Advertisement
Article Detail0/zeeodisha/odisha706172

ପୁଣି କାଳ ସାଜିଲା ବଜ୍ରପାତ, ୧୮ ମୃତ

ଗତକାଲି ଅର୍ଥାତ ଶୁକ୍ରବାର ମଧ୍ୟ ରାଜ୍ୟରେ ବଜ୍ରପାତ ହେବାରୁ ୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି ।

ପୁଣି କାଳ ସାଜିଲା ବଜ୍ରପାତ, ୧୮ ମୃତ

ପାଟନା: ଦେଶରେ ଗୋଟିଏ ପରେ ଗୋଟିଏ ସଙ୍କଟ ଲାଗି ରହିଛି । ପ୍ରାୟ ଦିନ ବଜ୍ରପାତ ଯୋଗୁଁ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି । ଏହାର ପ୍ରଭାବ ସର୍ବାଧିକ ଭାବେ ବିହାର ଓ ଉତ୍ତର ପ୍ରଦେଶ ପରି ରାଜ୍ୟରେ ଦେଖିବାକୁ ମିଳୁଛି । ପୁଣି ଆଜି(ଶନିବାର) ବିହାରରେ ବିଭିନ୍ନ ସ୍ଥାନରେ ବଜ୍ରପାତ ଯୋଗୁଁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବା ଖବର ଆସିଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ସୂଚନା ଅନୁଯାୟୀ, ପାଞ୍ଚଟି ଜିଲ୍ଲାରେ ଲୋକଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଛି । ସବୁଠାରୁ ଅଧିକ ସାରନ ଓ ଭୋଜପୁର ଜିଲ୍ଲାରେ ୪-୪ ଜଣଙ୍କର ମୃତ୍ୟୁ ଘଟିଛି । ବଜ୍ରପାତ ଯୋଗୁଁ ପ୍ରଭାବିତ ହୋଇଥିବା ଅନ୍ୟାନ୍ୟ ଜିଲ୍ଲାଗୁଡ଼ିକ ହେଉଛି କୌମୁର, ପାଟନା ଏବଂ ବକ୍ସର । 

ଗତକାଲି ଅର୍ଥାତ ଶୁକ୍ରବାର ମଧ୍ୟ ରାଜ୍ୟରେ ବଜ୍ରପାତ ହେବାରୁ ୮ ଜଣ ମୃତ୍ୟୁ ବରଣ କରିଛନ୍ତି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରତ୍ୟେକ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଆର୍ଥିକ କ୍ଷତିପୂରଣ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଅପିଲ କରିଛନ୍ତି ଯେ ଖରାପ ପାଗ ସମୟରେ ସତର୍କ ରହିବା ସହ ନିଜ ନିଜ ଘର ଭିତରେ ରୁହନ୍ତୁ । ରାଜ୍ୟରେ ଗତ ଏକ ସପ୍ତାହରେ ବଜ୍ରପାତ ଯୋଗୁଁ ୧୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି ।

ଏହି ସମୟରେ ଅନେକ ପାଣିପାଗ ବିଜ୍ଞାନୀ ଅନୁମାନ କରିଛନ୍ତି ଯେ, ପୂର୍ବ ଉତ୍ତରପ୍ରଦେଶ ଓ ବିହାରରେ ସାଧାରଣ ତାପମାତ୍ରା ଏବଂ ବଙ୍ଗୋପସାଗରରୁ ଆର୍ଦ୍ର ପବନର ମିଶ୍ରଣ ବାୟୁମଣ୍ଡଳରେ “ଅସ୍ଥିରତା” ସୃଷ୍ଟି କରିଛି । ଗତ ଏକ ସପ୍ତାହରେ ମଧ୍ୟରେ ଏହି ଦୁଇ ରାଜ୍ୟ (ଇଷ୍ଟର୍ଣ୍ଣ ୟୁପି ଏବଂ ବିହାର)ରେ ବଜ୍ରପାତ ଯୋଗୁଁ ୧୫୦ ଜଣ ମୃତ୍ୟୁ ବରଣ କରିଛନ୍ତି ।

Add Zee News as a Preferred Source
About the Author