କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୟୁପିରୁ ଯିବ ୨୦୦ ବସ୍
Advertisement
Article Detail0/zeeodisha/odisha669141

କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୟୁପିରୁ ଯିବ ୨୦୦ ବସ୍

ଗଣମାଧ୍ୟମରେ ଏହି ଖବର ଆସିବା ପରେ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି । କୋଟାରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଆଗ୍ରା ଠାରୁ ୨୦୦ ବସ୍ ଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

କୋଟାରେ ଫସିଥିବା ଛାତ୍ରଙ୍କୁ ଆଣିବା ପାଇଁ ୟୁପିରୁ ଯିବ ୨୦୦ ବସ୍

ଲକ୍ଷ୍ନୌ: କୋରୋନା ଭାଇରସ୍ ଯୋଗୁଁ ସାରା ଦେଶରେ ଜାରି ରହିଛି ଲକଡାଉନ । ଫଳରେ ବାହାର ରାଜ୍ୟରେ ଫସି ଅଛନ୍ତି ଅନ୍ୟାନ୍ୟ ରାଜ୍ୟର ବହୁ ଶ୍ରମିକ ଓ ଛାତ୍ରଛାତ୍ରୀ । ଏହି ଲକଡାଉନ ଯୋଗୁଁ ସବୁଠୁ ବଡ ସମସ୍ୟା ସେମାନଙ୍କ ଘରଠାରୁ ଦୂରରେ ରହୁଥିବା ଲୋକଙ୍କ ପାଇଁ ଆସିଛି । ଶ୍ରମିକମାନଙ୍କ ସହିତ ଛାତ୍ରଛାତ୍ରୀଙ୍କ ଅବସ୍ଥା ମଧ୍ୟ ଖରାପ ହେବାରେ ଲାଗିଛି । ଉତ୍ତରପ୍ରଦେଶ ଏବଂ ବିହାରର ହଜାର ହଜାର ଛାତ୍ର ରାଜସ୍ଥାନର କୋଟାରେ ଫସି ରହିଛନ୍ତି ।

ଗଣମାଧ୍ୟମରେ ଏହି ଖବର ଆସିବା ପରେ ଉତ୍ତରପ୍ରଦେଶ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି । ଛାତ୍ରଛାତ୍ରୀମାନଙ୍କୁ ନିଜ ରାଜ୍ୟକୁ ଫେରାଇ ଆଣିବାକୁ ସରକାର ଯୋଜନା କରିଛନ୍ତି । କୋଟାରେ ଫସି ରହିଥିବା ଛାତ୍ରମାନଙ୍କୁ ଫେରାଇ ଆଣିବା ପାଇଁ ଆଗ୍ରା ଠାରୁ ୨୦୦ ବସ୍ ଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ଆଗ୍ରାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, କୋଟାରେ ଫସି ରହିଥିବା ପିଲାମାନଙ୍କୁ ଫେରାଇ ଆଣିବା ପାଇଁ ଏହି ବସ୍ ପଠାଯାଉଛି । ଆମେ ଖାଦ୍ୟ ସାମଗ୍ରୀ, ପାଣି ବୋତଲ, ମାସ୍କ ଏବଂ ସାନିଟାଇଜର ମଧ୍ୟ ପଠାଉଛୁ । ପ୍ରତ୍ୟେକ ବସରେ ୨୫ ପିଲା ରହିବେ । କିଛି ବସ୍ ମଧ୍ୟ ଝାନ୍ସୀରୁ ପଠାଯିବ ।

;