ରାଜଧାନୀରେ ପୁଣି ୨,୦୮୯ କୋରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩,୩୦୦
Advertisement
Article Detail0/zeeodisha/odisha709305

ରାଜଧାନୀରେ ପୁଣି ୨,୦୮୯ କୋରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩,୩୦୦

 ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । 

ରାଜଧାନୀରେ ପୁଣି ୨,୦୮୯ କୋରୋନା ଆକ୍ରାନ୍ତ ଚିହ୍ନଟ, ମୃତ୍ୟୁ ସଂଖ୍ୟା ଛୁଇଁଲା ୩,୩୦୦

ନୂଆଦିଲ୍ଲୀ: ଦେଶରେ କ୍ରମାଗତ ବଢ଼ି ଚାଲିଛି କୋରୋନା ସଂକ୍ରମିତଙ୍କ ସଂଖ୍ୟା । ଏହାସହ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ବୈଶ୍ୱିକ ମହାମାରୀ କୋରୋନା ଭୂତାଣୁର ପ୍ରକୋପ ଜାରି ରହିଛି । ରାଜଧାନୀରେ ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏଠାରେ ସଂକ୍ରମିତଙ୍କ ସଂଖ୍ୟା ୧,୦୯,୧୪୦କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀରେ ୨,୦୮୯ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ତେବେ ଭଲ କଥା ହେଉଛି ଯେ ଗତ ୨୪ ଘଣ୍ଟା ମଧ୍ୟରେ ୨,୪୬୮ କୋରୋନା ରୋଗୀ ମଧ୍ୟ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଦିଲ୍ଲୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୮୪,୬୯୪ କୋରୋନା ରୋଗୀ ଆରୋଗ୍ୟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୪୨ ଜଣ କୋରୋନା ରୋଗୀଙ୍କର ମୃତ୍ୟୁ ଘଟିଛି । ଏହାସହ ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ଯାଏ ୩,୩୦୦ ଜଣ କୋରୋନା ସଂକ୍ରମିତ ମୃତ୍ୟୁ ବରଣ କରିଛନ୍ତି । ଏହାସହ ରାଜଧାନୀରେ ବର୍ତ୍ତମାନ ୨୧,୧୪୬ ସକ୍ରିୟ କୋରୋନା ମାମଲା ରହିଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨,୯୬୧ ପରୀକ୍ଷା ହୋଇଥିଲା । ଯାହା ଫଳରେ ଦିଲ୍ଲୀରେ ଏପର୍ଯ୍ୟନ୍ତ ସମୁଦାୟ ୭,୪୭,୧୦୯ କୋରୋନା ପରୀକ୍ଷା କରାଯାଇଛି । 

ଅନ୍ୟପକ୍ଷେ ଦେଶରେ ଶୁକ୍ରବାର ସନ୍ଧ୍ୟାରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଅତିକ୍ରମ କରିଛି । ବିଭିନ୍ନ ରାଜ୍ୟରୁ ଆସିଥିବା ନୂଆ କୋରୋନା ମାମଲା ପରେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ପାର କରିଛି । ଅନ୍ୟପକ୍ଷେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଶୁକ୍ରବାର ସକାଳେ ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ୨୬,୫୦୬ ନୂଆ କୋରୋନା ମାମଲା ଚିହ୍ନଟ ହୋଇଛି । ଗୋଟିଏ ଦିନରେ ଏହା ସର୍ବାଧିକ ସଂଖ୍ୟକ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଶୁକ୍ରବାର ସକାଳେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୭,୯୩,୮୦୨ ରେ ପହଞ୍ଚିଥିଲା । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୪୭୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଥିଲା । ଏହାସହ ଦେଶରେ କୋରୋନା ଜନିତ ମୃତକଙ୍କ ସଂଖ୍ୟା ୨୧,୬୦୪ରେ ପହଞ୍ଚିଥିଲା । ଏହା ବ୍ୟତୀତ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ମଧ୍ୟ ୬୨.୪୨ରେ ପହଞ୍ଚିଛି । ଏହାସହ ଦେଶରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ସଂଖ୍ୟା ୪,୯୫,୫୧୩ରେ ପହଞ୍ଚିଛି ।ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ସର୍ବାଧିକ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିଲା ।

;