ଚିକିତ୍ସାଳୟରେ Oxygen Tank Leaks, ୨୨ ମୃତ
Advertisement

ଚିକିତ୍ସାଳୟରେ Oxygen Tank Leaks, ୨୨ ମୃତ

ଅକ୍ସିଜେନ ଟ୍ୟାଙ୍କ ଲିକ ହେବା ପରେ ଜାକିର ହୁସେନ ହସ୍ପିଟାଲ ସନ୍ନିକଟସ୍ଥ ଅଞ୍ଚଳରେ ଏହା ବ୍ୟାପିଯାଇଛି।

ଚିକିତ୍ସାଳୟରେ Oxygen Tank Leaks, ୨୨ ମୃତ

ମୁମ୍ବାଇ: ଦେଶରେ କାୟା ମେଲାଇଛି କୋରୋନା ମହାମାରୀର ଦ୍ୱିତୀୟ ଲହର। ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦେଶର ସର୍ବାଧିକ କୋରୋନା ଆକ୍ରାନ୍ତ ରାଜ୍ୟଙ୍କ ତାଲିକାରେ ସର୍ବାଗ୍ରେ ରହିଛି ମହାରାଷ୍ଟ୍ର। ଦିନକୁ ଦିନ ଏଠାରେ କୋରୋନା ସଂକ୍ରମଣ ଜନିତ ମାମଲା ବୃଦ୍ଧି ପାଇବାରେ ଲାଗିଛି।

ହେଲେ ଏବେ ଏହି ରାଜ୍ୟରେ ଘଟିଯାଇଛି ଏକ ଅଘଟଣ ଆଉ ଯେଉଁଥିରେ ଚାଲିଯାଇଛି ୨୨ ଲୋକଙ୍କ ଜୀବନ। ମହାରାଷ୍ଟ୍ରର (Maharastra) ନାସିକ (Nashik) ଜିଲ୍ଲାରେ ଅବସ୍ଥିତ ଜାକିର ହୁସେନ ହସ୍ପିଟାଲରେ (Zakir Husain Hospital) ଅକ୍ସିଜେନ ଟ୍ୟାଙ୍କ ଲିକ (Oxygen Tank Leak) ହେବା କାରଣରୁ ବାଇଶ ଜଣଙ୍କ ମୃତ୍ୟୁ ହୋଇଛି।  

Also Read: ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ନେଇ Shivsena ବିଧାୟକଙ୍କ ବିବାଦୀୟ ବୟାନ,କହିଲେ 

ଏ ଘଟଣାରେ ପ୍ରତିକ୍ରିୟା ରଖି ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ (Maharastra Health Minister) ରାଜେଶ ଟୋପେ (Rajesh Tope) କହିଛନ୍ତି ନାସିକସ୍ଥିତ ଜାକିର ହୁସେନ ହସ୍ପିଟାଲରେ ଅକ୍ସିଜେନ ଟ୍ୟାଙ୍କ ଲିକ ହେବାରୁ ୨୨ ଲୋକଙ୍କ ମୃତ୍ୟୁ ଘଟିଛି। ଏ ଘଟଣାରେ କେତେକ ଲୋକଙ୍କ ସ୍ଥାସ୍ଥ୍ୟବସ୍ଥା ଗୁରୁତର ରହିଛି। ଅକ୍ସିଜେନ ଅଭାବ କାରଣରୁ ଏହି ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା କେତେକ ରୋଗୀ ପ୍ରାଣ ହରାଇଛନ୍ତି। ସମସ୍ତ ମୃତକ ଭେଣ୍ଟିଲେଟରରେ ରହିଥିଲେ।

ଅକ୍ସିଜେନ ଟ୍ୟାଙ୍କ ଲିକ ହେବା ପରେ ଜାକିର ହୁସେନ ହସ୍ପିଟାଲ ସନ୍ନିକଟସ୍ଥ ଅଞ୍ଚଳରେ ଏହା ବ୍ୟାପିଯାଇଛି। ଏ ଘଟଣା ବାବଦରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ସେଠାରେ ଉପୁଜିଥିବା ସ୍ଥିତି ସମ୍ଭାଳିଥିଲା ଅଗ୍ନିଶମ ବାହିନୀ। 

Also Read: କାହାକୁ କେତେ ଟଙ୍କାରେ ମିଳିବ କୋରୋନା ଟିକା?

ଗୋଟିଏ ପଟେ ମହାରାଷ୍ଟ୍ରରେ କୋରୋନା ସଂକ୍ରମଣ ବଢିଚାଲିଥିବା ବେଳେ ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅକ୍ସିଜେନର ଘୋର ଅଭାବ ରହିଛି। ଯାହା ଫଳରେ ଚିକିତ୍ସାଧିନ ଅବସ୍ଥାରେ ରହିଥିବା ଅନେକ ରୋଗୀଙ୍କ ମୃତ୍ୟୁ ହୋଇସାରିଛି। ଆବଶ୍ୟକୀୟ ପରିମାଣରେ ଅକ୍ସିଜେନ ଯୋଗାଣ ପାଇଁ କେନ୍ଦ୍ରକୁ ଜଣାଇଛନ୍ତି ମହାରାଷ୍ଟ୍ର ସରକାର।