ନାଗାଲାଣ୍ଡରୁ ୩ ଚୋରା ଚାଲାଣକାରୀ ଗିରଫ, ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳି ଓ ମଦ ଜବତ

ନାଗାଲାଣ୍ଡରୁ ୩ ଚୋରାଚାଲାଣକାରୀଙ୍କୁ ଗିରଫ କରାଯାଇଛି ।

 ନାଗାଲାଣ୍ଡରୁ ୩ ଚୋରା ଚାଲାଣକାରୀ ଗିରଫ, ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳି ଓ ମଦ ଜବତ

କୋହିମା: ପୂର୍ବୋତ୍ତର ରାଜ୍ୟ ନାଗାଲାଣ୍ଡର ଦିମାପୁରରେ ସୋମବାର ଆସାମ ରାଇଫଲ୍ସ ଏବଂ ଡିଜିପି ନାଗାଲାଣ୍ଡଙ୍କ ନେତୃତ୍ୱରେ ଗଠିତ ଟିମ ୩ ଜଣ ଚାଲାଣକାରୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବେଆଇନ ଅସ୍ତ୍ରଶସ୍ତ୍ର, ଗୁଳିଗୋଳା ଏବଂ ବିପୁଳ ପରିମାଣର ମଦ ଜବତ କରାଯାଇଛି।

ଉଦ୍ଧାର ହୋଇଥିବା ବେଆଇନ ଅସ୍ତ୍ରଶସ୍ତ୍ର ଏବଂ ଗୁଳି କେଉଁଠାକୁ ଚାଲାଣ କରାଯାଉଥିଲା ଏବଂ କିଏ ଏହାକୁ ବ୍ୟବହାର କରିଥାନ୍ତା ସେ ନେଇ କିଛି ଜଣା ପଡିନାହିଁ । ଗିରଫ ହୋଇଥିବା ଚୋରାଚାଲଣକାରୀଙ୍କୁ ପଚରାଉଚରା କରାଯାଉଛି।

 

 

ଭାରତୀୟ ସେନାର ଇଷ୍ଟର୍ନ କମାଣ୍ଡର ଜଣେ ମୁଖପାତ୍ର କହିଛନ୍ତି, ସୋମବାରରେ ଦିମାପୁରରୁ ୩ ଜଣ ଲୋକଙ୍କୁ ଗିରଫ କରାଯାଇଛି। ସେମାନଙ୍କ ପାଖରୁ ବେଆଇନ ଅସ୍ତ୍ରଶସ୍ତ୍ର, ମଦ ଓ ଗୁଳି ଜବତ କରାଯାଇଛି। ଆସାମ ରାଇଫଲ୍ସ ଏବଂ ନାଗାଲାଣ୍ଡ ପୋଲିସ ଏହି ଅପରେସନ କରାଯାଇଥିଲା ।