୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବି; ବାୟୁ ମାଧ୍ୟମରେ ବ୍ୟାପୁଛି କୋରୋନା ଭାଇରସ
Advertisement

୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବି; ବାୟୁ ମାଧ୍ୟମରେ ବ୍ୟାପୁଛି କୋରୋନା ଭାଇରସ

ବାୟୁ ମାଧ୍ୟମରେ କୋରନା ଭାଇରସ ବିସ୍ତାର କରିବାରେ ସକ୍ଷମ ବୋଲି ବୈଜ୍ଞାନିକଙ୍କ ପକ୍ଷରୁ ଦାବି କରାଯାଇଛି ।  

୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ଦାବି; ବାୟୁ ମାଧ୍ୟମରେ ବ୍ୟାପୁଛି କୋରୋନା ଭାଇରସ

ୱାଶିଂଟନ୍: କ'ଣ କରୋନା ଭାଇରସ୍ ବାୟୁବାହିତ ରୋଗ? ସରଳ ଭାବରେ କହିବାକୁ ଗଲେ ଏହା ବାୟୁରେ ବିସ୍ତାରିତ ହୋଇଥାଏ କି? ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ-ଡବ୍ଲ୍ୟୁଏଚଓ(World Health Organization-WHO) ଏହାକୁ ସିଧାସଳଖ ଅସ୍ୱୀକାର କରୁଥାଇ ପାରେ । ହେଲେ ଶହ ବୈଜ୍ଞାନିକଙ୍କ ବିଶ୍ୱାସ କରନ୍ତି କରୋନା ଏକ ବାୟୁବାହିତ ରୋଗ। 

ଆମେରକୀୟ ଗଣାମାଧ୍ୟମ ନ୍ୟୁୟର୍କ ଟାଇମ୍ସ (NewYork Times-NYT) ରିପୋର୍ଟ ଅନୁଯାୟୀ, ଶହ ଶହ ବୈଜ୍ଞାନିକଙ୍କ ବିଶ୍ୱାସ ବାୟୁରେ କରୋନା ଭାଇସରର ଛୋଟ କଣିକା ରହିଛି, ଯାହା ଲୋକଙ୍କୁ ସଂକ୍ରମିତ କରିପାରେ। ଡବ୍ଲ୍ୟୁଏଚଓ କହିଛି  କାଶିବା କିମ୍ବା ଛିଙ୍କିବା ସମୟରେ ସଂକ୍ରମିତ ବ୍ୟକ୍ତିଙ୍କ ପାଟି କିମ୍ବା ନାକରୁ ବାହାରୁଥିବା ପାଣି ବୁନ୍ଦା ମାଧ୍ୟମରେ ଅନ୍ୟ ଜଣ ବ୍ୟକ୍ତିଙ୍କ ନିକଟରେ ପହଞ୍ଚିଥାଏ। ପ୍ରାୟ ୩୨ ଦେଶର ୨୩୯ ବୈଜ୍ଞାନିକଙ୍କ ପକ୍ଷରୁ ଏଭଳି ଦାବି କରାଯିବା ସହ ଏନେଇ ଡବ୍ଲ୍ୟୁଏଚଓକୁ ଏକ ଖୋଲା ଚିଠି ଲେଖାଯାଇଛି। 
 
ବୈଜ୍ଞାନିକଙ୍କ କହିବା ଅନୁସାରେ ସଂକ୍ରମିତ ବ୍ୟକ୍ତିଙ୍କ କାଶ, ଛିଙ୍କ କିମ୍ବା ନିଶ୍ୱାସପ୍ରଶ୍ୱାସ ନେବା ବେଳେ ବାହାରୁଥିବା ପାଣି ବୁନ୍ଦା ବାୟୁରେ ବିସ୍ତାରିତ ହେବା ସହ ଅନ୍ୟ ଜଣକୁ ସଂକ୍ରମିତ କରିପାରେ।  ଡବ୍ଲ୍ୟୁଏଚଓ କହିବା ଅନୁସାରେ ବାୟୁରେ କୋରୋନା ଭାଇରସ ଥିବାର ଯେଉଁ ଦାବି କରାଯାଉଛି ତାହାକୁ ବିଶ୍ୱାସ କରାଯାଇପାରିବ ନାହିଁ।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ରୋଗ ନିୟନ୍ତ୍ରଣକାରୀ ଦଳର ବୈଷୟିକ ମୁଖ୍ୟ ଡକ୍ଟର ବେନେଡେଟା ଅଲଗ୍ରେନଜୀ ଏନେଇ ମତ ରଖି କହିଛନ୍ତି, ବିଶେଷ କରି ବିଗତ କିଛି ମାସ ମଧ୍ୟରେ ଆମେ ଅନେକ ଥର କହିସାରିଛୁ, ବାୟୁବାହୀ ସଂକ୍ରମଣ ସମ୍ଭବ, ହେଲେ ଏହାର ଏପର୍ଯ୍ୟନ୍ତ କୌଣସି ଠୋସ୍ କିମ୍ବା ସ୍ପଷ୍ଟ ପ୍ରମାଣ ମିଳିନାହିଁ।