ଆଶ୍ଚର୍ଯ୍ୟ ! କିଡ଼ନୀରୁ ବାହାରିଲା ୨୦୬ ଟି ଷ୍ଟୋନ୍
Advertisement

ଆଶ୍ଚର୍ଯ୍ୟ ! କିଡ଼ନୀରୁ ବାହାରିଲା ୨୦୬ ଟି ଷ୍ଟୋନ୍

କିହୋଲ୍ ସର୍ଜରୀ ଦ୍ୱାରା ଆଓ୍ୱାର ଗ୍ଲେନିଗଲ୍ସ ଗ୍ଲୋବାଲ ହସପିଟାଲର ଡାକ୍ତର ମାନେ ସଫଳତାର ସହ  ନାଲଗୋଣ୍ଡାର ବାସିନ୍ଦା ଭିରମାଲ୍ଲା ରାମଲକ୍ଷ୍ମୀଆଙ୍କ ଠାରୁ କିଡନୀ ଷ୍ଟୋନ୍ ବାହାର କରିଥିଲେ । ଯାହାକି ଏକ ବିରଳ ଅସ୍ତ୍ରୋପଚାର । ତେବେ ଏହି ଅସ୍ତ୍ରୋପଚାର ମାଧ୍ୟମରେ ଏକ ଘଣ୍ଟା ଭିତରେ ପ୍ରାୟ ୨୦୬ ଟି କିଡନୀ ଷ୍ଟୋନ୍ ବାହାର କରି ବିରଳ ରେକର୍ଡ ସ୍ଥାପନ କରିଛନ୍ତି ।

ଆଶ୍ଚର୍ଯ୍ୟ ! କିଡ଼ନୀରୁ ବାହାରିଲା ୨୦୬ ଟି ଷ୍ଟୋନ୍

ହାଇଦ୍ରାବାଦ : ହାଇଦ୍ରାବାଦର ଜଣେ ୫୬ ବର୍ଷୀୟ ବ୍ୟକ୍ତିଙ୍କୁ ଛଅ ମାସର କଷ୍ଟଦାୟକ ଯନ୍ତ୍ରଣା ପରେ ଟିକେ ଆସ୍ୱସ୍ତି ମିଳିଛି । ଡାକ୍ତରମାନେ  ଏକ ଘଣ୍ଟାର ଲମ୍ୱା ଅସ୍ତ୍ରୋପଚାର ପରେ ସଂପୃକ୍ତ ବ୍ୟକ୍ତିଙ୍କ କିଡନୀରୁ ୨୦୬ଟି ପଥର(Stone)କାଢ଼ିବାରେ ସକ୍ଷମ ହୋଇଥିଲେ । କିହୋଲ୍ ସର୍ଜରୀ(keyhole surgery)ଦ୍ୱାରା ଆଓ୍ୱାର ଗ୍ଲେନିଗଲ୍ସ ଗ୍ଲୋବାଲ ହସପିଟାଲ(Aware Gleneagles Global Hospital)ର ଡାକ୍ତର ମାନେ ସଫଳତାର ସହ  ନାଲଗୋଣ୍ଡାର ବାସିନ୍ଦା(resident of Nalgonda) ଭିରମାଲ୍ଲା ରାମଲକ୍ଷ୍ମୀଆ(Veeramalla Ramalakshmaiah)ଙ୍କ ଠାରୁ କିଡନୀ ଷ୍ଟୋନ୍ ବାହାର କରିଥିଲେ ।

