ଏୟାରଷ୍ଟ୍ରାଇକରେ ଥରହର ତାଲିବାନ, ଟଳିପଡିଲେ ୨୫ ଆତଙ୍କବାଦୀ
Advertisement

ଏୟାରଷ୍ଟ୍ରାଇକରେ ଥରହର ତାଲିବାନ, ଟଳିପଡିଲେ ୨୫ ଆତଙ୍କବାଦୀ

ବିଶ୍ୱର ଅଧିକାଂଶ ରାଷ୍ଟ୍ର ଚାହୁଁଛନ୍ତି ଆାଫଗାନିସ୍ତାନରେ ଦୀର୍ଘ ଦିନ ଧରି ଚାଲିଥିବା ଆତଙ୍କବାଦ ବନ୍ଦ ହେଉ । 

ଏୟାରଷ୍ଟ୍ରାଇକରେ ଥରହର ତାଲିବାନ, ଟଳିପଡିଲେ ୨୫ ଆତଙ୍କବାଦୀ

କାବୁଲ: ଯୁଦ୍ଧଗ୍ରସ୍ତ ଆଫଗାନିସ୍ତାନରେ ଚାଲିଥିବା ଆତଙ୍କବାଦ ଦମନ ସୁରକ୍ଷାବଳକୁ ମିଳିଛି ସଫଳତା । ଦେଶର ଲଗମାନ ପ୍ରଦେଶରେ ହୋଇଥିବା ବାୟୁ ଆକ୍ରମଣ ଅର୍ଥାତ ଏୟାରଷ୍ଟ୍ରାଇକରେ (Air Strike) ୨୫ ଆତଙ୍କବାଦୀ ଟଳି ପଡିଛନ୍ତି ।  ଏହି କାର୍ଯ୍ୟାନୁଷ୍ଠାନରେ ୮ ଆତଙ୍କୀ ନିପାତ ହୋଇଛନ୍ତି । 

ଏ ସମ୍ପର୍କରେ ମତ ରଖି ଆଫଗାନ ସରକାରଙ୍କ ମୁଖପାତ୍ର (Afghan Government Spoke Person) ନ୍ୟୁଜ୍ ଏଜେନ୍ସିକୁ (News Agency) କହିଛନ୍ତି ଯେ ମଧ୍ୟରାତ୍ରିରେ ଲଗମାନ ପ୍ରଦେଶର (Laghman Province) ରାଜଧାନୀ ମେହତରଲାମର ଉତ୍ତରରେ ଥିବା ଜାବନ୍ ଅଞ୍ଚଳରେ ଆତଙ୍କବାଦୀ ସୁରକ୍ଷା ପୋଷ୍ଟ (Security Post) ଉପରେ ଆକ୍ରମଣ କରିଥିଲେ । ଏହି ଆକ୍ରମଣରୁ ରକ୍ଷା ପାଇବାରୁ ବିଫଳ ହୋଇଥିଲେ ଆକ୍ରମଣକାରୀ । ସେମାନଙ୍କୁ ଜବାବ ଦେବାକୁ ଯାଇ ସାମରିକ କାର୍ଯ୍ୟାନୁଷ୍ଠାନ (Military Operation) ଗ୍ରହଣ କରିଥିଲା ସୁରକ୍ଷା ବଳ (Security Force) । 

ଆତଙ୍କବାଦୀ ଦମନ ଅଭିଯାନରେ ସୁରକ୍ଷାବଳକୁ ମିଳିଥିବା ଏହି ସଫଳତା ଆଫଗାନିସ୍ତାନରେ ଶାନ୍ତି ପ୍ରତିଷ୍ଠା ଲାଗି ଚାଲିଥିବା ଉଦ୍ୟମକୁ ଆଗେଇ ନେବାରେ ସହଯୋଗ କରିବ । ବିଶ୍ୱର ଅଧିକାଂଶ ରାଷ୍ଟ୍ର ଚାହୁଁଛନ୍ତି ଆାଫଗାନିସ୍ତାନରେ ଦୀର୍ଘ ଦିନ ଧରି ଚାଲିଥିବା ଆତଙ୍କବାଦ ବନ୍ଦ ହେଉ । କାରଣ ବିଶ୍ୱଶାନ୍ତି ଲାଗି ଇସଲାମ ପ୍ରାୟୋଜିତ ଆତଙ୍କବାଦ ସବୁଠାରୁ ବଡ ବିପଦ। 

ଏହି ଆତଙ୍କବାଦ ଦମନ ଅଭିଯାନ ଉପରେ ମତ ରଖି ଆଫଗାନ ସରକାରଙ୍କ ପକ୍ଷରୁ କୁହାଯାଇଛି ବିମାନ ଆକ୍ରମଣରେ ପ୍ରାଣ ହରାଇଥିବା ଆତଙ୍କବାଦୀଙ୍କ ମଧ୍ୟରେ  ତାଲିବାନ ରେଡ ୟୁନିଟର (Taliban Red Unit) ୫ ସଦସ୍ୟ ସାମିଲ ଅଛନ୍ତି। ଆକ୍ରମଣକାରୀ ଜାବନ କ୍ଷେତ୍ରର ନିକଟବର୍ତ୍ତୀ ପାହାଡିଆ ଅଞ୍ଚଳରୁ ଆସିଥିଲେ ।  ଘଟଣାସ୍ଥଳରୁ ଅନେକ ଗୋଳାବାରୁଦ, ହତିଆର ଜବତ କରାଯାଇଛି ।