ପ୍ରତିଶୋଧ ନା ଟିଆରପି କାରସାଦି?
Advertisement

ପ୍ରତିଶୋଧ ନା ଟିଆରପି କାରସାଦି?


ବିଜ୍ଞାପନ ପାଇଁ ଚାଲିଛି ଠକେଇ। ଏହାର ଏକ ରାକେଡ ଠାବ କରିଛି ମୁମ୍ବାଇ ପୋଲିସ। ୨ଟି ଚ୍ୟାନେଲର ମାଲିକ ଗିରଫ ଗୋଇଥିବା ବେଳେ ଅନ୍ୟ ଜଣଙ୍କ ପାଇଁ ଚାଲିଛି କସରତ।

ପ୍ରତିଶୋଧ ନା ଟିଆରପି କାରସାଦି?

ନୂଆଦିଲ୍ଲୀ: ଟିଆରପି ଠକେଇ ମାମଲାରେ ଧରାପଡିଛନ୍ତି ମୁମ୍ବାଇସ୍ଥିତ ୩ଟି ଟିଭି ଚ୍ୟାନେଲ। ଗୁରୁବାର ୨ଟି ମରାଠୀ ଚ୍ୟାନେଲର ମାଲକ ଗିରଫ ହୋଇଛନ୍ତି। ରିପବ୍ଲିକ ଟିଭି ମାଲିକଙ୍କୁ ନୋଟିସ ଦିଆଯାଇଛି। ଏହି ରାକେଟରେ ହାନସା ନାମକ ସଂସ୍ଥା ସାମିଲ ଥିବା ମୁମ୍ବାଇ ପୋଲିସ କହିଛି।

ଘଟଣାଟି ସାମନାକୁ ଆସିଲା ପରେ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଏଥିରେ ସେ କହିଛନ୍ତି ଯେ ୩ଟି ଟିଭି ଚ୍ୟାନେଲ ରେଟିଂରେ ହେରଫେର କରୁଥିବାର ପ୍ରମାଣ ମିଳିଛି। ଏହି ମାମଲାରେ ଫକତ ମରାଠୀ ଓ ବକ୍ସ ଚ୍ୟାନେଲର ମାଲିକଙ୍କୁ ଗିରଫ କରାଯାଇଛି। ରିପବବ୍ଲିକ ଟିଭି ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କୁ ଖୁବଶିଘ୍ର ଜେରା କରାଯିବ ବୋଲି ସେ କହିଛନ୍ତି।

ସେ ପୁଣି କହିଛନ୍ତି ଯେ। ଟିଆରପି ଠକେଇରେ ହାନସା ନାମକ ଏକ ସଂସ୍ଥା ଟିଭି ଚ୍ୟାନେଲ ଗୁଡିକୁ ସହଯୋଗ କରୁଛି। ଏମାନେ ଟିଆରପି ବଢାଇବାକୁ ପ୍ରାୟ ୨ ହାଜାର ଘରେ ବାରୋମିଟର ଲଗାଇ ଥିଲେ। ଏଥିପାଇଁ ଲୋକଙ୍କୁ ପ୍ରତିମାସ କିଛି ଟଙ୍କା ବି ଦିଆଯାଉଥିଲା। ଲୋକେ ଟଙ୍କା ନେଇଥିବା କଥା ବି ସ୍ୱୀକାର କରିଛନ୍ତି।

ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାର ମିଥ୍ୟା ଖବର ପ୍ରସାରର ତଦନ୍ତ ବେଳେ ଟିଆରପି ରାକେଟ ଠାବ ହୋଇଛି। ଏବାବଦରେ କେନ୍ଦ୍ର ସରକାଙ୍କୁ ସୂଚନା ଦେବା ସହ ଆହୁରି ଅଧକ ଖୋଳତାଡ କରାଯାଉଛି। ଆବଶ୍ୟକ ପଡିଲେ ଟିଭି ଚ୍ୟାନେଲ ଗୁଡିକର ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ କରାଯିବ ବୋଲି କମିଶନର ପରମବୀର ସିଂହ କହିଛନ୍ତି।

ସେପଟେ ଟିଆରପି ଠକେଇ ଅଭିଯୋଗକୁ ଖଣ୍ଡନ କରିଛି ରିପବ୍ଲିକ ଟିଭି। ମହାରାଷ୍ଟ୍ର ସରକାର ଓ ମୁମ୍ବାଇ ପୋଲିସ ଜାଣିଶୁଣି ଆମକୁ ଟାର୍ଗେଟ କରିଛି ବୋଲି ଚ୍ୟାନେଲ ଅଭିଯୋଗ କରିଛି। ରିପବ୍ଲିକରେ ପ୍ରସାରିତ ଖବର ରାଜ୍ୟ ସରକାର ଓ ପୋଲିସକୁ ସୁହାଉ ନାହିଁ। ଯେଉଥିପାଇଁ ସେମାନେ ପ୍ରତିଶୋଧ ପରାୟଣ ହୋଇ ଟିଆରପି ଅଭିଯୋଗ ଆଣିଛି। ଏଥିପାଇଁ ଅପରାଧିକ ମାନହାନୀ ମାମଲା ରୁଜୁ କରାଯିବ ବୋଲି ରିପବ୍ଲିକ ଟିଭି ତାର ବିବୃତିରେ କହିଛି।

ସୂଚନାଯୋଗ୍ୟ, ୨୦୧୯ ମହାରାଷ୍ଟ୍ର ନିର୍ବାଚନରେ ବଜେପିର ସଚୋନୀୟ ପରାଜୟ ହୋଇଥିଲା। ଆଉ ଦୀର୍ଘ ଦିନର ରାଜନୈତିକ ମହାନାଟକ ପରେ ମହା ବିକାଶ ଅଘାଡି ମେଣ୍ଟ ସରକାର(କଂଗ୍ରେସ, ଏନସିପି, ଶିବସେନା) କ୍ଷମତାକୁ ଆସିଥିଲେ। ଆଉ ସେବେଠାରୁ କିଛି ନିର୍ଦ୍ଧିଷ୍ଟ ଚ୍ୟାନେଲ ମହାରାଷ୍ଟ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ।

ରିପବ୍ଲିକ ଟିଭିରେ ପାଲଘର ଭିଡହିଂସା, ଶୁଶାନ୍ତି ସିଂହ ରାଜପୁତ ମୃତ୍ୟୁ, କଙ୍ଗଣା ରଣାୱତଙ୍କ ଘର ଭଙ୍ଗା ମାମଲା ହାଇଲାଟ କରିଥିଲା। ଏଥିରେ ଚ୍ୟାନେଲ ମହାରା୍ଟ୍ର ସରକାର ଓ ମୁମ୍ବାଇ ପୋଲିସର ବିଫଳତାକୁ ଦେଖାଇଥିଲା। ନିକଟରେ କଙ୍ଗନା ମାମଲାରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ରିପବ୍ଲିକ ମୁଖ୍ୟ ଭତ୍ସନା କରିବା ସହ ତାଙ୍କ ବିପକ୍ଷରେ କଟୁବାକ୍ୟ ବି ବ୍ୟବହାର କରିଥିଲେ।