ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୧୦ଟି ମାମଲା ସାମ୍ନାକୁ ଆସିଛି।
Trending Photos
)
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ବିଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ମୋଟ ୨୧୦ଟି ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୫,୯୬୨ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି। ତେବେ ବିଗତ ୨୪ ଘଣ୍ଟା ମଧ୍ୟରେ ସାମ୍ନାକୁ ଆସିଥିବା ମାମଲା ମଧ୍ୟରୁ ୧୭୪ ଜଣ କ୍ୱାରେଣ୍ଟାଇନରେ ଥିଲେ। ୩୬ଟି ସ୍ଥାନୀୟ ମାମଲା ରହିଛି।
ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୪୧୨୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୧୮୧୫ ଜଣ ଚିକିତ୍ସାଧୀନ ରହିଛନ୍ତି।୧୭ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବିଗତ ୨୪ ଘଣ୍ଟା ମଧ୍ୟରେ ୧୩୫ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି।
ତେବେ ମିଳିଥିବା ସୂଚନା ମୁତାବକ ନୂଆ ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଥିବା ସୂଚନା ରହିଛି। ଏହି ଜିଲ୍ଲାରୁ ସର୍ବାଧିକ ୫୮ ଜଣ ରହିଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ୪୭ଟି ମାମଲା ଆସିଥିବା ବେଳେ କେନ୍ଦୁଝର ଓ କଟକରୁ ୫ଟି ମାମଲା, ଦେବଗଡ଼, କଟକ, ସମ୍ବଲପୁରରୁ ଗୋଟିଏ ଲେଖାଏଁ, ନବରଙ୍ଗପୁର ଓ ବାଲେଶ୍ୱରରୁ ଦୁଇଟି ଲେଖାଏଁ ମାମଲା, ନୟାଗଡ଼ ଓ କେନ୍ଦ୍ରାପଡ଼ାରୁ ୩ଟି ମାମଲା, ଢେଙ୍କାନାଳରୁ ୭ଟି ମାମଲା, ଯାଜପୁର ଓ ପୁରୀରୁ ୮ ଜଣ ଲେଖାଏଁ, ଗଜପତିରୁ ୨୯ଟି, ସୁନ୍ଦରଗଡ଼ରୁ ୬ ଜଣ, ବଲାଙ୍ଗିରରୁ ୧୧ଟି ଓ ମୟୂରଭଞ୍ଜରୁ ୭ଟି ମାମଲା ସାମ୍ନାକୁ ଆସିଛି।
ଏହା ସହିତ ୬ ଏନଡିଆରଏଫ ଯବାନ କୋରୋନା ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି।