ଏକ ଆଶ୍ୱସ୍ତିକର ଖବର ହେଉଛି ଯେ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ପ୍ରଥମ ଥର ପାଇଁ ୭୦ ପ୍ରତିଶତ ଅତିକ୍ରମ କରିଛି । ବର୍ତ୍ତମାନ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୭୦.୨୨ ପ୍ରତିଶତ ପହଞ୍ଚିଛି ।
Trending Photos
ନୂଆଦିଲ୍ଲୀ: ଭାରତରେ କୋରୋନା ଭୂତାଣୁର ତାଣ୍ଡବଲୀଳା ଜାରି ରହିଛି । କ୍ରମାଗତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ଏହି ମହାମାରୀ ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ମଧ୍ୟ ଦ୍ରୁତ ଗତି ବଢ଼ିବାରେ ଲାଗିଛି । ଅନ୍ୟପକ୍ଷେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ମଧ୍ୟ କୋରୋନା ସଂକ୍ରମଣର ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୯୭ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୫୦୫ ନୂତନ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।
ଏହା ପରେ ରାଜଧାନୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୭,୨୦୦ରେ ପହଞ୍ଚିଛି । ଏକ ଆଶ୍ୱସ୍ତିକର ଖବର ହେଉଛି ଯେ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହେବା ହାର ପ୍ରଥମ ଥର ପାଇଁ ୭୦ ପ୍ରତିଶତ ଅତିକ୍ରମ କରିଛି । ବର୍ତ୍ତମାନ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସୁସ୍ଥ ହାର ୭୦.୨୨ ପ୍ରତିଶତ ପହଞ୍ଚିଛି । ଅର୍ଥାତ୍ ମୋଟ ରୋଗୀଙ୍କ ମଧ୍ୟରୁ ୭୦ ପ୍ରତିଶତ ଆରୋଗ୍ୟ ଲାଭ କରିଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨,୬୩୨ ରୋଗୀ ଏଠାରେ ଆରୋଗ୍ୟ ଲାଭ କରିଛନ୍ତି । ଏହା ପରେ ସୁସ୍ଥ ହେବା ରୋଗୀଙ୍କ ସଂଖ୍ୟା ୬୮,୨୫୬କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ଭାଇରସ ସଂକ୍ରମଣ ହେତୁ ୫୫ ରୋଗୀଙ୍କର ମୃତ୍ୟୁ ଘଟିଛି । ଫଳରେ ଏଠାରେ ବର୍ତ୍ତମାନ ଯାଏ ୩,୦୦୪ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୩,୬୭୩ ପରୀକ୍ଷା ହୋଇଛି । ଏବଂ ଏପର୍ଯ୍ୟନ୍ତ ମୋଟ ୬,୨୦,୩୬୮ ପରୀକ୍ଷା କରାଯାଇଛି । ବର୍ତ୍ତମାନ ଦିଲ୍ଲୀରେ ୨୫,୯୪୦ ସକ୍ରିୟ କୋରୋନା ମାମଲା ରହିଛି ।