କେରଳରେ କୋରୋନା ନେଲା ପ୍ରଥମ ମୁଣ୍ଡ, ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୧

କେରଳର କୋଚି ମେଡିକାଲ କଲେଜରେ ୬୯ ବର୍ଷୀୟ ବୁଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି କୋରୋନା ଦ୍ୱାରା ସଂକ୍ରମିତ ଥିଲେ ।  କୋରୋନା ପୋଜିଟିଭ ମିଳିବା ପରେ ତାଙ୍କୁ କୋଚି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷେ ଶନିବାର ମଧ୍ୟାହ୍ନରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଜିଲ୍ଲା ମେଡିକାଲ ଅଧିକାରୀ ଏହାର ପୃଷ୍ଟି କରିଛନ୍ତି ।

କେରଳରେ କୋରୋନା ନେଲା ପ୍ରଥମ ମୁଣ୍ଡ, ଦେଶରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୨୧

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ନେଲା ଆଉ ଏକ ଜୀବନ । ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ପହଞ୍ଚିଲା ୨୧ । ଆଜି ଅର୍ଥାତ ଶନିବାର କେରଳରେ କୋରୋନା ଯୋଗୁଁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । କେରଳରେ କୋରୋନା ଯୋଗୁଁ ଏହା ପ୍ରଥମ ମୃତ୍ୟୁ ଘଟଣା । ଅନ୍ୟପକ୍ଷେ ବର୍ତ୍ତମାନ ଯାଏ ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୯୦୩ । 

ସୂଚନା ମୁତାବକ, କେରଳର କୋଚି ମେଡିକାଲ କଲେଜରେ ୬୯ ବର୍ଷୀୟ ବୁଦ୍ଧଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି କୋରୋନା ଦ୍ୱାରା ସଂକ୍ରମିତ ଥିଲେ ।  କୋରୋନା ପୋଜିଟିଭ ମିଳିବା ପରେ ତାଙ୍କୁ କୋଚି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ଅନ୍ୟପକ୍ଷେ ଶନିବାର ମଧ୍ୟାହ୍ନରେ ତାଙ୍କ ମୃତ୍ୟୁ ହୋଇଯାଇଛି । ଜିଲ୍ଲା ମେଡିକାଲ ଅଧିକାରୀ ଏହାର ପୃଷ୍ଟି କରିଛନ୍ତି ।

ଦେଶରେ ସର୍ବାଧିକ ମହାରାଷ୍ଟରେ ୧୮୦ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ସେହିପରି କେରଳରେ ୧୭୩, କର୍ଣ୍ଣାଟକରେ ୫୫, ତେଲେଙ୍ଗାନାରେ ୪୮, ଗୁଜୁରାଟ ୪୩, ଉତ୍ତରପ୍ରଦେଶରେ ୪୫, ରାଜସ୍ଥାନ ୪୮, ଦିଲ୍ଲୀ ୩୯, ପଞ୍ଜାବ ୩୩, ହରିୟାଣା ୩୩, ତାମିଲନାଡୁ , ମଧ୍ୟପ୍ରଦେଶ  ୨୦, ଲଦାଖ ୧୩, ଜମ୍ମୁ, କାଶ୍ମୀର ୧୩, ଆନ୍ଧ୍ରପ୍ରଦେଶ ୧୨, ପଶ୍ଚିମବଙ୍ଗ ୧୦, ଚଣ୍ଡିଗଡ଼ ୭, ଛତିଶଗଡ ୬, ବିହାର ୬, ଉତ୍ତରାଖଣ୍ଡ ୫, ହିମାଚଳ ପ୍ରଦେଶ ୩, ଗୋଆ ୩, ଓଡ଼ିଶା ୩, ମଣିପୁର ୧, ମିଜୋରାମ ୧, ପଣ୍ଡିଚେରୀ ୧, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ୧ କୋରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି ।