧୭୯ ଜଣ ପାକିସ୍ତାନୀ ନାଗରିକ ଗୁଜୁରାଟ, ମହାରାଷ୍ଟ୍ର, ଏମପି, ଚଣ୍ଡିଗଡ଼, ଦିଲ୍ଲୀ, ହରିୟାଣା, ୟୁପି ଏବଂ ପଞ୍ଜାବ ଇତ୍ୟାଦି ସ୍ଥାନରେ ଫସି ରହିଥିଲେ ।  

ସେପଟେ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ଦେଢ଼ଲକ୍ଷ ହେଲାଣି । ଅନ୍ୟପଟେ ନିଜ ନିଜ ଗୃହରାଜ୍ୟକୁ ଫେରି ଚାଲିଛନ୍ତି ପ୍ରବାସୀ ନାଗରିକ । ଚିନ୍ତାଜନକ ବିଷୟ ଏହା ଯେ, ବିହାର, ପଶ୍ଚିମବଙ୍ଗ, ଆସାମ ଏବଂ ଆମ ରାଜ୍ୟ ଓଡ଼ିଶାରେ କୋରୋନା ଆକ୍ରାନ୍ତ ତିବ୍ର ଗତିରେ ବଢ଼ିଚାଲିଛନ୍ତି । 

;