ଏଜେନ୍ସି ANI ତରଫରୁ କୁହାଯାଇଛି ଯେ, ଲଦାଖର ଗାଲଭାନ୍ ଉପତ୍ୟକାରେ ହୋଇଥିବା ହିଂସାରେ ଅତି କମରେ ୪୩ ଚୀନୀ ସୈନିକ ପ୍ରାଣ ହରାଇଛନ୍ତି କିମ୍ବା ଗୁରୁତର ଅବସ୍ଥାରେ ଅଛନ୍ତି ।
Trending Photos
)
ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖର ଗାଲଭାନ୍ ଉପତ୍ୟକାରେ ଚୀନ୍ ସୈନିକଙ୍କ ସହ ଭାରତୀୟ ସୈନିକଙ୍କ ହିଂସାତ୍ମକ ସଂଘର୍ଷ ହୋଇଥିଲା । ଏଥିରେ ଭାରତର ୨୦ ସୈନିକ ଶହୀଦ ହୋଇଛନ୍ତି । ଏହି ସୂଚନା ନ୍ୟୁଜ ଏଜେନ୍ସି ANI ତରଫରୁ ଦିଆଯାଇଛି । ଏ ସମ୍ପର୍କର ସେନା ୨୦ ଜଣ ସୈନିକଙ୍କ ଶହୀଦ ହେବାର ଖବର ପୃଷ୍ଟି କରିଛି । ନ୍ୟୁଜ୍ ଏଜେନ୍ସି ANI ତରଫରୁ କୁହାଯାଇଛି ଯେ, ଲଦାଖର ଗାଲଭାନ୍ ଉପତ୍ୟକାରେ ହୋଇଥିବା ହିଂସାରେ ଅତି କମରେ ୪୩ ଚୀନୀ ସୈନିକ ପ୍ରାଣ ହରାଇଛନ୍ତି କିମ୍ବା ଗୁରୁତର ଅବସ୍ଥାରେ ଅଛନ୍ତି ।
Increase in Chinese chopper activity observed across the LAC to airlift casualties suffered by them during face-off with Indian troops in Galwan valley: Sources to ANI https://t.co/uMExblXYxq
— ANI (@ANI) June 16, 2020
ସୂତ୍ର ଏଜେନ୍ସି ANIକୁ କହିଛି ଯେ, ଏଲଓସି ଉପରେ ଚୀନ ତରଫରୁ ହେଲିକପ୍ଟର ଗତିବିଧି ବୃଦ୍ଧି ପାଇଛି । କାରଣ ଭାରତୀୟ ସେନା ସହ ହୋଇଥିବା ହିଂସାତ୍ମକ ମୁହାଁମୁହିଁରେ ମୃତ୍ୟୁ ବରଣ କରିଥିବା ବା ଆହତ ହୋଇଥିବା ନିଜ ଯବାନଙ୍କୁ ନେଇ ଯାଇପାରିବେ ।
ପ୍ରାରମ୍ଭରେ କର୍ଣ୍ଣେଲଙ୍କ ସହ ତିନିଜଣ ଭାରତୀୟ ସୈନିକ ଶହୀଦ ହୋଇଥିବା ଖବର ଆସିଥିଲା । ୧୯୭୫ ପରଠାରୁ ଏହା ପ୍ରଥମ ଥର ପାଇଁ ଲଦାଖ ଅଞ୍ଚଳରେ ସୈନିକମାନେ ଶହୀଦ ହୋଇଛନ୍ତି । ଏହି ପ୍ରସଙ୍ଗରେ ଉଚ୍ଚ ସ୍ତରୀୟ ବୈଠକର ରାଉଣ୍ଡ ଦିନସାରା ଜାରି ରହିଥିଲା । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ତିନିଜଣ ସାମରିକ ମୁଖ୍ୟ ତଥା ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ ପ୍ରତିରକ୍ଷା ମୁଖ୍ୟ (ସିଡିଏସ୍) ଜେନେରାଲ୍ ବିପିନ ରାୱତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସୂଚନା ଦେଇଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଙ୍ଗଳବାର ବରିଷ୍ଠ ସୈନିକଙ୍କ ସହ ଲଗାତାର ଦୁଇଟି ବୈଠକ କରି ପୂର୍ବ ଲଦାଖର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମିତ ଶାହାଙ୍କୁ ଭେଟିଥିଲେ ।