ବିହାରର ରାଜ ଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନେକ ସୁରକ୍ଷା କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଖବର ଆସିଛି ।
Trending Photos
ପାଟନା: ବିହାରର ରାଜଧାନୀ ପାଟନାରେ ଭାରତୀୟ ଜନତା ପାର୍ଟି(ବିଜେପି) କାର୍ଯ୍ୟାଳୟରେ ୨୫ ଜଣ ଏକାସାଙ୍ଗରେ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଅନ୍ୟପକ୍ଷେ ସଂକ୍ରମିତଙ୍କ ସଂଖ୍ୟାକୁ ଆହୁରି ବୃଦ୍ଧି ହେବାର ସମ୍ଭାବନା ଅଛି । କାରଣ ଅନେକ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ନମୁନା ନିଆଯାଇଛି । ସେମାନଙ୍କ ରିପୋର୍ଟ ଧୀରେ ଧୀରେ ସାମ୍ନାକୁ ଆସୁଛି । ଏହି ଖବର ଏପରି ଏକ ସମୟରେ ଆସିଛି ଯେତେବେଳେ ବିହାରରେ କୋରୋନା ଭାଇରସ ବିରୋଧରେ ଲଢ଼େଇକୁ ନେଇ ସରକାର ଓ ବିରୋଧୀଙ୍କ ମଧ୍ୟରେ ଝଗଡା ଲାଗି ରହିଛି । ଏହାପୂର୍ବରୁ ବିହାରରେ ଅନେକ ନେତା ଓ ସେମାନଙ୍କ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା କର୍ମଚାରୀ ସଂକ୍ରମିତ ହୋଇଥିଲେ ।
ଏଠାରେ କହି ରଖୁଛୁ ଯେ, ମଙ୍ଗଳବାର ନୀତୀଶ କୁମାରଙ୍କ କ୍ୟାବିନେଟର ଅନ୍ୟ ଜଣେ ସଦସ୍ୟ ଶୈଲେଶ କୁମାର କୋରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ଏହା ବ୍ୟତୀତ ରାଷ୍ଟ୍ରୀୟ ଜନତା ଦଳ(ଆରଜେଡି) ଓ ଜଣେ ବିଜେପି ବିଧାୟକ ମଧ୍ୟ କୋରୋନାରେ ସଂକ୍ରମିତ ହୋଇଛନ୍ତି । ରାଜଧାନୀ ପାଟନାରେ ମୁଖ୍ୟ ସଚିବଙ୍କୁ ତାଙ୍କ ଘରୁ କାମ କରିବାକୁ ପଡୁଛି । ତାଙ୍କ କାର୍ଯ୍ୟାଳୟରେ ଅନେକ କର୍ମଚାରୀ କୋଭିଡ-19 ପଜିଟିଭ୍ ବୋଲି ଜଣାପଡିଛି । ଏହାପୂର୍ବରୁ ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ କାର୍ଯ୍ୟାଳୟର ଅନେକ ଲୋକ ମଧ୍ୟ ସଂକ୍ରମିତ ହୋଇଥିବା ଜଣାପଡିଛି ।
ଏହା ବ୍ୟତୀତ ରାଜ ଭବନ ଓ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଅନେକ ସୁରକ୍ଷା କର୍ମୀ କୋରୋନା ସଂକ୍ରମିତ ହୋଇଥିବା ଖବର ଆସିଛି ।