ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ
Advertisement

ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

୬ ଯବାନ ଗୁରୁତର

ଉଗ୍ରବାଦୀଙ୍କ ଆକ୍ରମଣରେ ୩ ଯବାନ ଶହୀଦ

ନୂଆଦିଲ୍ଲୀ: ଉଗ୍ରବାଦୀଙ୍କ ଆକ୍ରମଣରେ ଆସାମ ରାଇଫଲ୍ସର ୩ ଯବାନ ସହିଦ ହୋଇଥିବା ନେଇ ସୂଚନା ମିଳିଛି। ଏହା ସହିତ ୬ ଜଣ ଯବାନ ଗୁରୁତର ଆହତ ହୋଇଥିବା ନେଇ ମଧ୍ୟ ସୂଚନା ମିଳିଛି। ଘଟଣାଟି ମଣିପୁରର ଇମ୍ଫାଲ ଠାରୁ ୯୫ କିଲୋମିଟର ଦୂର ଚନ୍ଦେଲ ଜିଲ୍ଲାର ଏକ ପାହାଡ଼ିଆ ଅଞ୍ଚଳରେ ଘଟିଛି। ମିଆଁମାର ସୀମାରେ ସର୍ଚ୍ଚ ଅପରେସନ ଚାଲିଥିବା ସମୟରେ ଉଗ୍ରବାଦୀମାନେ ଯବାନଙ୍କ ଏକ ଗୋଷ୍ଠୀ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। 

ସେପଟେ ଗୁରୁତର ଯବାନମାନଙ୍କୁ ଉଦ୍ଧାର କରାଯାଇ ସ୍ଥଆନୀୟ ଇମ୍ଫାଲ ସାମରିକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମଣିପୁରର ପିପୁଲ୍ସ ଲିବରେସନ ଆର୍ମିର ଉଗ୍ରବାଦୀମାନେ ଏହି ଘଟଣା ଭିଆଇଥିବା ନେଇ ସୂଚନା ମିଳିଛି। ଉଗ୍ରବାଦୀମାନେ ପ୍ରଥମେ ଆମ୍ବୁସ କରି ଯବାନମାନଙ୍କୁ ଅଟକାଇଥିଲା। ପରେ ଯବାନମାନଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇଥିଲେ। ମିଳିଥିବା ସୂଚନା ମୁତାବକ ଘଟଣାସ୍ଥଳରେ ୩ ଯବାନ ଶହୀଦ ହୋଇ ଯାଇଥିଲେ। ଅନ୍ୟ ୬ ଯବାନ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ସଙ୍ଗେ ସଙ୍ଗେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଉଗ୍ରବାଦୀଙ୍କ ଗିରଫଦାରୀ ପାଇଁ ଯବାନମାନେ ସର୍ଚ୍ଚ ଅପରେସନକୁ ଆହୁରି କଡ଼ାକଡ଼ି କରିଦେଇଛନ୍ତି। ଗତବର୍ଷ ନଭେମ୍ବରରେ ଚନ୍ଦେଲ ଜିଲ୍ଲାର ଆସାମ ରାଇଫଲ୍ପର କ୍ୟାମ୍ପ ଉପରେ ଉଗ୍ରବାଦୀମାନେ ଆକ୍ରମଣ କରିଥିଲେ।