ଏକ ଆଶ୍ୱସ୍ତିକର ବିଷୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୨୧୦ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୪୯,୩୦୧ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ୨୮,୩୨୯ ସକ୍ରିୟ କୋରୋନା ମାମଲା ରହିଛି ।
Trending Photos
)
ନୂଆଦିଲ୍ଲୀ: ଦେଶରେ କ୍ରମାଗତ କୋରୋନା ଭାଇରସ ସଂକ୍ରମଣ ମାମଲାରେ ବୃଦ୍ଧି ଦେଖାଦେଉଛି । ଏହାସହ ଦିଲ୍ଲୀରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୦ ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୯୪୮ କୋରୋନା ସଂକ୍ରମିତ ମାମଲା ଚିହ୍ନଟ କରାଯାଇଛି । ଯାହା ପରେ ରାଜଧାନୀରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୮୦,୧୮୮କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଏଠାରେ ୬୬ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଏହା ପରେ ଏହି ମାରାତ୍ମକ ଭୂତାଣୁ ଯୋଗୁଁ ମୃତ୍ୟୁ ସଂଖ୍ୟା ୨,୫୫୮କୁ ବୃଦ୍ଧି ପାଇଛି ।
ଅନ୍ୟପକ୍ଷେ ଏକ ଆଶ୍ୱସ୍ତିକର ବିଷୟ ଯେ, ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨,୨୧୦ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଫଳରେ ଏପର୍ଯ୍ୟନ୍ତ ଦିଲ୍ଲୀରେ ମୋଟ ୪୯,୩୦୧ ଜଣ କୋରୋନା ସଂକ୍ରମିତ ଆରୋଗ୍ୟ ହୋଇଛନ୍ତି । ଦିଲ୍ଲୀରେ ବର୍ତ୍ତମାନ ୨୮,୩୨୯ ସକ୍ରିୟ କୋରୋନା ମାମଲା ରହିଛି ।
ସେହିପରି ଦେଶରେ କୋରୋନା ଭାଇରସର ବିପଦ ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଶନିବାର ସକାଳେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୮,୫୫୨ ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ସହିତ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷରେ ପହଞ୍ଚିଛି । ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ପରିସଂଖ୍ୟାନ ଅନୁଯାୟୀ, ଭାରତରେ କୋରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ୫,୦୮,୯୫୩କୁ ବୃଦ୍ଧି ପାଇଛି । ଏହାସହ ଦେଶରେ ଏପର୍ଯ୍ୟନ୍ତ ୧୫,୬୫୮ ଜଣ ସଂକ୍ରମିତଙ୍କର ମୃତ୍ୟୁ ଘଟିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୮୪ ଜଣ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି । ଅବଶ୍ୟ ଏହା ଏକ ଆଶ୍ୱସ୍ତିକର ବିଷୟ ଯେ, ବର୍ତ୍ତମାନ ଯାଏ ଦେଶରେ ୨,୯୫,୮୮୧ ରୋଗୀ କୋରୋନାକୁ ପରାସ୍ତ କରିବାରେ ସକ୍ଷମ ହୋଇଛନ୍ତି । ଦେଶରେ ସୁସ୍ଥ ହେବା ହାର ୫୮.୧୩ ପ୍ରତିଶତ ରହିଛି ।