• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Odisha National-International
  • /୨୧ତମ କାର୍ଗିଲ ବିଜୟ ଦିବସ: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

୨୧ତମ କାର୍ଗିଲ ବିଜୟ ଦିବସ: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

ଆଜି ହେଉଛି ବିଜୟ ଦିବସ...

Edited ByZee Odisha Desk
Published: Jul 26, 2020, 10:23 AM IST|Updated: Jul 26, 2020, 11:48 AM IST
joinshare
୨୧ତମ କାର୍ଗିଲ ବିଜୟ ଦିବସ: ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଉଛି ଦେଶ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    ପତାକା ଉତ୍ତୋଳନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

    ପତାକା ଉତ୍ତୋଳନ ବେଳେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ଆସି ୨ ମୃତ

    2

    Rain Alert: ଆସୁଛି ଆଉ ଏକ ଲଘୁଚାପ! ସତର୍କ ରୁହନ୍ତୁ ଏହିସବୁ ଜିଲ୍ଲାବାସୀ

    3

    Independence Day: ସ୍ୱାଧୀନତା ଦିବସ-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

    4

    ସ୍ବାଧୀନତା ଦିବସରେ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କଲେ ପ୍ରଧାନମନ୍ତ୍

    5

    Independence Day: ଲାଲକିଲ୍ଲାରୁ ଦେଶକୁ ସମ୍ବୋଧିତ କଲେ ମୋଦୀ,କହିଲେ ଭାରତ ପରମାଣୁ ଶକ୍ତି...

    ନୂଆଦିଲ୍ଲୀ: କାରଗିଲ ବିଜୟ ଦିବସକୁ ୨୧ ବର୍ଷ ପୁରିଛି। ୧୯୯୯ ମସିହା ଆଜିର ଦିନରେ ହିଁ ଭାରତୀୟ ସେନା କାରଗିଲ ଯୁଦ୍ଧରେ ବିଜୟ ହାସଲ କରିଥିଲା। ତେବେ ଯୁଦ୍ଧରେ ଶହୀଦ ହୋଇଥିବା ପ୍ରତିଟି ବୀର ଯବାନଙ୍କୁ ଆଜି ଦେଶ ଶ୍ରଦ୍ଧାଞ୍ଜଳି ଦେଇଛି। ଏହି କ୍ରମରେ ଦିଲ୍ଲୀରେ ସିଡ଼ିଏସ ବିପିନ ରାଓ୍ୱତ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ, ତିନି ସେନାର ପ୍ରମୁଖ ଦିଲ୍ଲୀର ନ୍ୟାସନାଲ ଓ୍ୱାର ମେମୋରିଆଲରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। 

    ୨୧ ବର୍ଷ ପୂର୍ବେ  ଆଜିର ଦିନରେ ଅର୍ଥାତ ୨୬  ଜୁଲାଇରେ ଭାରତୀୟ ସେନା ଶୌର୍ଯ୍ୟ ତଥା ପରାକ୍ରମ ଦେଖାଇଥିଲେ। ଯାହା ଇତିହାସରେ ମଧ୍ୟ କୌଣସି ମୁକାବିଲା କରିବାର ଦୃଷ୍ଟାନ୍ତ ନାହିଁ। ଶତ୍ରୁପକ୍ଷମାନେ ପ୍ରମୁଖ ପର୍ବତ ଟାଇଗର ହିଲକୁ ଅକ୍ତିଆର କରିନେଇଥିଲେ। ଯାହାକୁ ମୁକୁଳାଇବା ପାଇଁ ଭାରତୀୟ ସେନାଙ୍କ ପାଇଁ କାଠିକର ପାଠ ଥିଲେ ମଧ୍ୟ ଅସମ୍ଭବ ନଥିଲା। ତେବେ ଭାରତୀୟ ସେନାଙ୍କୁ ଏହି ଭାରତୀୟ ସ୍ଥାନ ଗୁଡ଼ିକୁ ଅକ୍ତିଆର କରିବା ପାଇଁ ଆମମାନଙ୍କ ପାଇଁ ଚିନ୍ତା କରିବା ମଧ୍ୟ କାଠିକର। 

