)
Maoists Surrender: ଛତିଶଗଡର ବସ୍ତର ଅଞ୍ଚଳରେ ଆଜି ୨୧ ଜଣ ନକ୍ସଲ ଅସ୍ତ୍ର ପରିତ୍ୟାଗ କରି ସମାଜର ମୁଖ୍ୟସ୍ରୋତକୁ ଫେରିଛନ୍ତି। ଯେଉଁ ନକ୍ସଲମାନେ ସେମାନଙ୍କର ଅସ୍ତ୍ରଶସ୍ତ୍ର ସହିତ ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ସେମାନଙ୍କ ମଧ୍ୟରେ ଚାରି ଜଣ DVCM, ନଅ ଜଣ ACM ଏବଂ ଆଠ ଜଣ ଦଳୀୟ ସଦସ୍ୟ ଅଛନ୍ତି। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରେ ୧୩ ଜଣ ମହିଳା କ୍ୟାଡର ଏବଂ ଆଠ ଜଣ ପୁରୁଷ କ୍ୟାଡର ଅଛନ୍ତି। କେଶକାଲ ଡିଭିଜନ (ଉତ୍ତର ଉପ-ଜୋନାଲ୍ ବ୍ୟୁରୋ)ର କୁଏମାରି/କିସ୍କୋଡୋ ଏରିଆ କମିଟିର ମୋଟ ୨୧ ଜଣ ନକ୍ସଲ ଆଜି ଆତ୍ମସମର୍ପଣ କରିଛନ୍ତି।
କ୍ୟାଡରମାନେ ମୋଟ ୧୮ ଟି ଅସ୍ତ୍ରଶସ୍ତ୍ର ପୋଲିସକୁ ଦେଇଛନ୍ତି । ସେଗୁଡିକ ମଧ୍ୟରେ ରହିଛି ତିନୋଟି AK-47 ରାଇଫଲ୍, ଚାରୋଟି SLR ରାଇଫଲ୍, ଦୁଇଟି INSAS ରାଇଫଲ୍, ଛଅ (.303) ରାଇଫଲ୍, ଦୁଇଟି ସିଙ୍ଗଲ୍-ସଟ୍ ରାଇଫଲ୍ ଏବଂ ଗୋଟିଏ BGL । ମାଓବାଦାମାନେ ଆତ୍ମସମର୍ପଣ କରିବା ପରେ ଉପମୁଖ୍ୟମନ୍ତ୍ରୀ ବିଜୟ ଶର୍ମା ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆଜି, ୧୩ ଜଣ ମହିଳା ଏବଂ ୮ ଜଣ ପୁରୁଷ ସମେତ ୨୧ ଜଣ ନକ୍ସଲଙ୍କୁ ପୁନର୍ବାସ କରାଯାଇଛି। ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, "ବସ୍ତରର ଲୋକମାନେ ଏହି ମାଓବାଦୀ ଆତଙ୍କରୁ ମୁକ୍ତି ପାଇବାକୁ ଚାହାଁନ୍ତି, ଏବଂ ଏହି ଆତ୍ମସମର୍ପଣ କରିଥିବା ବ୍ୟକ୍ତିମାନେ ବସ୍ତରର ଲୋକଙ୍କ ଭାବନାକୁ ବୁଝିପାରିଛନ୍ତି। ସେମାନଙ୍କୁ ସ୍ୱାଗତ କରାଯିବ।" ସେ ଏହା ମଧ୍ୟ କହିଛନ୍ତି, "ଉତ୍ତର ବସ୍ତର ଏବଂ ପଶ୍ଚିମ ବସ୍ତର ଅଞ୍ଚଳ ପ୍ରାୟ ଶାନ୍ତିପୂର୍ଣ୍ଣ ହୋଇଗଲାଣି। ଯେଉଁ ମାଓବାଦୀ ଦକ୍ଷିଣ ବସ୍ତରରେ ସକ୍ରିୟ ଅଛନ୍ତି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତକୁ ଫେରି ଆସିବାକୁ ମୁଁ ଅନୁରୋଧ କରୁଛି।"