କୋରୋନା ଆତଙ୍କରେ ଯୁବକଙ୍କ ଆତ୍ମହତ୍ୟା
Advertisement

କୋରୋନା ଆତଙ୍କରେ ଯୁବକଙ୍କ ଆତ୍ମହତ୍ୟା

ଜଣେ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳରୁ ଏକ ଆତ୍ମହତ୍ୟାର ନୋଟ ଉଦ୍ଧାର କରାଯାଇଛି । ଯେଉଁଥିରେ କୁମାୱତ କୋରୋନା ଭୂତାଣୁ ସଂକ୍ରମିତ ହୋଇଥାଇପାରେ ବୋଲି ଦର୍ଶାଯାଇଛି । କୁମାୱତ ପ୍ଲମ୍ବରର କାମ କରୁଥିଲେ ।

କୋରୋନା ଆତଙ୍କରେ ଯୁବକଙ୍କ ଆତ୍ମହତ୍ୟା

ନାସିକ: ମହାରାଷ୍ଟ୍ରର ନାସିକ ସହରରେ ଜଣେ ୩୧ ବର୍ଷ ବୟସ୍କ ଯୁବକ କୋରୋନା ଭୂତାଣୁ ସଂକ୍ରମିତ ହେବାର ଆଶଙ୍କା କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଶନିବାର ପୋଲିସ ଏନେଇ ସୂଚନା ଦେଇଛି । ନାସିକ ରୋଡର ଚାଖୀ ଅଞ୍ଚଳର ବାସିନ୍ଦା ପ୍ରତୀକ ରାଜୁ କୁମାୱତ ଶନିବାର ନିଜ ଘରେ ଫାଶୀ ଲଗାଇଥିବା ଅଭିଯୋଗ ହୋଇଛି ।

ଜଣେ ଅଧିକାରୀ କହିଛନ୍ତି ଯେ, ଘଟଣାସ୍ଥଳରୁ ଏକ ଆତ୍ମହତ୍ୟାର ନୋଟ ଉଦ୍ଧାର କରାଯାଇଛି । ଯେଉଁଥିରେ କୁମାୱତ କୋରୋନା ଭୂତାଣୁ ସଂକ୍ରମିତ ହୋଇଥାଇପାରେ ବୋଲି ଦର୍ଶାଯାଇଛି । କୁମାୱତ ପ୍ଲମ୍ବରର କାମ କରୁଥିଲେ । ସେ ଗଳାର ସମସ୍ୟାରେ ପୀଡିତ ଥିଲେ । ଅଧିକାରୀ କହିଛନ୍ତି ଯେ କୁମାୱତ ସ୍ଥାନୀୟ ଡାକ୍ତରଙ୍କ ପାଖରେ ଚିକିତ୍ସିତ ହେଉଥିଲେ ।

ସେ କହିଛନ୍ତି ଯେ,  ରାଜୁଙ୍କୁ ଥିଲେ ଯେ ସେ କୋରୋନା ଭୂତାଣୁ ତାଙ୍କୁ ସଂକ୍ରମଣ କରିଛି । ରାଜୁଙ୍କୁ ମୃଚତଦେହକୁ ଶବ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ଏହା ପୂର୍ବରୁ ତାଙ୍କର ନମୁନା ସଂଗ୍ରହ କରି କୋରୋନା ପରୀକ୍ଷଣ ପାଇଁ ପଠାଯାଇଛି । ପୋଲିସ ଅଧିକାରୀ କହିଛନ୍ତି ଯେ, ଏହାକୁ ଆତ୍ମହତ୍ୟା ମାମଲା ରୁଜୁ କରି ଏହାର ତଦନ୍ତ କରାଯାଉଛି ।