Indian Politics: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନ ଗଣନା ହେବ। ୧୯୫୧ ମସିହାରେ ତତ୍କାଳୀନ ଭାରତ ସରକାର ଏହାକୁ ବ୍ରିଟିଶ ବିଭାଜନ ଅସ୍ତ୍ର ବୋଲି ଚିନ୍ତା କରି ଏହି ପ୍ରକ୍ରିୟାରେ ପ୍ରତିବନ୍ଧକ ଲଗାଇଥିଲେ।
Trending Photos
)
Indian Politics: ସ୍ୱାଧୀନ ଭାରତରେ ପ୍ରଥମଥର ପାଇଁ ଜାତିଭିତ୍ତିକ ଜନ ଗଣନା ହେବ। ୧୯୫୧ ମସିହାରେ ତତ୍କାଳୀନ ଭାରତ ସରକାର ଏହାକୁ ବ୍ରିଟିଶ ବିଭାଜନ ଅସ୍ତ୍ର ବୋଲି ଚିନ୍ତା କରି ଏହି ପ୍ରକ୍ରିୟାରେ ପ୍ରତିବନ୍ଧକ ଲଗାଇଥିଲେ। ଆଜି ପରିବର୍ତ୍ତିତ ରାଜନୀତିକ ପୃଷ୍ଠଭୂମିରେ ପୁଣିଥରେ ଏପରି ପ୍ରକ୍ରିୟାକୁ ଭାରତ ସରକାର ଅନୁମୋଦନ କରିବା, ଭାରତରେ ଏକ ନୂତନ ଧରଣର ରାଜନୀତି ଉଦୟକୁ ସୂଚନା ଦେଉଛି। ଖାଲି ଜିତି ଭିତ୍ତିକ ନୁହେଁ ୨୦୨୯ ନିର୍ବାଚନ ରଣାଙ୍ଗନ ଏପରି ଅନେକ ପରିବର୍ତ୍ତନକୁ ସେକ୍ଷୀ ହେବାକୁ ଯାଉଛି। ଆସନ୍ତୁ ନଜର ପାକାଇବା ସେ ପରିବର୍ତ୍ତନଗୁଡ଼ିକ ଉପରେ ନିମ୍ନ ବିନ୍ଦୁ ମାଧ୍ୟମରେ।
୧. ରାଜନୀତିରେ ଓବିସି ପଞ୍ଝା: ଭାରତୀୟ ରାଜନୀତିରେ ସଂରକ୍ଷଣ ବ୍ୟବସ୍ଥା ନୂଆ ଦିଗ ନେବ । ୨୦୨୬ ମସିହାରେ ଜନଗଣନା ରିପୋର୍ଟ ଆସିବା ପରେ ଯେଉଁ ସଂଖ୍ୟାରେ ଯେଉଁ ଜାତି ଥିବେ ସେହି ଆଧାରରେ ସଂରକ୍ଷଣ ବି ବଦଳିପାରେ। ପୂର୍ବରୁ ବିଭିନ୍ନ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିବର୍ଗଙ୍କ ଲାଗି ୨୭ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ସୁପାରିସ ହୋଇଥିଲା। ଏଣୁ ଏହା ମଧ୍ୟ ରାଜନୀତିକ କ୍ଷେତ୍ରରେ ଅର୍ଥାତ୍ ପ୍ରତିନିଧିତ୍ୱ କ୍ଷେତ୍ରରେ ହେବା ସମ୍ଭାବନାକୁ ଟଳାଯାଇ ନପାରେ। ଅର୍ଥାତ୍ ସଂସଦରେ ୨୭ ପ୍ରତିଶତ ଓବିସିଙ୍କୁ ଦେଖିବାକୁ ମିଳିପାରେ। ଏହା ଏକ ବଡ଼ ଆହ୍ୱାନ ହେବ କିନ୍ତୁ ବିଜେପି ସରକାର ନିଜର କ୍ଷମତାକୁ ବଞ୍ଚାଇବା ଲାଗି ଏହାକୁ ସନ୍ତର୍ପଣର ସହ ଲାଗୁ କରିବେ।
