ସାରା ବିଶ୍ୱରେ କୋରୋନାର ତାଣ୍ଡବ, ମୃତ୍ୟୁ ସଂଖ୍ୟା ଛୁଇଁଲା ୨୨,୦୩୦

ଅନ୍ୟପକ୍ଷେ ଭାରତରେ ବର୍ତ୍ତମାନ ଯାଏ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୫୬କୁ ପହଞ୍ଚିଛି । ଏଥିରୁ ୪୩ ଜଣ ସୁସ୍ଥ ହୋଇଛନ୍ତି । ଏହା ବ୍ୟତୀତ ୧୬ ଜଣଙ୍କ ମୃତ୍ୟୁ ଘଟିଛି । କୋରୋନା ଭୂତାଣୁ ସଙ୍କଟକୁ ଦୃଷ୍ଟିରେ ରଖି ମୋଦି ସରକାର ସାରା ଦେଶରେ ୨୧ ଦିନ ପାଇଁ ଲକ୍ ଡାଉନ ଘୋଷଣା କରିଛନ୍ତି । ଆଜି ଲକ୍ ଡାଉନର ଦ୍ୱିତୀୟ ଦିନ ।

ସାରା ବିଶ୍ୱରେ କୋରୋନାର ତାଣ୍ଡବ, ମୃତ୍ୟୁ ସଂଖ୍ୟା ଛୁଇଁଲା ୨୨,୦୩୦

ନୂଆଦିଲ୍ଲୀ: କ୍ରମାଗାତ କାୟା ବିସ୍ତାର କରି ଚାଲିଛି ମହାମାରୀ କୋରୋନା ଭୂତାଣୁ ବା କୋଭିଡ-19 । ଧୀରେ ଧୀରେ ଏହା ବିଶ୍ୱର ସମଗ୍ର ଦେଶରେ ବ୍ୟାପି ସାରିଛି । ଚୀନର ୱୁହାନ ସହରରୁ ଆରମ୍ଭ ହୋଇଥିବା କୋରୋନାର ତାଣ୍ଡବଲୀଳା ଏବେ ସ୍ପେନ, ଇଟାଲୀ, ଆମେରିକା, ଫ୍ରାନ୍ସ, ବ୍ରିଟେନ, ବେଲଜିୟମ ପରି ଦେଶରେ ବ୍ୟାପି ସାରିଛି । ବର୍ତ୍ତମାନ ଯାଏ କୌଣସି ଏହାର ଭେକ୍ସିନ ବା ଔଷଧ ସୃଷ୍ଟି ହୋଇପାରି ନାହିଁ । ଯାହା ଫଳରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟାରେ କ୍ରମାଗତ ବୃଦ୍ଧି ପାଇ ଚାଲିଛି । ଅତିଶୀଘ୍ର ଏହା ଉପରେ ନିୟନ୍ତ୍ରଣ ନ ମିଳିଲେ ସମଗ୍ର ବିଶ୍ୱକୁ ଧ୍ୱଂସ ମୁଖେ ଠେଲି ଦେବ । 

ଆଜି ଅର୍ଥାତ ଗୁରୁବାର ବର୍ତ୍ତମାନ ଯାଏ ସାରା ବିଶ୍ୱରେ କୋରୋନା ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୮୭ ହଜାରରୁ ଉର୍ଦ୍ଧ୍ୱ ରହିଛି । ଏଥିରୁ ୨୨ ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଚୀନରେ ୩,୨୮୭ ଲୋକଙ୍କ ମୃତ୍ୟୁ ଘଟିଛି । ସେହିପରି ଇଟାଲୀରେ ୭,୫୦୩, ସ୍ପେନରେ ୪,୦୮୯, ଆମେରିକା ୧,୦୫୪,  ଜର୍ମାନୀ ୨୨୨, ଇରାନ, ୨,୨୩୪, ଫ୍ରାନ୍ସରେ ୧,୩୩୧ ଓ ବ୍ରିଟେନରେ ୪୫୬ ଲୋକଙ୍କ କୋରୋନା ଯୋଗୁଁ ମୃତ୍ୟୁ ଘଟିଛି । ଇଟାଲୀ, ବ୍ରିଟେନ, ସ୍ପେନ ପରି ଦେଶରେ ଲକ୍ ଡାଉନ୍ କରାଯାଇଛି ।