Operation Sindoor: ଅପରେସନ୍ ସିନ୍ଦୂରର ଜବାବ ଦେବାକୁ ଯାଇ ପାକିସ୍ତାନ ଭାରତର ସାଧାରଣ ନାଗରିକଙ୍କ ଉପରେ ଗୁଳିବର୍ଷା କରିଛି। ଏହାକୁ ଅକାରଣ ଆକ୍ରମଣ ବୋଲି ଅଭିହିତ କରିଛି ଭାରତୀୟ ସେନା। ଟାଇମ୍ସ ଅଫ ଇଣ୍ଡିଆ ରିପୋର୍ଟ ଅନୁସାରେ ଭାରତୀୟ ସେନା ଏହି ଅକାରଣ ଆକ୍ରମଣ ଦ୍ୱାରା ୩ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା କହିଛି।
Trending Photos
)

ସୂଚନା ଅନୁସାରେ, ପହଲଗାମରେ ଭାରତୀୟ ନାଗରିକଙ୍କୁ ଧର୍ମ ପଚାରି ହତ୍ୟା କରାଯିବା ଜବାବରେ ଅପରେସନ୍ ସିନ୍ଦୁର ଆରମ୍ଭ କରାଯାଇଥିଲା। ଭାରତର ସୀମା ରେଖା ଭିତରେ ରହି ପାକିସ୍ତାନର ବିଭିନ୍ନ ଆତଙ୍କୀଙ୍କ ଶିବିରକୁ ଟାର୍ଗେଟ କରିଥିଲା ଭାରତ। ୯ଟି ସ୍ଥାନକୁ ଏଥିରେ ଟାର୍ଗେଟ କରାଯାଇଛି। ପ୍ରାୟ ୫୦ରୁ ଅଧିକ ଆତଙ୍କୀଙ୍କ ପ୍ରାଣ ଏଥିରେ ଯାଇଥିବା ବିଭିନ୍ନ ଅଣ ସମର୍ଥିତ ସୂତ୍ରରୁ ଜଣାପଡ଼ିଛି।
ପାକିସ୍ତାନ ଏହାର ଜବାବ ଦେବାକୁ ଯାଇ ୬ ତାରିଖ ରାତିରେ ଏଲ୍ଓସି ନିକଟରେ ପ୍ରବଳ ଗୁଳି ମାଡ଼ କରିଛି। ଜମ୍ମୁ କଶ୍ମୀର ଅପରପଟୁ ଏହି ଆକ୍ରମଣ ଦ୍ୱାରା ୩ ଜଣ ସାଧାରଣ ଲୋକଙ୍କ ପ୍ରାଣହାନୀ ହୋଇଛି।
ଆଜି ସକାଳ ୧୦ଟାରେ ପାକିସ୍ତାନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇଛି। ପାକିସ୍ତାନ ପ୍ରଧାନମନ୍ତ୍ର୍ରୀ ଓ ସେନାବାହିନୀର ଅଧିକାରୀମାନେ ଏଥିରେ ଯୋଗଦେବେ। ପାକିସ୍ତାନ ଉଚିତ ସମୟରେ ଚିହ୍ନିତ ସ୍ଥାନରେ ଏହାର ଜବାବ ଦେବ େବାଲି ପାକିସ୍ତାନର ପ୍ରଧାନମନ୍ତ୍ରି କହିଛନ୍ତି। ଭାରତର ସେନା ପ୍ରତିଟି ଆକ୍ରମଣର ଜବାବ ଦେବାକୁ ପ୍ରସ୍ତୁତ ରହିଥିବା କହିଛି।