IPL 2020: ଦୁବାଇରେ ଦମ୍ ଦେଖାଇବେ ଧୋନି, ୱାର ପାଇଁ ପ୍ରସ୍ତୁତ ୱାର୍ଣ୍ଣର
Advertisement

IPL 2020: ଦୁବାଇରେ ଦମ୍ ଦେଖାଇବେ ଧୋନି, ୱାର ପାଇଁ ପ୍ରସ୍ତୁତ ୱାର୍ଣ୍ଣର

ଆଜି ୟୁଏଇର ଛୋଟ ଗ୍ରାଉଣ୍ଡରେ ହେବ ଧୋନି-ୱାର୍ଣ୍ଣର ଫାଇଟ। ଆଇପିଏଲର ୨୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ତେବେ ପ୍ଲେଅପ ଆଶା କ୍ଷୀଣ ଥିବା ଚେନ୍ନାଇ ପାଇ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହେବ। ଆଇପିଏଲର ପ୍ଲେଅପ ଷ୍ଟେଜ ପାଇଁ ଗୋଟିଏ ଟିମକୁ ଅନ୍ୟୁନ୍ନ ୮ଟି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଚେନ୍ନାଇ


  • ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ
    ମୋଟ ମ୍ୟାଚ: ୧୩
    ଚେନ୍ନାଇର ବିଜୟ : ୦୯
    ହାଇଦ୍ରାବାଦର ବିଜୟ : ୦୪
    ଚେନ୍ନାଇର ପରାଜୟ : ୦୪
    ହାଇଦ୍ରାବାଦର ପରାଜୟ : ୦୯
  • ସ୍କୋର
    ଚେନ୍ନାଇର ସର୍ବାଧିକ ସ୍କୋର : ୨୨୩
    ହାଇଦ୍ରାବାଦର ସର୍ବାଧିକ ସ୍କୋର : ୧୯୨
    ଚେନ୍ନାଇର ସର୍ବନିମ୍ନ ସ୍କୋର : ୧୩୨
    ହାଇଦ୍ରାବାଦର ସର୍ବନିମ୍ନ ସ୍କୋର : ୧୩୯

Trending Photos

IPL 2020: ଦୁବାଇରେ ଦମ୍ ଦେଖାଇବେ ଧୋନି, ୱାର ପାଇଁ ପ୍ରସ୍ତୁତ ୱାର୍ଣ୍ଣର

ନୂଆଦିଲ୍ଲୀ: ଆଜି ୟୁଏଇର ଛୋଟ ଗ୍ରାଉଣ୍ଡରେ ହେବ ଧୋନି-ୱାର୍ଣ୍ଣର ଫାଇଟ। ଆଇପିଏଲର ୨୯ତମ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗ୍ସ ଓ ସନରାଇଜର୍ସ ହାଇଦ୍ରାବାଦ। ତେବେ ପ୍ଲେଅପ ଆଶା କ୍ଷୀଣ ଥିବା ଚେନ୍ନାଇ ପାଇ ଏହି ମ୍ୟାଚ ଗୁରୁତ୍ୱପୂର୍ଣ୍ଣ ହେବ।

ଆଇପିଏଲର ପ୍ଲେଅପ ଷ୍ଟେଜ ପାଇଁ ଗୋଟିଏ ଟିମକୁ ଅନ୍ୟୁନ୍ନ ୮ଟି ମ୍ୟାଚ ଜିତିବାକୁ ପଡିବ। କିନ୍ତୁ ଚେନ୍ନାଇ ବର୍ତ୍ତମାନ ସୁଦ୍ଧା ମାତ୍ର ୨ଟି ମ୍ୟାଚକୁ ନିଜ ନାଁରେ କରିପାରିଛି। ତେବେ ପ୍ଲେଅଫ ଟିକଟ ପାଇଁ ଆଉ ୬ଟି ବିଜୟ ଆବଶ୍ୟକ। କିନ୍ତୁ ଦଳ ପାଖରେ ମାତ୍ର ୭ଟି ମ୍ୟାଚ ରହିଛି। ଏଭଳି ପରିସ୍ଥିତିରେ ଜଗିରଖି ଖେଳିବାକୁ ପଡିବ।

