ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା । ତାହା ମହାରାଷ୍ଟ୍ର ତଥା ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ମୁମ୍ୱାଇରେ ଲଗାତର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଫଳରେ ଆମେରିକାର ନ୍ୟୁୟର୍କ ପରି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି ।
Trending Photos
ମୁମ୍ବାଇ: ଭାରତ ସମେତ ମହାରାଷ୍ଟ୍ରରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ଯାହା ଚିନ୍ତାର କାରଣ ପାଲଟିଛି । ପ୍ରତିଦିନ ମହାରାଷ୍ଟ୍ରରେ ହଜାର ହଜାର କୋରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଉଛି । ଦେଶର ସର୍ବାଧିକ କୋରୋନା ପ୍ରଭାବିତ ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର ଶୀର୍ଷରେ ରହିଛି । ଆଜି(ଶୁକ୍ରବାର) ମହାରାଷ୍ଟ୍ରରେ ୨୯୪୦ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହି ନୂତନ ମାମଲା ସହିତ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪୪,୫୮୨କୁ ବୃଦ୍ଧି ପାଇଛି । ଏଥି ସହିତ ଗତ ୨୪ ଘଣ୍ଟା ମଧ୍ୟରେ ଏହି ଭୂତାଣୁ ସଂକ୍ରମଣ ହେତୁ ରାଜ୍ୟରେ ୬୩ ଜଣଙ୍କର ମୃତ୍ୟୁ ଘଟିଛି । ଯାହା ପରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୫୧୭କୁ ବୃଦ୍ଧି ପାଇଛି ।
ଯଦି ଆମେ ମୁମ୍ବାଇ ବିଷୟରେ କଥା ହେବା । ତାହା ମହାରାଷ୍ଟ୍ର ତଥା ଦେଶ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଛି । ମୁମ୍ୱାଇରେ ଲଗାତର କୋରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଫଳରେ ଆମେରିକାର ନ୍ୟୁୟର୍କ ପରି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି । କାରଣ ଆମେରିକାର ସର୍ବାଧିକ କୋରୋନା ସଂକ୍ରମିତ ବ୍ୟକ୍ତି ନ୍ୟୁୟର୍କରୁ ହିଁ ଚିହ୍ନଟ ହୋଇଛନ୍ତି । ଏହାସହ ନ୍ୟୁୟର୍କରେ ମଧ୍ୟ ସର୍ବାଧିକ ମୃତ୍ୟୁ ସଂଖ୍ୟା ରେକର୍ଡ କରାଯାଇଛି । ମୁମ୍ୱାଇରେ ଗତ ୨୪ ଘଣ୍ଟା ମଧ୍ୟରେ ୧୭୫୧ ଜଣ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏହା ବ୍ୟତୀତ ୨୭ ଜଣ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି । ବର୍ତ୍ତମାନ ମୁମ୍ବାଇରେ ମୋଟ ୨୭,୨୫୧ କୋରୋନା ପଜିଟିଭ ମାମଲା ସାମ୍ନାକୁ ଆସିଛି । ଏହାସହ ୯୦୯ ଜଣ କୋରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଏହା ବ୍ୟତୀତ ମହାରାଷ୍ଟ୍ରରେ ୧୨,୫୮୩ କୋରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି ।
ଭାରତରେ ଏହି ଭୂତାଣୁ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧ଲକ୍ଷ ୧୮ ହଜାର ୪୪୭କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬ ହଜାର ୮୮ଟି ନୂଆ କୋରୋନା ପଜିଟିଭ ମାମଲା ଚିହ୍ନଟ ହୋଇଛି । ଏହା ସହ ୧୪୮ ଜଣଙ୍କର ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଦେଶରେ ୩ ହଜାର ୫୮୩ ଜଣଙ୍କର ମୃତ୍ୟୁ ଘଟିଛି । ଯଦିଓ ୪୮,୫୩୪ କୋରୋନା ରୋଗୀ ଏହି ସଂକ୍ରମଣରୁ ମୁକ୍ତି ଲାଭ କରିଛନ୍ତି । ସୁସ୍ଥ ହାର କ୍ରମାଗତ ଭାବରେ ସୁଧାର କରୁଛି । ଏହା ବର୍ତ୍ତମାନ ୪୦.୯୭ ପ୍ରତିଶତରେ ପହଞ୍ଚିଛି ।