)
ଜିନୁ ଜେନା(ଭୁବନେଶ୍ୱର): ପୂରା ଦେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ କହିଥିଲେ । ମୋଦିଙ୍କ ଏହି ଅଭିଯାନକୁ ବଲିଉଡ୍ ସେଲିବ୍ରିଟିଙ୍କ ସାଥ୍ ମିଳିଛି । ଏହି ଅବସରରେ ଦେଶର ଲୋକପ୍ରିୟ କଣ୍ଠଶିଳ୍ପୀଙ୍କ ନିଜ ସଂଗୀତ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମର୍ଥନ ଦେଇଛନ୍ତି । ଦେଶର ପ୍ରାୟ ୨୧୧ କଣ୍ଠଶିଳ୍ପୀ ମିଶି ଜୟତୁ ଜୟତୁ ଭାରତମ୍ ଗାଇଛନ୍ତି । ଗୀତକୁ ବହୁତ ପସନ୍ଦ କରିଛନ୍ତି ଏବଂ ଗୀତ ଉପରେ ପ୍ରଧାନମନ୍ତ୍ରୀ ଟ୍ୱିଟ୍ ମଧ୍ୟ କରିଛନ୍ତି ।
नमस्कार.हमारे ISRA के बहुत गुणी २११ कलाकारोंने एक होकर आत्मनिर्भर भारत की भावना से प्रेरित इस गीत का निर्माण किया है ,जो पूरे भारत की जनता को और हमारे आदरणीय प्रधानमंत्री नरेंद्रभाई मोदीजी को हम अर्पण करते हैं.जयतु भारतम् @narendramodi ,@SangeetSetuIn https://t.co/qixHaq0AV2
— Lata Mangeshkar (@mangeshkarlata) May 17, 2020
ଟ୍ୱିଟ କରି ମୋଦି ଲେଖିଛନ୍ତି, ଏହି ଗୀତକୁ ସମସ୍ତଙ୍କୁ ଉତ୍ସାହିତ ଏବଂ ପ୍ରେରିତ କରିବା ଭଳି । ଏଥିରେ ଆତ୍ମନିର୍ଭର ଭାରତ ପାଇଁ ସୁରରେ ସୁରରେ ଉଦଘୋଷ । ଏହି ଗୀତ ଉପରେ ଗାୟିକା ଲତା ମଙ୍ଗେସକର ଟ୍ୱିଟ କରି ପିଏମ୍ ମୋଦିଙ୍କୁ ଟ୍ୟାଗ୍ କରି ଟ୍ୱିଟ କରିଛନ୍ତି । ଲତା ଟ୍ୱିଟ କରି ଲେଖିଛନ୍ତି ନମସ୍କାର । ଆମର ISRAର ବହୁତ ଗୁଣୀ ୨୧୧ କଳାକାରମାନେ ଏକ ହୋଇ ଆତ୍ମନିର୍ଭର ଭାରତ ଭାବନାରେ ପ୍ରେରିତ ହୋଇ ଏହି ଗୀତକୁ ନିର୍ମାଣ କରିଛନ୍ତି । ଯାହା ଭାରତବାସୀଙ୍କ ତରଫରୁ ଆଦରଣୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ରଭାଇ ମୋଦିଜୀଙ୍କୁ ଆମେ ଅର୍ପଣ କରୁଛୁ । ଜୟତୁ ଭାରତମ୍ ..