୨. ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ: ଆସନ୍ତା ନିର୍ବାଚନରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆରକ୍ଷଣ ବ୍ୟବସ୍ଥା ବି ଲାଗୁ ହେବ। ଏହାଦ୍ୱାରା ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପ୍ରତିନିଧିତ୍ୱ ଏକ ତୃତୀୟଂଶ ଆସନରେ ରହିବ। ସଂରକ୍ଷିତ ଆସନଗୁଡ଼ିକରେ ମଧ୍ୟ ସମାନ ଢାଞ୍ଚାରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ। ଏଥିଲାଗି ୨୦୨୩ ମସିହାରେ ମହିଳା ଆରକ୍ଷଣ ବିଧେୟକକୁ ସରକାର ଲାଗୁ କରିଛନ୍ତି। ଜନଗଣନା ଏବଂ ସୀମା ପୁନଃନିର୍ଦ୍ଧାରଣ ପରେ ଏହି ନିୟମ ଭାରତୀୟ ଗଣତନ୍ତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିବ।
୩.ସୀମା ପୁନଃନିର୍ଦ୍ଧାରଣ: ଦେଶର ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଆଣିବ ସୀମା ପୁନଃନିର୍ଦ୍ଧାରଣ। ସରକାର ଜନସଂଖ୍ୟା ରିପୋର୍ଟ ଆଧାରରେ ସୀମା ପୁନଃ ନିର୍ଦ୍ଧାରଣ କରିବାକୁ ସ୍ଥିର କରିଛନ୍ତି। ଏହା ହେଲେ ଦେଶରେ ଲୋକପ୍ରତିନିଧିଙ୍କ ସଂଖ୍ୟା ଅର୍ଥାତ୍ ପଞ୍ଚାୟତ ପ୍ରତିନିଧିଙ୍କଠାରୁ ଆରମ୍ଭ କରି ସାଂସଦଙ୍କ ଯାଏ ପ୍ରତିନିଧିଙ୍କ ସଂଖ୍ୟା ବୃଦ୍ଧି ପାଇବ। ଦେଶର ସଂସଦ ଏହି ବର୍ଦ୍ଧିତ ଲୋକପ୍ରତିନିଧିଙ୍କୁ ନେବା ଲାଗି ପ୍ରସ୍ତୁତ ରହିଛି। କିନ୍ତୁ ଅନେକ ରାଜ୍ୟର ବିଧାନସଭାରେ ହୁଏତ ଆସନ ନଥାଇପାରେ। ଏଣୁ ଏଥିଲାଗି ମଧ୍ୟ ସମ୍ପୃକ୍ତ ରାଜ୍ୟମାନେ ନୂତନ ବ୍ୟବସ୍ଥା ଗ୍ରହଣ କରିବେ।
ଏହି ତିନୋଟିଯାକ ପ୍ରମୁଖ ପରିବର୍ତ୍ତନକୁ ବିଜେପି ସରକାର ହିଁ ପ୍ରଣୟନ କରିବାକୁ ଯାଉଛନ୍ତି। ମହିଳାଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହେଉ ବା ଜାତି ଭିତ୍ତିକ ସଂରକ୍ଷଣ ବ୍ୟବସ୍ଥା ଏବଂ ସଂସଦରେ ଆସନ ସଂଖ୍ୟା ବୃଦ୍ଧି ସବୁକିଛି ବିଜେପି ସରକାରଙ୍କ ସମୟରେ ହିଁ ହୋଇଛି। ତେବେ ୨୦୨୯ ନିର୍ବାଚନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ୩ ବଡ଼ ପରିବର୍ତ୍ତନ ଦଳକୁ କିପରି ସହାୟତା କରିବ ତାହାକୁ ଅପେକ୍ଷା।