ମୁମ୍ବାଇ ଅପେକ୍ଷା ପୁଣେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୯୧୩ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୯,୩୭୦କୁ ବୃଦ୍ଧି ପାଇଛି ।
Trending Photos
)
ମୁମ୍ବାଇ: ଦେଶରେ କୋରୋନା ଭାଇରସ ସଂକ୍ରମଣ ମାମଲା ୧୩ ଲକ୍ଷ ଅତିକ୍ରମ କରିଛି । ଏହି ମାରାତ୍ମକ ଭୂତାଣୁ ଦ୍ୱାରା ମହାରାଷ୍ଟ୍ର ଅଧିକ ପ୍ରଭାବିତ ହୋଇଛି । ଯେଉଁଠାରେ ସଂକ୍ରମିତ ସଂଖ୍ୟା ୩.୫ ଲକ୍ଷ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୯,୨୫୧ ନୂତନ ସଂକ୍ରମିତ ଚିହ୍ନଟ ଅଛନ୍ତି । ଏହା ପରେ ରାଜ୍ୟରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୩,୬୬,୩୬୮କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ବିପଜ୍ଜନକ ଭୂତାଣୁ ଯୋଗୁଁ ରାଜ୍ୟରେ ୨୫୭ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଫଳରେ ଏଠାରେ କୋରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩,୩୮୯କୁ ବୃଦ୍ଧି ପାଇଛି ।
ଶନିବାର ବିଭିନ୍ନ ଡାକ୍ତରଖାନାର ଚିକିତ୍ସା ପରେ ଗୋଟିଏ ଦିନରେ ସର୍ବାଧିକ ୭,୨୨୭ ଜଣ ସଂକ୍ରମିତଙ୍କୁ ଡିସଚାର୍ଜ କରାଯାଇଛି । ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୨,୦୭,୧୯୪ ସଂକ୍ରମିତ କୋରୋନା ମୁକ୍ତ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧,୪୫,୭୮୫ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି । ଏପର୍ଯ୍ୟନ୍ତ ରାଜ୍ୟରେ ୧୮,୩୬,୯୨୦ ଲୋକଙ୍କୁ ସ୍କ୍ରିନ କରାଯାଇଛି ।
ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା, ତେବେ ଗତ ୨୪ ଘଣ୍ଟା ମଧ୍ୟରେ ୧୦୮୦ ଜଣ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହ ୫୨ ଜଣ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ପ୍ରାଣ ହରାଇଛନ୍ତି । ମୁମ୍ବାଇ ଅପେକ୍ଷା ପୁଣେ କୋରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୯୧୩ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହା ପରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୯,୩୭୦କୁ ବୃଦ୍ଧି ପାଇଛି ।