ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିପଜ୍ଜନକ ଭୂତାଣୁ ସଂକ୍ରମଣ ହେତୁ ଦିଲ୍ଲୀରେ ୫୯ ରୋଗୀଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୨,୯୨୩ ରୋଗୀଙ୍କ ମୃତ୍ୟୁ ଘଟିଛି ।
Trending Photos
ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ କାୟା ବିସ୍ତାର କରିବାରେ ଲାଗିଛି କୋରୋନା ଭୂତାଣୁ । ଯାହା ବର୍ତ୍ତମାନ ସମୟରେ ସବୁଠାରୁ ସଙ୍କଟ ଭାବେ ଦେଖାଦେଇଛି । ଅନ୍ୟପକ୍ଷେ ରାଜଧାନୀ ଦିଲ୍ଲୀରେ କୋରୋନା ଭାଇରସ ସଂକ୍ରମଣ ଥମିବାର ନାଁ ନେଉନାହିଁ । ଅତି ଶୀଘ୍ର ଦିଲ୍ଲୀରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ ଲକ୍ଷରେ ପହଞ୍ଚିବ । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୨୫୨୦ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୯୪,୬୯୫କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୬୧୭ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ରାଜଧାନୀରେ ସୁସ୍ଥ ହୋଇଥିବା ଲୋକଙ୍କ ସଂଖ୍ୟା ୬୫,୬୨୪କୁ ବୃଦ୍ଧି ପାଇଛି ।
ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିପଜ୍ଜନକ ଭୂତାଣୁ ସଂକ୍ରମଣ ହେତୁ ଦିଲ୍ଲୀରେ ୫୯ ରୋଗୀଙ୍କର ମୃତ୍ୟୁ ଘଟିଛି । ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୨,୯୨୩ ରୋଗୀଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ଦିଲ୍ଲୀରେ ମୋଟ ୨୬,୧୪୮ ସକ୍ରିୟ ମାମଲା ରହିଛି । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଏପର୍ଯ୍ୟନ୍ତ ମୋଟ ୫,୯୬,୬୯୫ ପରୀକ୍ଷା କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୪,୧୬୫ ପରୀକ୍ଷା ହୋଇଛି । ଯାହା ଏପର୍ଯ୍ୟନ୍ତ ସର୍ବାଧିକ ଅଟେ ।
ଅନ୍ୟପକ୍ଷେ ଦେଶରେ ପ୍ରତିଦିନ କୋରୋନା ମାମଲା ବଢ଼ିବାରେ ଲାଗିଛି । ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଦେଶରେ ୨୦,୦୦୦ରୁ ଅଧିକ ପଜିଟିଭ ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କୋରୋନା ସଂକ୍ରମିତଙ୍କ ସର୍ବାଧିକ ୨୦,୯୦୩ ମାମଲା ରିପୋର୍ଟ ହୋଇଛି । ଏହା ପରେ ଦେଶରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୬.୨୫ ଲକ୍ଷ ଅତିକ୍ରମ କରିଛି । ଦେଶରେ ସମୁଦାୟ ୬,୨୫,୫୪୪ କୋରୋନା ମାମଲା ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୭୯ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଫଳରେ ଦେଶରେ କୋରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୮,୨୧୩ରେ ପହଞ୍ଚିଛି ।