ରାଜଧାନୀରେ ପୁଣି ଗୋଟିଏ ଦିନରେ ୨ ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha707681

ରାଜଧାନୀରେ ପୁଣି ଗୋଟିଏ ଦିନରେ ୨ ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ

 ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୨୫୨ ନୂତନ କୋରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । 

ରାଜଧାନୀରେ ପୁଣି ଗୋଟିଏ ଦିନରେ ୨ ହଜାରରୁ ଅଧିକ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ମାମଲା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଭାରତରେ ୭ ଲକ୍ଷ ୧୯ ହଜାରରୁ ଅଧିକ ଲୋକ କୋରୋନା ସଂକ୍ରମିତ ଅଛନ୍ତି । ଏହାସହ ଏପର୍ଯ୍ୟନ୍ତ ୨୦ ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଛି । ଏହି ସମୟରେ ଦେଶର ରାଜଧାନୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧,୦୨,୮୩୧ରେ ପହଞ୍ଚିଛି । ଦିଲ୍ଲୀ ସରକାରଙ୍କ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶର ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨,୦୦୮ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ବ୍ୟତୀତ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୫୦ ଜଣ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ଦିଲ୍ଲୀରେ କୋରୋନା ଯୋଗୁଁ ୩,୧୬୫ ଜଣ ସଂକ୍ରମିଙ୍କର ମୃତ୍ୟୁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୧୨୯ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଏହା ଫଳରେ ଦିଲ୍ଲୀରେ କୋରୋନାରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୭୪,୨୧୭କୁ ବୃଦ୍ଧି ପାଇଛି ।

ଅନ୍ୟପକ୍ଷରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୨,୨୫୨ ନୂତନ କୋରୋନା ସଂକ୍ରମିତ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶର ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୭ ଲକ୍ଷ ଅତିକ୍ରମ କରିଛି । ଦେଶରେ ବର୍ତ୍ତମାନ ଯାଏ ମୋଟ ୭,୧୯,୬୬୫  କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବିଗତ ଦିନରେ ବିଶ୍ୱର କୋରୋନା ତାଲିକାରେ ରୁଷକୁ ପଛରେ ପକାଇ ଭାରତ ତୃତୀୟ ସ୍ଥାନରେ ପହଞ୍ଚିଥିଲା । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୪୬୭ ରୋଗୀ ପ୍ରାଣ ହରାଇଛନ୍ତି । ଫଳରେ ବର୍ତ୍ତମାନ ଯାଏ ୨୦,୧୬୦ ଜଣ ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । 

;