ଚଳିତ ଆଇପିଏଲ ସିଜିନରେ ଆରମ୍ଭରୁ ଦଳର ପ୍ରଦର୍ଶନ ବହୁତ ଖରାପ ରହିଛି। ମାତ୍ର ୨ଟି ମ୍ୟାଚକୁ ଦଳ ନିଜ ନାଁରେ କରିବାରେ ସଫଳ ହୋଇଛି। ପୂର୍ବଥର ଭଳି ହାଇଦ୍ରାବାଦ ବିପକ୍ଷରେ ବି ପ୍ଲେଇଂ ଇଲେଭେନରେ ବିଶେଷ ପରିବର୍ତ୍ତନ କରାଯାଇନାହିଁ। ଏନ ଜଗଦିଶନ ଓ ଅମ୍ବାତି ରାୟୁଡୁଙ୍କ ଉପରେ ସମସ୍ତଙ୍କ ନଜର ରହିଛି। ସେପଟେ ଫାଫଡୁ ପ୍ଲେସିସକୁ ନମ୍ବର ୩ରେ ରଖିଛନ୍ତି କ୍ୟାପଟେନ କୁଲ।

ହାଇଦ୍ରାବାଦ ପାଇଁ ବି ଚ୍ୟାଲେଞ୍ଜିଂ ରହିବ ଚେନ୍ନଇ ବିପକ୍ଷ ମ୍ୟାଚ। ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚରୁ ୩ଟି ହାଇଦ୍ରାବାଦ ଜିତିଛି। ସେଥିମଧ୍ୟରୁ ଦୁବାଇ ଗ୍ରାଉଣ୍ଡରେ ହିଁ ୨ଟି ମ୍ୟାଚକୁ ଚେଜ୍ କରିଛି। ଆଜିର ମ୍ୟାଚରେ ଅବଦୂଲ ସାମଦଙ୍କୁ ଦେଖିବାକୁ ମିଳିବ ନାହିଁ। ତାଙ୍କ ସ୍ଥାନରେ ବିଜୟ ଶଙ୍କରଙ୍କୁ ସୁଯୋଗ ଦିଆଯାଇଛି। ସେପଟେ ପ୍ରିୟମ ଗାର୍ଗଙ୍କ ପ୍ରଦର୍ଶନ ଭଲ ନଥିଲେ ବି ଗତମ୍ୟାଚର ଅର୍ଦ୍ଧ ଶତକକୁ ଦେଖି ସାମ୍ଭାବ୍ୟ ଏକାଦଶରୁ ବାହାର କରାଯାଇ ନାହିଁ।

ସନରାଇଜର୍ସ ହାଇଦ୍ରାବାଦ ବନାମ ଚେନ୍ନାଇ ସୁପର କିଙ୍ଗସ
ସମୟ: ସନ୍ଧ୍ୟା ସାଢେ ୭ଟାରେ, ସ୍ଥାନ : ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡ଼ିୟମ, ଦୁବାଇ
ସନରାଇଜର୍ସ ହାଇଦ୍ରାବାଦ(ସମ୍ଭାବ୍ୟ ଦଳ): ଡାଭିଡ଼ ଓ୍ୱାର୍ଣ୍ଣର(ଅଧିନାୟକ), ଜନି ବେୟାରଷ୍ଟୋ, ମନୀଷ ପାଣ୍ଡେ, କେନ ଓ୍ୱିଲିୟମସନ, ପ୍ରିୟମ ଗର୍ଗ, ବିଜୟ ଶଙ୍କର, ଅଭିଷେକ ଶର୍ମା, ରସିଦ ଖାନ, ସନ୍ଦିପ ଶର୍ମା, ଟି ନଟରାଜନ, ଖାଲିଲ ଅହମ୍ମଦ
ଚେନ୍ନାଇ ସୁପର କିଙ୍ଗସ(ସମ୍ଭାବ୍ୟ ଦଳ): ମହେନ୍ଦ୍ର ସିଂହ ଧୋନୀ, ସେନ ଓ୍ୱାଟସନ, ଏନ ଜଗଦିସନ, ଫାପ ଡୁ ପ୍ଲେସିସ, ଅମ୍ବାତି ରାୟୁଡ଼ୁ, ସାମ କୁରାନ, ରବିନ୍ଦ୍ର ଜାଡ଼େଜା, ଡ୍ୱେନ ବ୍ରାଭୋ, ଦିପକ ଚହର, କର୍ଣ୍ଣ ଶର୍ମା, ସାର୍ଦ୍ଦୁଳ ଠାକୁର