Advertisement
Article Detail0/zeeodisha/odisha668669
Zee OdishaOdisha National-Internationalକୋରୋନା ମହାସଙ୍କଟ: ଆମେରିକାରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୬୦୦ ଆକ୍ରାନ୍ତଙ୍କ ମୃତ୍ୟୁ

କୋରୋନା ମହାସଙ୍କଟ: ଆମେରିକାରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୬୦୦ ଆକ୍ରାନ୍ତଙ୍କ ମୃତ୍ୟୁ

ଅନ୍ୟ ଦେଶ ବିଷୟରେ କହିବାକୁ ଗଲେ, ଆମେରିକା ପରେ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ସ୍ପେନ୍ । ସେଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧,୭୭,୬୩୩ । ସେଠାରେ ୮୮,୨୦୧ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ଏହି ଦେଶରେ କୋରୋନା ଭୂତାଣୁରୁ ୭୦,୮୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୮,୫୭୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 

କୋରୋନା ମହାସଙ୍କଟ: ଆମେରିକାରେ ଗତ ୨୪ ଘଣ୍ଟାରେ ପ୍ରାୟ ୨୬୦୦ ଆକ୍ରାନ୍ତଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ସାରା ବିଶ୍ୱରେ କୋରୋନା ଭାଇରସ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଚାଇନାର ୱୁହାନ ସହରରୁ ବ୍ୟାପିଥିବା ଏହି ଭୂତାଣୁ ଦ୍ୱାରା ୧୮୦ରୁ ଅଧିକ ଦେଶ ପ୍ରଭାବିତ ହୋଇଛନ୍ତି । ସମସ୍ତ ଦେଶ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ପର୍ଯ୍ୟନ୍ତ ମୋଟ ୧୯,୯୬,୯୪୩ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଏଥିରୁ ୧ ଲକ୍ଷ ୨୭ ହଜାର ୬୦୫ ଜଣକୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହା ବ୍ୟତୀତ ଭଲ ଖବର ହେଉଛି ବର୍ତ୍ତମାନ ଯାଏ ୫ ଲକ୍ଷ ୮୩୭ କୋରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି । 

ବର୍ତ୍ତମାନ ପର୍ଯ୍ୟନ୍ତ ୮୩,୩୫୫ ଲୋକଙ୍କ ଚାଇନାରେ ଏହି ସଂକ୍ରମଣର ପୃଷ୍ଟି କରିଛି । ସେଠାରେ ୩,୩୪୬ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ଏବଂ ୭୮, ୩୦୭ କୋରୋନା ରୋଗୀ ସୁସ୍ଥ ହୋଇଛନ୍ତି । ଅନ୍ୟପକ୍ଷେ ବର୍ତ୍ତମାନ ପର୍ଯ୍ୟନ୍ତ ଆମେରିକାରେ କୋରୋନା ରୋଗୀ ସଂଖ୍ୟା ୬,୦୯,685 ଛୁଇଁଲାଣି ବୋଲି ସୂଚନା ମିଳିଛି । ଯୁକ୍ତରାଷ୍ଟ୍ରରେ ୨୮,୩୨୬ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୪୯,୯୬୬ ଲୋକ ସୁସ୍ଥ ହୋଇଛନ୍ତି । ଆମେରିକା ମ୍ୟାଲେରିଆ ବିରୋଧୀ ଔଷଧ ହାଇଡ୍ରୋକ୍ସିଚ୍ଲୋରୋକାଇନ୍ ଦାବି କରିବା ପରେ ଭାରତରୁ ଏହାର ପ୍ରଥମ ଟ୍ରିପ୍ ସେଠାରେ ପହଞ୍ଚିଛି ।

ଆମେରିକାର ଜନ୍ ହପକିନ୍ସ ବିଶ୍ୱବିଦ୍ୟାଳୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ପ୍ରାୟ ୨୬୦୦ ଲୋକ କୋରୋନା ଭାଇରସରେ ମୃତ୍ୟୁ ବରଣ କରିଛନ୍ତି । ଏହି ସଂଖ୍ୟା ହେଉଛି ଯେକୌଣସି ଦେଶରେ ଗୋଟିଏ ଦିନରେ ଏହି ସଂକ୍ରାମକ ରୋଗରେ ମୃତ୍ୟୁ ବରଣ କରିଥିବା ସଂଖ୍ୟା ଠାରୁ ଅଧିକ । ବିଗତ ୨୪ ଘଣ୍ଟାରେ ଆମେରିକାରେ ମୃତ୍ୟୁ ସଂଖ୍ୟା ହେଉଛି ୨୫୬୯ । ଏହା ସହିତ ଆମେରିକାରେ ମୃତ୍ୟୁବରଣ କରିଥିବା ସମୁଦାୟ ଲୋକଙ୍କ ସଂଖ୍ୟା ୨୮,୩୨୬ରେ ପହଞ୍ଚିଛି, ଯାହାକି କୌଣସି ଦେଶ ଅପେକ୍ଷା ସର୍ବାଧିକ ମୃତକଙ୍କ ସଂଖ୍ୟା ।

Add Zee News as a Preferred Source

ଅନ୍ୟ ଦେଶ ବିଷୟରେ କହିବାକୁ ଗଲେ, ଆମେରିକା ପରେ ଅଧିକ ପ୍ରଭାବିତ ହୋଇଥିବା ଦେଶ ହେଉଛି ସ୍ପେନ୍ । ସେଠାରେ ସମୁଦାୟ ସଂକ୍ରମିତ ସଂଖ୍ୟା ୧,୭୭,୬୩୩ । ସେଠାରେ ୮୮,୨୦୧ ସକ୍ରିୟ ମାମଲା ରହିଛି । ଏହା ବ୍ୟତୀତ ଏହି ଦେଶରେ କୋରୋନା ଭୂତାଣୁରୁ ୭୦,୮୫୩ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ଏବଂ ଏପର୍ଯ୍ୟନ୍ତ ୧୮,୫୭୯ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । 

About the Author