    ସେଥିପାଇଁ ଏହି ଦିନ ସମଗ୍ର ଦେଶ କାର୍ଗିଲରେ ସହିଦ ହୋଇଥିବା ସେହି ଅମର ସେନାଙ୍କୁ ଦେଶ ସମ୍ମାନ ଜଣାଉଛନ୍ତି। ଦେଶ ଆଜି ବିଜୟ ଉତ୍ସବ ପାଳନ କରୁଛି। କାର୍ଗିଲର ଉଚ୍ଚ ପାହାଡକୁ ପାକିସ୍ତାନୀ ସେନାମାନେ ଅକ୍ତିଆର କରିଥିଲେ। ତା’ପରେ ଭାରତୀୟ ସେନା ନାଇଟ୍ସ ୧୮ ହଜାର ଫୁଟ ଉଚ୍ଚରେ ତ୍ରିରଙ୍ଗା ଉଡ଼ାଇବା ପାଇଁ ଅପରେସନ୍ ବିଜୟ ଇତିହାସ ସୃଷ୍ଟି କରିଥିଲେ ।

    ଏଠାରେ କହି ରଖୁଛୁ କି, ୧୯୯୮ ମସିହାରେ ଅକ୍ଟୋବର ମାସରେ କାରଗିଲ ଅକ୍ତିଆର କରିବା ପାଇଁ ଯୋଜନା କରିଥିଲେ। ୧୯୯୮ ମସିହାରେ ପାକିସ୍ତାନ ଏହି କାରଗିଲ ସହିତ ଭାରତର ଏହି ଅଂଶକୁ ନିଜ ଅକ୍ତିଆରକୁ ନେବା ପାଇଁ ଯୋଜନା ମଧ୍ୟ କରିଥିଲା। ତେବେ ଭାରତୀୟ ସେନାଙ୍କ ଅଦମ୍ୟ ସାହାସ ସମ୍ପର୍କରେ ଅଜଣା ଥିଲେ। ଯାହା ଫଳରେ ସେମାନେ କାରଗିଲର କିଛି ଅଂଶରେ ମଧ୍ୟ ପଶି ଆସି ସୁଡ଼ଙ୍ଗ ମଧ୍ୟରେ ଆସି ରହିଥିଲେ। ସେହି ଯୁଦ୍ଧରେ ଭାରତୀୟ ବାୟୁସେନା ପାକିସ୍ତାନ ବିପକ୍ଷରେ ମିଗ ୨୭ ଓ ମିଗ ୨୯ ଭଳି ଲଢୁଆ ଯୁଦ୍ଧ ବିମାନ ମଧ୍ୟ ବ୍ୟବହାର କରିଥିଲା। 

    ଜୁନ ୧୩, ୧୯୯୯, ଭାରତୀୟ ସେନା ଦ୍ରାସ ସେକ୍ଟରର ଟୋଲିଙ୍ଗ୍ ପୋଷ୍ଟରେ ତ୍ରିରଙ୍ଗାକୁ ଉତ୍ତୋଳନ କରିଥିଲେ । ଟାଇଗର ହିଲ ଉପରେ ଭାରତୀୟ ସେନା ଆଗକୁ ବଢି ୨୪ ଜୁନରେ ଆରମ୍ଭ ହୋଇଥିଲା ଯେତେବେଳେ ବାୟୁସେନାର ଦୁଇଟି ମିରାଜ ୨୦୦୦ ବିମାନ ପଠାଇଥିଲା। ଏହି ଯୋଦ୍ଧାମାନେ ଲେଜର ଗାଇଡ୍ ବୋମା ସହିତ ଟାଇଗର ହିଲ ଉପରେ ବସିଥିବା ପାକ୍ ସେନାଙ୍କୁ ଆକ୍ରମଣ କରିଥିଲେ। ଶେଷରେ, ୨୬ ଜୁଲାଇରେ, ଭାରତ ମଧ୍ୟ ଶେଷ ଶିଖରକୁ କାବୁ କଲା ଏବଂ ଅପରେସନ୍ ବିଜୟ ସମାପ୍ତ ହେଲା । କାରଗିଲର ବିଜୟ ଗାଥା  ପାଇଁ ଆଜି ସମଗ୍ର ଦେଶ ଗର୍ବିତ ।

    Add Zee News as a Preferred Source
    TAGS:
    Defence Minister
    Kargil war
    Tiger Hill
    Indian Army