ରାଜଧାନୀରେ ପୁଣି ୨,୧୮୭ କୋରୋନା ଆକ୍ରାନ୍ତ ଚିହ୍ନଟ
Advertisement
Article Detail0/zeeodisha/odisha708791

ରାଜଧାନୀରେ ପୁଣି ୨,୧୮୭ କୋରୋନା ଆକ୍ରାନ୍ତ ଚିହ୍ନଟ

ଆଜି ୯,୭୧୯ RT-PCR ପରୀକ୍ଷା ହୋଇଥିବାବେଳେ ୧୨,୫୭୦ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୭,୨୪,୧୪୮ କୋରୋନା ପରୀକ୍ଷା କରାଯାଇଛି ।

ରାଜଧାନୀରେ ପୁଣି ୨,୧୮୭ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କୋରୋନା ଭୂତାଣୁ ସଂକ୍ରମଣ ମାମଲା ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନ୍ୟପକ୍ଷେ ଦିଲ୍ଲୀରେ ମଧ୍ୟ କୋରୋନା ସଂକ୍ରମିତ ମାମଲାରେ କ୍ରମାଗତ ବୃଦ୍ଧି ଘଟୁଛି । ଦିଲ୍ଲୀରେ ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡ-19ର ୨,୧୮୭ ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ଫଳରେ ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୧,୦୭,୦୫୧କୁ ବୃଦ୍ଧି ପାଇଛି । ଆଜି(ଗୁରୁବାର) ଦିଲ୍ଲୀରେ ୪,୦୨୭ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାସହ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୪୫ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଫଳରେ ରାଜଧାନୀରେ ବର୍ତ୍ତମାନ ଯାଏ ୩,୨୫୮ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି ।

ଦିଲ୍ଲୀ ସରକାର କହିଛନ୍ତି ଯେ, ଆଜି ୯,୭୧୯ RT-PCR ପରୀକ୍ଷା ହୋଇଥିବାବେଳେ ୧୨,୫୭୦ ଦ୍ରୁତ ଆଣ୍ଟିଜେନ୍ ପରୀକ୍ଷା କରାଯାଇଛି । ଏହା ସହିତ ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ମୋଟ ୭,୨୪,୧୪୮ କୋରୋନା ପରୀକ୍ଷା କରାଯାଇଛି ।

;