କୃଷକ ଆନ୍ଦୋଳନରେ କୋରୋନା; ୩ ମୃତ, ସନ୍ଦେହଘେରରେ ଶତାଧିକ
Advertisement
Article Detail0/zeeodisha/odisha800384

କୃଷକ ଆନ୍ଦୋଳନରେ କୋରୋନା; ୩ ମୃତ, ସନ୍ଦେହଘେରରେ ଶତାଧିକ

ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ପଞ୍ଜାବ, ହରିୟାଣା କୃଷକଙ୍କ ସମେତ ଅନ୍ୟ କିଛି ରାଜ୍ୟର ଚାଷୀ ମଧ୍ୟ ସାମିଲ ହୋଇଛନ୍ତି।

କୃଷକ ଆନ୍ଦୋଳନରେ କୋରୋନା; ୩ ମୃତ, ସନ୍ଦେହଘେରରେ ଶତାଧିକ

ନୂଆଦିଲ୍ଲୀ: କୃଷି ଆଇନ ୨୦୨୦କୁ (Farm Act 2020) ବିରୋଧ ପ୍ରାୟ ୧୦ ଦିନ ଧରି ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀ (Delhi) ସୀମାରେ ଆନ୍ଦୋଳନ ଚଳାଇଛନ୍ତି କୃଷକ (Farmer Protest) । ଅନ୍ୟପଟେ ଦେଶରେ ଜାରି ରହିଛି କୋରୋନା (Corona Pandemic) ପ୍ରକୋପ। ବର୍ତ୍ତମାନ ସମୟରେ ଏହାର ପ୍ରଭାବ ହ୍ରାସ ପାଇନଥିବା ବେଳେ, ଆନ୍ଦୋଳନରେ ସାମିଲ ହୋଇଥିବା କୃଷକଙ୍କ ମଧ୍ୟରୁ ୩ ଜଣ କୋଭିଡ୧୯ (Covid19) ଆକ୍ରାନ୍ତ ହୋଇ ପ୍ରାଣ ହରାଇଛନ୍ତି।   

ଦିଲ୍ଲୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ପଞ୍ଜାବ, ହରିୟାଣା କୃଷକଙ୍କ ସମେତ ଅନ୍ୟ କିଛି ରାଜ୍ୟର ଚାଷୀ ମଧ୍ୟ ସାମିଲ ହୋଇଛନ୍ତି। ଏହି ବିରୋଧ ପ୍ରଦର୍ଶନରେ ଶହ ଶହ କୃଷକ ଏକାଠି ହେବା କାରଣରୁ  କୋରୋନା ସଂକ୍ରମଣ ବ୍ୟାପିବା ସମ୍ଭାବନା ଆହୁରି ବଢିଯାଇଛି। ଦିଲ୍ଲୀ ସୀମାରେ ଆନ୍ଦୋଳନ କରିଥିବା ୩ କୃଷକଙ୍କ ମୃତ୍ୟୁ କୋରୋନା କାରଣରୁ ହେବା ପରେ ଏବେ ସେଠାରେ ଏକ ଡାକ୍ତରୀ ଟିମ୍ ପହଞ୍ଚି ଯାଞ୍ଚ ଆରମ୍ଭ କରିଛନ୍ତି।

Also Read: କୃଷକ ଆନ୍ଦୋଳନ; ଦାବି ପୂରଣ କରିବାକୁ ଏବେ କଣ କରିବେ ସରକାର?

କେବଳ ଦିଲ୍ଲୀସ୍ଥିତ ସିନ୍ଧୁ ବର୍ଡର (Sindhu Border) ଠାରେ ପ୍ରାୟ ୩୦ ହଜାର କୃଷକ ଆନ୍ଦୋଳନ ଜାରି ରଖିଛନ୍ତି । ସେମାନଙ୍କ ମଧ୍ୟରେ ଅନେକ ବୟସ୍କ କୃଷକ ମଧ୍ୟ ଅଛନ୍ତି। ଏବେ ସେଠାରେ ଅସ୍ଥାୟୀ ମେଡିକାଲ କ୍ୟାମ୍ପ ହେବା ସହ ଉପସ୍ଥିତ ଆନ୍ଦୋଳନକାରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଛନ୍ତି ଡାକ୍ତର। ସେଠାରେ ବିରୋଧ ପ୍ରଦର୍ଶନ କରୁଥିବା ଅନେକ କୃଷକଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଥଣ୍ଡା ଜ୍ୱରର ଲକ୍ଷଣ। କିଛି କୃଷକଙ୍କ ମଧ୍ୟରେ କୋରୋନା ଲକ୍ଷଣ ମଧ୍ୟ ରହିଛି। ଏପରି ସ୍ଥିତିରେ ସେମାନଙ୍କୁ ଡେଙ୍ଗୁ ହେବାର ଆଶଙ୍କା ମଧ୍ୟ ରହିଛି। 

Also Read:ଏପରି ଚାଷୀଙ୍କ ଠାରୁ ଫେରାଇ ନିଆଯିବ 'ପିଏମ କିସାନ ନିଧି ସ୍କିମ୍'ର ୬୦୦୦ ଟଙ୍କା

 

କିଛି କୃଷକଙ୍କ ମଧ୍ୟରେ ରକ୍ତଚାପ ସହ ସୁଗର ସମସ୍ୟା ଦେଖାଦେଇଛି। ପ୍ରଦର୍ଶନକାରୀ କୃଷକଙ୍କୁ ଔଷଧ ବଣ୍ଟନ କରାଯାଉଛି। ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ଗୁରୁତ୍ୱ ଦିଆଯାଉଛି। ଏବେ  ୧୦ ଜଣ ଡାକ୍ତର ଆନ୍ଦୋଳନରତ କୃଷକଙ୍କ ଚିକିତ୍ସା କାର୍ଯ୍ୟରେ ନିୟୋଜିତ ଅଛନ୍ତି।