ଦେଶରେ ଏବେ ସମୁଦାୟ ଆକ୍ରନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୯ ହଜାର ୫୫୩ରେ ପହଞ୍ଚିଛି । ସେହିପରି ୨୨ ହଜାର ୬୭୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି ।
Trending Photos
)
ନୂଆଦିଲ୍ଲୀ: ଦେଶରେ ପାଖାପାଖି ସାଢ଼େ ୮ଲକ୍ଷରେ ପହଞ୍ଚିଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ୨୮ ହଜାର ୬୩୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୫୫୧ ରୋଗୀଙ୍କ ମୃତ୍ୟୁ ହୋଇଛି । କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଦେଶରେ ଏବେ ସମୁଦାୟ ଆକ୍ରନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୯ ହଜାର ୫୫୩ରେ ପହଞ୍ଚିଛି । ସେହିପରି ୨୨ ହଜାର ୬୭୪ ଜଣଙ୍କ ମୃତ୍ୟୁ ମଧ୍ୟ ହେଲାଣି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୫ଲକ୍ଷ ୩୪ ହଜାର ୬୨୧ ଜଣ ସୁସ୍ଥ ମଧ୍ୟ ହୋଇସାରିଛନ୍ତି । ଏବେ ୨ଲକ୍ଷ ୯୨ ହଜାର ୨୫୮ଟି ଆକ୍ଟିଭ କେସ ରହିଛି ।
28,637 #COVID19 cases & 551 deaths reported in India in the last 24 hours. Total positive cases stand at 8,49,553 including 2,92,258 active cases, 5,34,621 cured/discharged/migrated 22,674 deaths: Ministry of Health pic.twitter.com/m2Lh5UpxVO
— ANI (@ANI) July 12, 2020
ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଦେଶରେ ଲଗାତାର ଭାବେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଆରୋଗ୍ୟ ହାର ବଢ଼ୁଛି ସତ, କିନ୍ତୁ ଆକ୍ଟିଭ କେସ ମଧ୍ୟ ବଢ଼ିଚାଲିଛି । ଏହା ଏବେ ୩ ଲକ୍ଷ ମୁହାଁ ହେଲାଣି ।