Advertisement
Article Detail0/zeeodisha/odisha704114
Zee OdishaOdisha National-Internationalରାଜଧାନୀରେ ୮୭ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ରାଜଧାନୀରେ ୮୭ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୬୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଫଳରେ ଦିଲ୍ଲୀରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସମୁଦାୟ ୨,୭୪୨ ରୋଗୀଙ୍କର ମୃତ୍ୟୁ ଘଟିଛି । 

ରାଜଧାନୀରେ ୮୭ ହଜାର ଟପିଲା କୋରୋନା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ କୋରୋନା ଭାଇରସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଦେଶର ରାଜଧାନୀ ଦିଲ୍ଲୀରେ କୋରୋନା ସଂକ୍ରମଣର ମାମଲା କ୍ରମାଗତ ବଢ଼ି ବଢ଼ି ଚାଲିଛି । ରାଜଧାନୀରେ ଏହି ବିପଜ୍ଜନକ ଭୂତାଣୁ ଯୋଗୁଁ ବର୍ତ୍ତମାନ ଯାଏ ୮୭ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତ ମାମଲା ସାମ୍ନାକୁ ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୧୯୯ ନୂଆ କୋରୋନା ମାମଲା ରିପୋର୍ଟ ହୋଇଛି । ଫଳରେ ସଂକ୍ରମିତଙ୍କ ସଂଖ୍ୟା ୮୭,୩୬୦ କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ୨,୧୧୩ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । ଯାହା ପରେ ଏପର୍ଯ୍ୟନ୍ତ ମୋଟ ୫୮,୩୪୮ ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । 

ଗତ ୨୪ ଘଣ୍ଟା ମଧ୍ୟରେ କୋରୋନା ଯୋଗୁଁ ୬୨ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଫଳରେ ଦିଲ୍ଲୀରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ସମୁଦାୟ ୨,୭୪୨ ରୋଗୀଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭,୧୭୯ କୋରୋନା ପରୀକ୍ଷା ହୋଇଥିଲା । ଏହାସହ ଏପର୍ଯ୍ୟନ୍ତ ଦିଲ୍ଲୀରେ ସମୁଦାୟ ୫,୩୧,୭୫୨ ପରୀକ୍ଷା କରାଯାଇଛି ।

ବର୍ତ୍ତମାନ ଦିଲ୍ଲୀରେ କୋରୋନା ଭୂତାଣୁର ୨୬,୨୭୦ ସକ୍ରିୟ ମାମଲା ରହିଛି । ଦିଲ୍ଲୀପରେ ହୋମ୍ ଆଇସୋଲେଶନରେ ୧୬,୨୪୦ ରୋଗୀ ଅଛନ୍ତି । ସୁସ୍ଥ ହାର ବର୍ତ୍ତମାନ ୬୬.୭୯ ପ୍ରତିଶତ ରହିଛି । ମଙ୍ଗଳବାର ଶେଷ ହୋଇଥିବା ୨୪ ଘଣ୍ଟାରେ ପଜିଟିଭ ହାର ୧୨.୮୦ ପ୍ରତିଶତ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ହାରାହାରି ପଜିଟିଭ ହାର ୧୬.୪୨ ପ୍ରତିଶତ ରହିଛି ।

Add Zee News as a Preferred Source
About the Author