ସେ(ଭିରମାଲ୍ଲା ରାମଲକ୍ଷ୍ମୀଆ) ଜଣେ ସ୍ଥାନୀୟ ସ୍ୱାସ୍ଥ୍ୟ ଚିକିତ୍ସକଙ୍କ ଦ୍ୱାରା ପ୍ରେସକ୍ରାଇବ(Prescribe)କରାଯାଇଥିବା ଔଷଧ ସେବନ କରୁଥିଲେ ଯାହା ତାଙ୍କୁ କେବଳ ସାମୟିକ ଆରାମ ପ୍ରଦାନ କରିବାରେ ସକ୍ଷମ ହୋଇଥିଲା। ମାତ୍ର ଯନ୍ତ୍ରଣା ଏମିତି ହେଉଥିଲା ଯେ  ତାଙ୍କର ଦୈନନ୍ଦିନ କାର୍ଯ୍ୟ ପ୍ରଭାବିତ ହେବାରେ ଲାଗିଲା, ଏବଂ ସେ ନିଜ କର୍ତ୍ତବ୍ୟକୁ ଦକ୍ଷତାର ସହିତ ପାଳନ କରିବାରେ ସକ୍ଷମ ହୋଇପାରିଲେ ନାହିଁ । ଡାକ୍ତରଖାନାର ବରିଷ୍ଠ ପରାମର୍ଶଦାତା ୟୁରୋଲୋଜିଷ୍ଟ ଡଃ ପୁଲା ନବୀନ କୁମାର(Dr Poola Naveen Kumar, Senior Consultant Urologist at the hospital) କହିଛନ୍ତି ଯେ "ପ୍ରାରମ୍ଭିକ ଅନୁସନ୍ଧାନ ଏବଂ ଅଲଟ୍ରାସାଉଣ୍ଡ ସ୍କାନ କରିବାପରେ ରୋଗୀର ବାମପଟ ବୃକକ୍ ରେ ପଥର(ବାମ ପାର୍ଶ୍ୱରେ କିଡନୀ ପଥର) ର ଉପସ୍ଥିତି ଥିବା ଜଣାପଡିଥିଲା ଏବଂ ପରେ ଏହା ସିଟି କୁବ୍ ସ୍କାନ୍(CT Kub scan)ଦ୍ୱାରା ପ୍ରମାଣିତ ହୋଇଛି" । ଡାକ୍ତର ଆହୁରି କହିଛନ୍ତି ଯେ ରୋଗୀଙ୍କୁ ପରାମର୍ଶ ଦିଆଯାଇଥିଲା ଏବଂ ଏକ କିହୋଲ ସର୍ଜରୀ (keyhole surgery) ପାଇଁ ପ୍ରସ୍ତୁତ କରାଯାଇଥିଲା ଯାହା ଏକ ଘଣ୍ଟା ସମୟ ଧରି ଚାଲିଥିଲା ।  ଅପରେସନ ପରେ କିଡ଼ନୀରୁ  ସମସ୍ତ ପଥର ବାହାର କରାଯାଇଥିଲା । ଏହି ସର୍ଜରୀ ପ୍ରକ୍ରିୟାରେ ଡକ୍ଟର ନବୀନ କୁମାରଙ୍କୁ ଡକ୍ଟର ଭେନୁ ମାନେ(Dr Venu Manne),ପରାମର୍ଶଦାତା ୟୁରୋଲୋଜିଷ୍ଟ ଡଃ ମୋହନ(Consultant Urologist, Dr Mohan),ଆନାସ୍ଥେସିଓଲୋଜିଷ୍ଟ ଏବଂ ଏହି ପ୍ରକ୍ରିୟାରେ ନର୍ସିଂ ଏବଂ ସପୋର୍ଟ ଷ୍ଟାଫ(nursing and support staff)ଙ୍କ ସହିତ ଅନ୍ୟ ସଦସ୍ୟମାନେ ସାହାଯ୍ୟ କରିଥିଲେ ।

ଏହି ଅପରେସନ୍ ପରେ  ଶ୍ରୀ ଭିରମାଲ୍ଲା ରାମଲକ୍ଷ୍ମୀଆ(Veeramalla Ramalakshmaiah)ସୁସ୍ଥ ହୋଇଗଲେ । ତେବେ ଏହାପରେ ତାଙ୍କୁ ଅପରେସନର ପରବର୍ତ୍ତୀ ଦିନ ମେଡ଼ିକାଲରୁ ଡିସଚାର୍ଜ କରିଦିଆଯାଇଥିଲା । ତେବେ ହସପିଟାଲର ଡାକ୍ତରମାନେ କହିଛନ୍ତି ଯେ,ଗ୍ରୀଷ୍ମ ପ୍ରବାହ ଅଧିକ ହେଲେ ଉଚ୍ଚ ତାପମାତ୍ରା ଯୋଗୁଁ ଲୋକଙ୍କ ଶରୀରରେ ଡିହାଇଡ୍ରେସନ୍ ଦେଖାଦେଇଥାଏ । ଯାହା କିଡନୀରେ ପଥର(Kidney Stone) ସୃଷ୍ଟି କରିପାରେ । ତେଣୁ ସେମାନେ ପରାମର୍ଶ ଦେଇଛନ୍ତି ଯେ ଲୋକମାନେ ନିଜକୁ ଅଧିକ ହାଇଡ୍ରେଟ୍ ରଖିବା ପାଇଁ ଅଧିକ ଜଳ, ଏବଂ ନଡିଆ ପାଣି ବ୍ୟବହାର କରନ୍ତୁ । ଯାହାଫଳରେ ଏସବୁ ସମସ୍ୟାରୁ ନିଜକୁ ସୁରକ୍ଷିତ ରଖାଯାଇପାରିବ ।